ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଲା ତିନି ରଥ

ପୁରୀ:ଶରଧା ବାଲିରେ ରଥ ଉପରେ ରହି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ। ନବ ଦିନାତ୍ମକ ଘୋଷାଯାତ୍ରାରେ ଆଜି ଦ୍ୱିତୀୟ ଦିନରେ ଆଜି ବି ଗୁଣ୍ଡିଚା ମନ୍ଦିର ଆଗରେ ବିରାଜମାନ କରିଛନ୍ତି ତିନିଠାକୁର। ଆସନ୍ତାକାଲି ସନ୍ଧ୍ୟାରେ ଜନ୍ମବେଦୀକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। ଗତକାଲି ବଡଦାଣ୍ଡରେ ଅଟକି ଥିବା ତିନି ରଥ ପୁଣି ଆଜି ଟଣା ହୋଇଥିଲା। ବଡଠାକୁର ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦେବଦଳନ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ଭକ୍ତମାନେ […]

ratha

ratha

Rakesh Mallick
  • Published: Thursday, 07 July 2016
  • Updated: 07 July 2016, 09:26 PM IST

Sports

Latest News

ପୁରୀ:ଶରଧା ବାଲିରେ ରଥ ଉପରେ ରହି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ। ନବ ଦିନାତ୍ମକ ଘୋଷାଯାତ୍ରାରେ ଆଜି ଦ୍ୱିତୀୟ ଦିନରେ ଆଜି ବି ଗୁଣ୍ଡିଚା ମନ୍ଦିର ଆଗରେ ବିରାଜମାନ କରିଛନ୍ତି ତିନିଠାକୁର। ଆସନ୍ତାକାଲି ସନ୍ଧ୍ୟାରେ ଜନ୍ମବେଦୀକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି।

ଗତକାଲି ବଡଦାଣ୍ଡରେ ଅଟକି ଥିବା ତିନି ରଥ ପୁଣି ଆଜି ଟଣା ହୋଇଥିଲା। ବଡଠାକୁର ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦେବଦଳନ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ଭକ୍ତମାନେ ଶୃଙ୍ଖଳିତ ଭାବେ ଦର୍ଶନ କରିଛନ୍ତି।

ଗତକାଲି ସଂଧ୍ୟ୍ୟା ହେବାରୁ ରଥଟଣାକୁ ବନ୍ଦ କରିଦିଆ ଯାଇଥିଲା। ବଡ଼ ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ ବଳଗଣ୍ଡି ଛକ ନିକଟରେ ଅଟକି ରହିଥିଲା। ସେହିଭଳି ସୁଭଦ୍ରାଙ୍କ ଦେବଦଳନ ରଥ ବଗଲା ଧର୍ମଶାଳା ଆଗରେ ଅଟକି ରହିଥିବାବେଳେ ଜଗନ୍ନାଥ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଶ୍ରୀନଅର ଆଗରେ ଅଟକି ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos