ଛୋଟ ହେଉଛି ପୁରୀ ବଡ଼ଦାଣ୍ଡ: ଶ୍ରୀମନ୍ଦିରକୁ ଆସି ଭକ୍ତ ହଟହଟା

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପାରି ପାର୍ଶ୍ୱରେ ପରିକ୍ରମା କଲେ ସାତଜନ୍ମର ପାପ କ୍ଷୟ ହୋଇଥାଏ ବୋଲି ବିଶ୍ୱାସ ରହିଛି। ସେଥିପାଇଁ ଦୂରଦୂରାନ୍ତରୁ ଆସୁଥିବା ଭକ୍ତମାନେ ମନ୍ଦିର ଚାରି ପାର୍ଶ୍ୱରେ ବୁଲିଥାଆନ୍ତି। ସିଂହଦ୍ୱାର ସମ୍ମୁଖରେ ଥିବା ବ୍ୟାରିକେଡକୁ ସମ୍ପ୍ରସାରଣ କରାଯାଉଥିବାରୁ ସଙ୍କୁଚିତ ହେବା ଆଶଙ୍କାରେ ବଡ଼ଦାଣ୍ଡ। ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ ଲାଗି ୨ ବର୍ଷ ପୂର୍ବେ ସିଂହଦ୍ୱାର ନିକଟରେ ନିର୍ମାଣ କରାଯାଇଥିଲା ଅତ୍ୟାଧୁନିକ ଜିଗଯାଗ ବ୍ୟାରିକେଡ। ଏହି ବ୍ୟାରିକେଡର  ୭ ଟି ଲାଇନରେ ଘୁରିଘୁରି ଭକ୍ତ […]

puri-jagannath-temple-barikade

puri-jagannath-temple-barikade

Rakesh Mallick
  • Published: Saturday, 14 October 2017
  • Updated: 14 October 2017, 06:56 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପାରି ପାର୍ଶ୍ୱରେ ପରିକ୍ରମା କଲେ ସାତଜନ୍ମର ପାପ କ୍ଷୟ ହୋଇଥାଏ ବୋଲି ବିଶ୍ୱାସ ରହିଛି। ସେଥିପାଇଁ ଦୂରଦୂରାନ୍ତରୁ ଆସୁଥିବା ଭକ୍ତମାନେ ମନ୍ଦିର ଚାରି ପାର୍ଶ୍ୱରେ ବୁଲିଥାଆନ୍ତି। ସିଂହଦ୍ୱାର ସମ୍ମୁଖରେ ଥିବା ବ୍ୟାରିକେଡକୁ ସମ୍ପ୍ରସାରଣ କରାଯାଉଥିବାରୁ ସଙ୍କୁଚିତ ହେବା ଆଶଙ୍କାରେ ବଡ଼ଦାଣ୍ଡ।

ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ ଲାଗି ୨ ବର୍ଷ ପୂର୍ବେ ସିଂହଦ୍ୱାର ନିକଟରେ ନିର୍ମାଣ କରାଯାଇଥିଲା ଅତ୍ୟାଧୁନିକ ଜିଗଯାଗ ବ୍ୟାରିକେଡ। ଏହି ବ୍ୟାରିକେଡର  ୭ ଟି ଲାଇନରେ ଘୁରିଘୁରି ଭକ୍ତ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି। କିନ୍ତୁ ଏବେ ଏହି ବ୍ୟାରିକେଡକୁ ଆହୁରି ୪୦ ଫୁଟ୍ ବଢାଇ ଦିଆଯାଇଛି।  ଫଳରେ ଶ୍ରୀମନ୍ଦିର ପରିକ୍ରମା ଲାଗି ଭକ୍ତଙ୍କୁ ଅସୁବିଧା ହେବାକୁ ପଡ଼ିବ। ଧର୍ମମାସ କାର୍ତ୍ତିକ ଚାଲିଥିବାରୁ ହବିଷ୍ୟାଳୀଙ୍କ ସହ ଭକ୍ତମାନେ ଶ୍ରୀମନ୍ଦିର ଚତୁପାର୍ଶ୍ୱ ପରିକ୍ରମା କରୁଛନ୍ତି। ହେଲେ ଚାରିପାଖ ସଙ୍କୁଚିତ ହୋଇପଡିଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଦର୍ଶନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ଲାଗି ବ୍ୟାରିକେଡ ସଂପ୍ରସାରଣ କରାଯାଇଛି ବୋଲି ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos