ପୁରୀ: ଆନ୍ଦୋଳନରତ ଚାଷୀଙ୍କୁ ଲାଠି ମାଡ଼ କରି ଉଠାଇ ଦେଲା ପୋଲିସ୍‌

ପୁରୀ: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ସମ୍ମୁଖ ୩୧୬ ନମ୍ୱର ଜାତୀୟ ରାଜପଥ ଆଜି ପାଲଟି ଥିଲା ରଣକ୍ଷେତ୍ର। ବିଭିନ୍ନ ଦାବି ନେଇ ଚାଷୀ ରାଜପଥ ଅବରୋଧ କରି ଏହା ଉପରେ ଖାଇବାକୁ ବସିଥିବା ବେଳେ ପୋଲିସ୍‌ ଅତର୍କିତ ଲାଠି ଚାର୍ଜ କରିଥିଲା। ଫଳରେ ଚାଷୀମାନେ ଜୀବନ ବିକଳରେ ଯିଏ ଯେଉଁଠି ବସିଥିଲେ ଖାଇବା ଥାଳି ପାଖରୁ ଉଠି ଦୌଡ଼ି ପଳାଇ ଯାଇଥିଲେ। ଧାନ କ୍ୱିଣ୍ଟାଲ ପିଛା ୫୦୦ ଟଙ୍କା ବୋନସ୍‌, କୃଷକଙ୍କୁ ପେନ୍‌ସନ୍‌, ନଡ଼ିଆର ସର୍ବନିମ୍ନ […]

chasi

chasi

Rakesh Mallick
  • Published: Wednesday, 28 December 2016
  • Updated: 28 December 2016, 08:35 PM IST

Sports

Latest News

puri-ra-police-lathiପୁରୀ: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ସମ୍ମୁଖ ୩୧୬ ନମ୍ୱର ଜାତୀୟ ରାଜପଥ ଆଜି ପାଲଟି ଥିଲା ରଣକ୍ଷେତ୍ର। ବିଭିନ୍ନ ଦାବି ନେଇ ଚାଷୀ ରାଜପଥ ଅବରୋଧ କରି ଏହା ଉପରେ ଖାଇବାକୁ ବସିଥିବା ବେଳେ ପୋଲିସ୍‌ ଅତର୍କିତ ଲାଠି ଚାର୍ଜ କରିଥିଲା। ଫଳରେ ଚାଷୀମାନେ ଜୀବନ ବିକଳରେ ଯିଏ ଯେଉଁଠି ବସିଥିଲେ ଖାଇବା ଥାଳି ପାଖରୁ ଉଠି ଦୌଡ଼ି ପଳାଇ ଯାଇଥିଲେ।

ଧାନ କ୍ୱିଣ୍ଟାଲ ପିଛା ୫୦୦ ଟଙ୍କା ବୋନସ୍‌, କୃଷକଙ୍କୁ ପେନ୍‌ସନ୍‌, ନଡ଼ିଆର ସର୍ବନିମ୍ନ ମୂଲ୍ୟ ୧୨ ଟଙ୍କା, ଜଳ ସେଚନ ପାଇଁ ବିଦ୍ୟୁତ ଶୁଳ୍କ ଛାଡ଼ ଆଦି ୯୦ଟି ଦାବି ପୂରଣ ନେଇ ନୀଳାଚଳ କୃଷକ ମହାସଂଘ ପକ୍ଷରୁ ସତ୍ୟବାଦୀ ବ୍ଲକ ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା। ହେଲେ ପ୍ରଶାସନିକ ଅଧିକାରୀମାନେ ଚାଷୀଙ୍କ ଦାବି ପ୍ରତି କର୍ଣ୍ଣପାତ କରିବା ବଦଳରେ ନିସ୍ତୁକ ମାଡ ମାରି ଉଠାଇ ଦେଇଥିଲେ। ଏହା ମଧ୍ୟରେ ରାଜପଥରେ ଅଢ଼େଇ ଘଣ୍ଟା ଧରି ଗାଡ଼ି ଚଳାଚଳ ବ୍ୟାହତ ହୋଇଥିଲା।

ଜଣେ ଚାଷୀ କହିଛନ୍ତି,“୨୦୧୩ରୁ ଫାଇଲିନ କ୍ଷତିପୂରଣ ଆସିଛି। ସତ୍ୟବାଦୀ ଓ ପୁରୀ ଜିଲ୍ଲାର ଚାଷୀ ଏପର୍ଯ୍ୟନ୍ତ ଏହି କ୍ଷତିପୂରଣ ପାଇ ନାହାନ୍ତି। ଏଥିପାଇଁ ଆମେ ଏହି ରାସ୍ତାଣୋକ କରିଥିଲୁ।”

ଉପଜିଲ୍ଲାପାଳ ମଧୁସୂଦନ ଦାଶ କହିଛନ୍ତି,“ପୁରୀ ଓ ଭୁବନେଶ୍ୱରକୁ ବହୁ ପର୍ଯ୍ୟଟକ ଆସୁଛନ୍ତି। ଏହି ସମୟରେ ଏତେ ଘଣ୍ଟା ରାସ୍ତାରୋକ ଆଇନଗତ ସମ୍ମତ ନୁହେଁ। ଏ କଥା ଆମେ ସେମାନଙ୍କୁ ବୁଝାଇଥିଲୁ, ହେଲେ ସେମାନେ ରାଜି ହୋଇ ନ ଥିଲେ। ଫଳରେ ଆଇନ ଅନୁଯାୟୀ ଆମେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରି ରାସ୍ତରୋକ ହଟାଇ ଥିଲୁ। ଗାଡ଼ି ଚଳାଚଳ ସ୍ୱଭାବିକ ହୋଇଛି।

ପିପିଲି ଏସ୍‌ଡିପିଓ ଦିଲୀପ କହିଛନ୍ତି,“ଚାଷୀମାନେ ଏଠାରେ ଯେଉଁ ରାସ୍ତା ଅବରୋଧ କରିଥିଲେ ଏଥିପାଇଁ ଆମେ ଅନୁମତି ଦେଇ ନ ଥିଲୁ। କୌଣସି ଲାଠିଚାର୍ଜ କରାଯାଇନାହିଁ। ଆମେ କେବଳ ସେମାନଙ୍କୁ ରାଜପଥରୁ ହଟାଇଥିଲୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos