ପୁରୀରେ ଆଇନଜୀବୀଙ୍କୁ ହତ୍ୟା ପ୍ରତିବାଦରେ ସାରା ରାଜ୍ୟରେ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଭୁବନେଶ୍ୱର: ପୁରୀରେ ଆଇନଜୀବୀ ତଥା ଲଜ୍ ମାଲିକ ଚନ୍ଦନ ବେହେରାଙ୍କ ହତ୍ୟା ପ୍ରତିବାଦରେ ଆଜି ରାଜ୍ୟର ସମସ୍ତ କୋର୍ଟରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି। ଓକିଲ ସଂଘ ଡାକରାରେ ଏହି ବନ୍ଦ  ଡାକରା ଦିଆଯାଇଛି। ଆନ୍ଦୋଳନରେ ହାଇକୋର୍ଟ ବାର୍ ଆସୋସିଏସନ୍‌ ମଧ୍ୟ ସାମିଲ ହୋଇଛି। ଆସୋସିଏସନ୍‌ ଏହି ହତ୍ୟାକାଣ୍ଡକୁ ନିନ୍ଦା କରିବା ସହିତ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛି। ଅନ୍ୟପକ୍ଷରେ ପୁରୀ ଜିଲ୍ଲା ଓକିଲ ସଂଘ ଚନ୍ଦନଙ୍କ ହତ୍ୟାର ପ୍ରତିବାଦ ସାଙ୍ଗକୁ ସହରରେ ଆଇନଶୃଙ୍ଖଳା ପରିସ୍ଥିତି […]

lawyers

lawyers

Rakesh Mallick
  • Published: Tuesday, 10 January 2017
  • Updated: 10 January 2017, 02:56 PM IST

Sports

Latest News

ଭୁବନେଶ୍ୱର: ପୁରୀରେ ଆଇନଜୀବୀ ତଥା ଲଜ୍ ମାଲିକ ଚନ୍ଦନ ବେହେରାଙ୍କ ହତ୍ୟା ପ୍ରତିବାଦରେ ଆଜି ରାଜ୍ୟର ସମସ୍ତ କୋର୍ଟରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି। ଓକିଲ ସଂଘ ଡାକରାରେ ଏହି ବନ୍ଦ  ଡାକରା ଦିଆଯାଇଛି। ଆନ୍ଦୋଳନରେ ହାଇକୋର୍ଟ ବାର୍ ଆସୋସିଏସନ୍‌ ମଧ୍ୟ ସାମିଲ ହୋଇଛି। ଆସୋସିଏସନ୍‌ ଏହି ହତ୍ୟାକାଣ୍ଡକୁ ନିନ୍ଦା କରିବା ସହିତ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛି।

ଅନ୍ୟପକ୍ଷରେ ପୁରୀ ଜିଲ୍ଲା ଓକିଲ ସଂଘ ଚନ୍ଦନଙ୍କ ହତ୍ୟାର ପ୍ରତିବାଦ ସାଙ୍ଗକୁ ସହରରେ ଆଇନଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଥିବା ଅଭିଯୋଗ କରି ଗତକାଲିଠାରୁ ତିନି ଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛି।

ଏହି ହତ୍ୟାକାଣ୍ଡର ଦୁଇ ଦିନ ପରେ ବି ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇନି। ତେବେ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ବ୍ୟବସାୟିକ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରୁଛି ପୋଲିସ୍। ଚନ୍ଦନଙ୍କୁ ଜାଣିଥିବା ଲୋକେ ହିଁ ହତ୍ୟାକାଣ୍ଡରେ ସଂପୃକ୍ତ ବୋଲି ପୋଲିସ୍ ସୂଚନା ଦେଇଛି।

ପୁରୀ ଅତିରିକ୍ତ ଏସ୍‌ପି କହିଛନ୍ତି ଯେ ହତ୍ୟାକାରୀଙ୍କୁ ଚିହ୍ନଟ ସରିଛି ଓ ଖୁବ୍‌ଶୀଘ୍ର ଘଟଣାର ପର୍ଦ୍ଦାଫାସ୍ ହେବ।

ଏହି ଘଟଣାରେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ମଧ୍ୟ ଓକିଲମାନେ ଆନ୍ଦୋଳନ କରିଥିଲେ।

ଗଞ୍ଜାମ ଜିଲ୍ଲା ଓକିଲ ସଂଘ ପକ୍ଷରୁ ହୋଇଥିବା ଆନ୍ଦୋଳନରେ ନିଖିଳ ଓଡ଼ିଶା ଓକିଲ ସଂଘର ସଭାପତି ଶିଶିର ପାଢ଼ୀ ସାମିଲ ହୋଇ ଘଟଣାକୁ ତୀବ୍ର ନିନ୍ଦା କରିଥିଲେ। ଏଥିସହ ସଂଘ ଅଫିସ୍‌ ସମ୍ମୁଖରେ ଓକିଲମାନେ ନୀରବ ପ୍ରତିବାଦ କରିଥିଲେ।

ଗଜପତି ଜିଲ୍ଲା ବାର ଆସୋସିଏସନ ପକ୍ଷରୁ ମଧ୍ୟ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି। ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଜେଏମ୍‌ଏଫ୍‌ସି, ଏସ୍‌ଡିଜେଏମ୍‌, ଏଡିଜେ ଓ ଜିଲ୍ଲା ଦୌରାଜଜ୍‌ ଭଳି ସମସ୍ତ ଅଦାଲତରେ କାର୍ଯ୍ୟ ଠପ୍‌ ହୋଇଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos