ଘରେ ପଶି ଗଲା ହେଟା ବାଘ

କୋଣାର୍କ: ପୁରୀ ଜିଲ୍ଲା ରାମଚଣ୍ଡୀ ଥାନା ଅନ୍ତର୍ଗତ ବଡ଼ଗାଁ ପଞ୍ଚାୟତର ଗଡ଼ବାଙ୍ଗର ଗାଁରେ ଜଣଙ୍କ ଘରେ ଆଜି ସକାଳେ ହେଟା ବାଘ ପଶିଯାଇଥିଲା। ବାଘଟିକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରାଯାଇଛି। ବାଘଟି ବାଲୁଖଣ୍ଡ ଅଭୟାରଣ୍ୟରୁ ଚାଲି ଆସିଥିବା ଜଣାପଡ଼ିଛି।