ପୁରୀ, କଟକ ଓ ଭୁବନେଶ୍ୱରରେ ଘନ କୁହୁଡ଼ି

ଭୁବନେଶ୍ୱର: ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ପରିଲକ୍ଷିତ ହୋଇଛି। ବିଶେଷ କରି ପୁରୀ, କଟକ ଓ ଭୁବନେଶ୍ୱରରେ ଅଧିକ କୁହୁଡି ପରିଲକ୍ଷିତ ହୋଇଛି। ପାଗ କୋହଲା ରହିବା ସହ ଶୀତ ଅନୁଭୂତ ହେଉଛି। ବାୟୁମଣ୍ଡଳେ ଜଳୀୟବାଷ୍ପ ଥିବାରୁ ଏପରି କୁହୁଡି ଅନୁଭୂତ ହେଉଛି।

କିଛିଦିନ ହେବା ରାଜ୍ୟରେ ଶୀତର ପ୍ରକୋପ କମିଥିଲା। ଆସନ୍ତାକାଲିଠାରୁ ରାଜ୍ୟରେ ପୁଣି ଶୀତ ବଢିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ଆଜି ବାରିପଦା, କେନ୍ଦୁଝର ଓ ସୁନ୍ଦରଗଡ଼ରେ ସାମାନ୍ୟ ବର୍ଷା ହୋଇଛି। ବାରିପଦାରେ ୦.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ କେନ୍ଦୁଝରରେ ୦.୪ ଓ ସୁନ୍ଦରଗଡ଼ରେ ୦.୨ ମିମି ବର୍ଷା ରେକର୍ଡ ହୋଇଛି। ଆସନ୍ତାକାଲି ଉତ୍ତର ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।