ବିପଦସଙ୍କୁଳ ଅବସ୍ଥାରେ ସୂର୍ଯ୍ୟ ମନ୍ଦିର ଜଗମୋହନ

କୋଣାର୍କ: ବିପଦସଙ୍କୁଳ ଅବସ୍ଥାରେ ରହିଛି କୋଣାର୍କ ମନ୍ଦିର ଜଗମୋହନ। ବିମ୍‌ରେ ପଥର ଝୁଲନ୍ତା ଅବସ୍ଥାରେ ରହିଥିବାରୁ ମରାମତି ଓ ରକ୍ଷଣାବେକ୍ଷଣା କରିବା ଏଏସ୍‌ଆଇ ପକ୍ଷେ କଷ୍ଟକର ହୋଇପଡ଼ିଛି। ଅନ୍ୟପକ୍ଷରେ ମନ୍ଦିର ମରାମତି ବା ସ୍ଥିତି ଅନୁଧ୍ୟାନ ପାଇଁ ଭିତରକୁ ପ୍ରବେଶ କରିବାକୁ ଟନେଲ୍‌ଚଉଡା କରିବାରେ ମଧ୍ୟ ବିପଦ ରହିଛି। କୋଣାର୍କ ସୂର୍ଯ୍ୟ ମନ୍ଦିର ଜଗମୋହନ ଭିତରେ ବାଲି ଦବି ଯାଉଛି। ମନ୍ଦିର ଭିତରେ ୪ଟି ବିମ୍‌ରୁ ଗୋଟିଏ ବିମ୍‌ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ପଥର ଝୁଲନ୍ତା ଅବସ୍ଥାରେ ରହିଛି। […]

Konark_

Konark_

Rakesh Mallick
  • Published: Saturday, 31 December 2016
  • Updated: 01 January 2017, 09:38 PM IST

Sports

Latest News

କୋଣାର୍କ: ବିପଦସଙ୍କୁଳ ଅବସ୍ଥାରେ ରହିଛି କୋଣାର୍କ ମନ୍ଦିର ଜଗମୋହନ। ବିମ୍‌ରେ ପଥର ଝୁଲନ୍ତା ଅବସ୍ଥାରେ ରହିଥିବାରୁ ମରାମତି ଓ ରକ୍ଷଣାବେକ୍ଷଣା କରିବା ଏଏସ୍‌ଆଇ ପକ୍ଷେ କଷ୍ଟକର ହୋଇପଡ଼ିଛି। ଅନ୍ୟପକ୍ଷରେ ମନ୍ଦିର ମରାମତି ବା ସ୍ଥିତି ଅନୁଧ୍ୟାନ ପାଇଁ ଭିତରକୁ ପ୍ରବେଶ କରିବାକୁ ଟନେଲ୍‌ଚଉଡା କରିବାରେ ମଧ୍ୟ ବିପଦ ରହିଛି।

କୋଣାର୍କ ସୂର୍ଯ୍ୟ ମନ୍ଦିର ଜଗମୋହନ ଭିତରେ ବାଲି ଦବି ଯାଉଛି। ମନ୍ଦିର ଭିତରେ ୪ଟି ବିମ୍‌ରୁ ଗୋଟିଏ ବିମ୍‌ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ପଥର ଝୁଲନ୍ତା ଅବସ୍ଥାରେ ରହିଛି। ସେଣ୍ଟ୍ରାଲ୍‌ବିଲଡିଂ ରିସର୍ଚ ଟିମ୍‌ର ଏଣ୍ଡୋସ୍କୋପି ଫଟୋରୁ ଏହା ଜଣାପଡ଼ିବା ପରେ ଏଏସ୍‌ଆଇ ଓ ମନ୍ଦିର ସୁରକ୍ଷା ନେଇ ଗଠିତ ୱାର୍କିଂ କମିଟି ଚିନ୍ତାରେ ପଡ଼ିଯାଇଛି।

କୋଣାର୍କ ୱାର୍କ ଗ୍ରୁପ୍‌ସଦସ୍ୟ ଡକ୍ଟର ଏନ୍‌.ସି. ପାଲ କହିଛନ୍ତି,“କୋଣାର୍କ ଜଗମୋହନର ବାଲି ଦବିଛି। ବିମ୍‌ ଓ କିଛି ପଥର ଉପରେ ଝୁଲନ୍ତା ଅବସ୍ଥାରେ ରହିଛି। ୧୦ ବର୍ଷ ଭିତରେ ପର୍ଯ୍ୟାୟ କ୍ରମେ ପଥର ଖସି ନ ଥିବ ବୋଲି କରିହେବ ନାହିଁ। ୬ କିମ୍ୱା ୬.୫ ରିକ୍ଟର ସ୍କେଲରେ ଯଦି ଆଖପାଖ ଅଞ୍ଚଳରେ ଭୂମିକମ୍ପ ହୁଏ ତାହାହେଲେ ମନ୍ଦିରକୁ ରକ୍ଷା ଦେଇହେବ ନାହିଁ।”

ବିଶ୍ୱ ଐତିହ୍ୟ କିର୍ତ୍ତିରାଜୀରେ ସ୍ଥାନ ପାଇଥିବା କୋଣାର୍କ ମନ୍ଦିର ପ୍ରତି ବିପଦ ରହିଥିବା ସ୍ପଷ୍ଟ ହେବା ପରେ ଏହାକୁ ମରାମତି ଓ ସୁରକ୍ଷାକୁ ନେଇ ଚିନ୍ତା ପଡ଼ିଯାଇଛି ଏଏସ୍‌ଆଇ। ଏହି ଐତିହ୍ୟ କିର୍ତ୍ତିରାଜୀକୁ ସୁରକ୍ଷିତ ରଖିବାକୁ ହେଲେ ପଥର ସିଲିଂ ବା ବାଲି ପ୍ୟାକିଂ ପାଇଁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ପଡ଼ିବ। ହେଲେ ଏ କାମ ବେଶ୍‌ ବିପଦପୂର୍ଣ୍ଣ। କାରଣ ଭିତରକୁ ପ୍ରବେଶ କଲେ କିଛି ବି ହୋଇପାରେ ବୋଲି ଏଏସ୍‌ଆଇ ଆଶଙ୍କା କରୁଛି। ଏ ପରିସ୍ଥିତିରେ ୨ରୁ ୩ ମାସ ମଧ୍ୟରେ ନୂଆଦିଲ୍ଲୀରେ ବସିବାକୁ ଥିବା ଉଚ୍ଚସ୍ତରୀୟ କମିଟି ବୈଠକରେ ସୂର୍ଯ୍ୟ ମନ୍ଦିର ମରାମତି ନେଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯିବ ବୋଲି ଏଏସ୍‌ଆଇ ପକ୍ଷରୁ ସୂଚନା ଦିଆଯାଇଛି।

କୋଣାର୍କ ୱାର୍କ ଗ୍ରୁପ୍‌ ସଦସ୍ୟ ବିଜୟ କୁମାର ରଥ କହିଛନ୍ତି,“୧୮ ଇଞ୍ଚ ଚଉଡ଼ା ଓ ୧୨ ଇଞ୍ଚ ଉଚ୍ଚାର ୪ଟି ହୋଲ୍‌ ରହିଛି। ସିଲିଂରେ ଦୁଇଟି ଲେଖାଏଁ ପଥର ରହିଛି। ତାକୁ ଚଉଡା କରିବା ସମୟରେ ପଥର ଖସିବାର ସମ୍ଭାବନା ରହିଛି। ସୂର୍ଯ୍ୟ ମନ୍ଦିରର ପଶ୍ଚିମ ପାର୍ଶ୍ୱରେ ପ୍ରବେଶ ପଥ ବାହାର କରିବାକୁ ପଡ଼ିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos