ପୁରୀ: ଶ୍ୱାସରୁଦ୍ଧ ହୋଇ ଜଣେ ଭକ୍ତଙ୍କ ମୃତ୍ୟୁ

ପୁରୀ: ପୁରୀ ସିଂହଦ୍ୱାର ନିକଟରେ ଠେଲାପେଲାରେ ଶ୍ୱାସରୁଦ୍ଧ ହୋଇ ଜଣେ ଭକ୍ତଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ନୟାଗଡ଼ର ନିଧି ବେହେରା। ତାଙ୍କୁ ଗୁରୁତର ଅବସ୍ଥାରେ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟଛି। ସେ ପୟା ଶ୍ରାଦ୍ଧ ପାଇଁ ପୁରୀ ଆସିଥିଲେ।