ଛତିଶା ନିଯୋଗ ବୈଠକ ପୂର୍ବରୁ ବିବାଦ: ଭିତରକାଠ ନିକଟରେ ଦର୍ଶନକୁ ନେଇ କାର୍ଯ୍ୟାନୁଷ୍ଠାନ ଦାବି

ପୁରୀ: ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପରିସରରେ ବସିବ ଛତିଶା ନିଯୋଗ ବୈଠକ।  ଏହା ପୂର୍ବରୁ ଦେଖାଦେଇଛି ବିବାଦ। ଗତ ୧୦ତାରିଖରେ ଜଗମୋହନ ସ୍ଥିତି ଯାଞ୍ଚ ଆଳରେ ଭିତରକାଠ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ରାଜେଶ ବର୍ମାଙ୍କ ପରିବାର ଲୋକ ମହାପ୍ରଭୁଙ୍କୁ ଦର୍ଶନ ନେଇ ଅଭିଯୋଗ ଉଠିଥିଲା।  ମନ୍ଦିର ପ୍ରଶାସନ ଯଦି ଏହି ଘଟଣାରେ କୌଣସି ପଦକ୍ଷେପ ନ ନିଏ, ତେବେ ଛତିଶା ନିଯୋଗ ବୈଠକକୁ ବର୍ଜନ କରାଯିବ ବୋଲି ବରିଷ୍ଠ ସେବାୟତ ରଜତ କୁମାର ପ୍ରତିହାରୀ […]

Puri

Puri

Rakesh Mallick
  • Published: Monday, 15 May 2017
  • Updated: 15 May 2017, 08:02 AM IST

Sports

Latest News

ପୁରୀ: ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପରିସରରେ ବସିବ ଛତିଶା ନିଯୋଗ ବୈଠକ।  ଏହା ପୂର୍ବରୁ ଦେଖାଦେଇଛି ବିବାଦ। ଗତ ୧୦ତାରିଖରେ ଜଗମୋହନ ସ୍ଥିତି ଯାଞ୍ଚ ଆଳରେ ଭିତରକାଠ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ରାଜେଶ ବର୍ମାଙ୍କ ପରିବାର ଲୋକ ମହାପ୍ରଭୁଙ୍କୁ ଦର୍ଶନ ନେଇ ଅଭିଯୋଗ ଉଠିଥିଲା।  ମନ୍ଦିର ପ୍ରଶାସନ ଯଦି ଏହି ଘଟଣାରେ କୌଣସି ପଦକ୍ଷେପ ନ ନିଏ, ତେବେ ଛତିଶା ନିଯୋଗ ବୈଠକକୁ ବର୍ଜନ କରାଯିବ ବୋଲି ବରିଷ୍ଠ ସେବାୟତ ରଜତ କୁମାର ପ୍ରତିହାରୀ ଚେତାବନୀ ଦେଇଛନ୍ତି।

ଏହା ପୂର୍ବରୁ ମଧ୍ୟ ଭିତରକାଠ ନିକଟରୁ ଦର୍ଶନ ନେଇ ସେବାୟତ ଅସନ୍ତୁଷ୍ଟ ପ୍ରକାଶ କରିସାରିଛନ୍ତି । ଏପଟେ ଜାଣି ନପାରି ପ୍ରମୁଖ ସଚିବଙ୍କ ପରିବାର ଲୋକେ ଭିତରକାଠ ନିକଟରୁ ଦର୍ଶନ କରିଥିବାରୁ ସେମାନଙ୍କ ପରିବାର ଭୁଲ ସ୍ୱୀକାର କରିଛନ୍ତି ବୋଲି ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ମଧ୍ୟ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos