ନୀଳକନ୍ଦରକୁ ଫେରିଲେ ତିନି ଠାକୁର

ପୁରୀ: ନୀଳକନ୍ଦରକୁ ଫେରିଗଲେ ନୀଳାଦ୍ରିବିହାରୀ। ଶାନ୍ତିଶୃଙ୍ଖଳାରେ ସମ୍ପନ୍ନ ହୋଇଛି ଶ୍ରୀଜିଉଙ୍କ ନୀଳାଦ୍ରିବିଜେ ନୀତି। ଗୋଟି ଗୋଟି ହୋଇ ଗୋଟି ପହଣ୍ଡିରେ ଯାଇ ରତ୍ନ ସିଂହାସନରେ ବିଜେ କରିଛନ୍ତି ତିନିଠାକୁର। ତେବେ ଏଥର ନୀଳାଦ୍ରିବିଜେର ସବୁଠୁ ଉଲ୍ଲେଖନୀୟ ଘଟଣା ଥିଲା ସଅଳ ପହଣ୍ଡି। ସଅଳ ନୀତିକାନ୍ତି ଯୋଗୁଁ ଦୀର୍ଘ ଦିନ ପରେ ନୀତି ନିର୍ଘଣ୍ଠର ଦେଢ଼ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିଲା ପହଣ୍ଡି। ପ୍ରଭୁ ସୁଦର୍ଶନ, ଦେବୀ ସୁଭଦ୍ରା ଓ ବଡ଼ଭାଇ ବଳଭଦ୍ରଙ୍କ ପହଣ୍ଡି ଏବଂ ରତ୍ନସିଂହାସନ ବିଜେ ନୀତି […]

puri niladri bija nity

puri niladri bija nity

Rakesh Mallick
  • Published: Thursday, 06 July 2017
  • Updated: 06 July 2017, 10:51 PM IST

Sports

Latest News

ପୁରୀ: ନୀଳକନ୍ଦରକୁ ଫେରିଗଲେ ନୀଳାଦ୍ରିବିହାରୀ। ଶାନ୍ତିଶୃଙ୍ଖଳାରେ ସମ୍ପନ୍ନ ହୋଇଛି ଶ୍ରୀଜିଉଙ୍କ ନୀଳାଦ୍ରିବିଜେ ନୀତି। ଗୋଟି ଗୋଟି ହୋଇ ଗୋଟି ପହଣ୍ଡିରେ ଯାଇ ରତ୍ନ ସିଂହାସନରେ ବିଜେ କରିଛନ୍ତି ତିନିଠାକୁର। ତେବେ ଏଥର ନୀଳାଦ୍ରିବିଜେର ସବୁଠୁ ଉଲ୍ଲେଖନୀୟ ଘଟଣା ଥିଲା ସଅଳ ପହଣ୍ଡି। ସଅଳ ନୀତିକାନ୍ତି ଯୋଗୁଁ ଦୀର୍ଘ ଦିନ ପରେ ନୀତି ନିର୍ଘଣ୍ଠର ଦେଢ଼ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିଲା ପହଣ୍ଡି।

ପ୍ରଭୁ ସୁଦର୍ଶନ, ଦେବୀ ସୁଭଦ୍ରା ଓ ବଡ଼ଭାଇ ବଳଭଦ୍ରଙ୍କ ପହଣ୍ଡି ଏବଂ ରତ୍ନସିଂହାସନ ବିଜେ ନୀତି ସଂପନ୍ନ ହେବା ପରେ ଆରମ୍ଭ ହୋଇଥିଲା ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ପହଣ୍ଡି। ପରମ୍ପରା ଅନୁଯାୟୀ, ଚାରମାଳ ଉପରେ ଶ୍ରୀଜଗନ୍ନାଥ ଓ ମା ଲକ୍ଷ୍ମୀଙ୍କ ଭେଟ ନୀତି ଅନୁଷ୍ଠିତ ହୋଇଥିଲା। ଏହାପରେ ଜୟ ବିଜୟ ଦ୍ୱାର ନିକଟରେ ବଚନିକା ନୀତି ପରେ କାଳିଆ ସାଆନ୍ତ ରସଗୋଲା ଖୁଆଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିଥିଲେ। ମହାପ୍ରଭୁ ଶ୍ରୀମନ୍ଦିରକୁ ଯିବା ପରେ ଗଇଁଠାଳ ଫିଟା ନୀତି କରାଯିବ। ମହାପ୍ରଭୁଙ୍କ ଏହି ଅନନ୍ୟ ଲୀଳା ଦେଖିବାକୁ ପୁରୀରେ ଭକ୍ତଙ୍କ ପ୍ରବଳ ସମାଗମ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos