ପୁରୀ: ସମୁଦ୍ର ଅଶାନ୍ତ, ସ୍ୱର୍ଗଦ୍ୱାର ନିକଟରେ ୧୦୦ ମିଟର ମାଡ଼ି ଆସିଲା ଜୁଆର

ପୁରୀ: ପୁରୀରେ ସମୁଦ୍ର ଅଶାନ୍ତ ହୋଇପଡ଼ିଛି। ସ୍ୱର୍ଗଦ୍ୱାର ନିକଟରେ ସମୁଦ୍ର କୂଳ ଲଂଘି ପ୍ରାୟ ୧୦୦ ମିଟର ମାଡ଼ି ଆସିଛି। ଫଳରେ ସ୍ୱର୍ଗଦ୍ୱାର ପ୍ରତି ବିପଦ ସୃଷ୍ଟି ହୋଇଛି। ଗତ ଦୁଇଦିନ ହେଲା ଏଠାରେ ସମୁଦ୍ର ଅଶାନ୍ତ ରହୁ ଥିବାରୁ ଏହା ଚିନ୍ତାର କାରଣ ହୋଇଛି। ଜୁଆର ମାଡ଼ରେ ପ୍ରାୟ ୧୦ ଫୁଟ ଉଚ୍ଚର ବାଲି ଧୋଇ ହୋଇଯାଇଛି। ସମୁଦ୍ରର ଉଚ୍ଚ ଢେଉ ମାଡ଼ରେ ପୁରୀର ସ୍ୱର୍ଣ୍ଣିମ ବେଳାଭୂମି ଛାରଖାର ହୋଇଯାଇଛି। ଏହାର ପ୍ରଭାବ ବିଶେଷ କରି […]

puri

puri

Rakesh Mallick
  • Published: Tuesday, 09 August 2016
  • Updated: 09 August 2016, 09:31 PM IST

Sports

Latest News

puriପୁରୀ: ପୁରୀରେ ସମୁଦ୍ର ଅଶାନ୍ତ ହୋଇପଡ଼ିଛି। ସ୍ୱର୍ଗଦ୍ୱାର ନିକଟରେ ସମୁଦ୍ର କୂଳ ଲଂଘି ପ୍ରାୟ ୧୦୦ ମିଟର ମାଡ଼ି ଆସିଛି। ଫଳରେ ସ୍ୱର୍ଗଦ୍ୱାର ପ୍ରତି ବିପଦ ସୃଷ୍ଟି ହୋଇଛି। ଗତ ଦୁଇଦିନ ହେଲା ଏଠାରେ ସମୁଦ୍ର ଅଶାନ୍ତ ରହୁ ଥିବାରୁ ଏହା ଚିନ୍ତାର କାରଣ ହୋଇଛି। ଜୁଆର ମାଡ଼ରେ ପ୍ରାୟ ୧୦ ଫୁଟ ଉଚ୍ଚର ବାଲି ଧୋଇ ହୋଇଯାଇଛି।

ସମୁଦ୍ରର ଉଚ୍ଚ ଢେଉ ମାଡ଼ରେ ପୁରୀର ସ୍ୱର୍ଣ୍ଣିମ ବେଳାଭୂମି ଛାରଖାର ହୋଇଯାଇଛି। ଏହାର ପ୍ରଭାବ ବିଶେଷ କରି ଉଠା ଦୋକାନୀଙ୍କ ଉପରେ ପଡିଛି। ଗତ ୨ ଦିନ ମଧ୍ୟରେ ୧୦୦ରୁ ଅଧିକ ଉଠା ଦୋକାନୀ ସେମାନଙ୍କ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର କରିଛନ୍ତି। ପର୍ଯ୍ୟଟକମାନଙ୍କୁ ବେଳାଭୂମିର ଏହି ଅଞ୍ଚଳକୁ ଯିବାକୁ ବାରଣ କରାଯାଇଛି।

ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସମୁଦ୍ର ଅଶାନ୍ତ ଥିବାରୁ ଏହାକୁ ନେଇ ଚିନ୍ତା ବଢି ଯାଇଛି। ଏପରି କାହିଁକି ଘଟୁଛି ବିଶେଷଜ୍ଞଙ୍କ ଦ୍ୱାରା ଅନୁଧ୍ୟାନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

ପୁରୀ ଉପଜିଲ୍ଲାପାଳ ମଧୁସୂଦନ ଦାଶ କହିଛନ୍ତି, “ଜିଲ୍ଲା ପ୍ରଶାସନ ଏ ନେଇ ସମ୍ପୂର୍ଣ୍ଣ ଅବଗତ ଅଛନ୍ତି। ଏପରି ସମସ୍ୟାର ସମାଧାନର ପାଇଁ ବିଶେଷଜ୍ଞଙ୍କ ପରାମର୍ଶ ନିଆଯାଇ ପଦକ୍ଷେପ ଗ୍ରହଣ କରାଯିବ।”

ପୂର୍ବରୁ ୨୦୦୭ରେ ବଳିଆପଣ୍ଡା ବେଳାଭୂମିରେ ଏଭଳି ସ୍ଥିତି ଉପୁଜି ବେଳାଭୂମି ରାସ୍ତା ସମ୍ପୂର୍ଣ୍ଣ ଧୋଇଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos