ଶ୍ରୀମନ୍ଦିରରେ ଆମିଷ ଭୋଜନ ପରଷା ଲେଖା ପାଇଁ କ୍ଷମା ମାଗିଲା ଏୟାର ଇଣ୍ଡିଆ

ପୁରୀ: ଶ୍ରୀମନ୍ଦିରରେ ରୋଷ ଶାଳାରେ ଆମିଷ ଭୋଜନ ପ୍ରସ୍ତୁତ କରାଯାଉଥିବା ଲେଖାକୁ ନେଇ ଜଗନ୍ନାଥପ୍ରେମୀଙ୍କ ଜୋରଦାର ବିରୋଧ ପରେ ଆଜି ଏୟାର ଇଣ୍ଡିଆ ପକ୍ଷରୁ ଏନେଇ କ୍ଷମା ପ୍ରାର୍ଥନା କରାଯାଇଛି। ଟ୍ୱିଟ୍ କରି ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ କ୍ଷମା ପ୍ରାର୍ଥନ କରିଛନ୍ତି। ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ କହିଛନ୍ତି,“କାହାର ଭାବାବେଗକୁ ଆଘାତ ଦେବା ଆମର ଲକ୍ଷ୍ୟ ନୁହେଁ। ତୁରନ୍ତ ପତ୍ରିକାର ସମସ୍ତ କପି ପ୍ରତ୍ୟାହାର କରି ନିଆଯାଇଛି।” ଏୟାର ଇଣ୍ଡିଆ ଜିଏମ୍‌ ମୀନାକ୍ଷୀ ମଲ୍ଲିକ କହିଛନ୍ତି,“ଶ୍ରୀମନ୍ଦିର ରୋଷଶାଳାରେ ଆମିଷ […]

jagannath-sena

jagannath-sena

Rakesh Mallick
  • Published: Saturday, 29 October 2016
  • Updated: 29 October 2016, 11:01 PM IST

Sports

Latest News

jagannath-senaପୁରୀ: ଶ୍ରୀମନ୍ଦିରରେ ରୋଷ ଶାଳାରେ ଆମିଷ ଭୋଜନ ପ୍ରସ୍ତୁତ କରାଯାଉଥିବା ଲେଖାକୁ ନେଇ ଜଗନ୍ନାଥପ୍ରେମୀଙ୍କ ଜୋରଦାର ବିରୋଧ ପରେ ଆଜି ଏୟାର ଇଣ୍ଡିଆ ପକ୍ଷରୁ ଏନେଇ କ୍ଷମା ପ୍ରାର୍ଥନା କରାଯାଇଛି। ଟ୍ୱିଟ୍ କରି ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ କ୍ଷମା ପ୍ରାର୍ଥନ କରିଛନ୍ତି।

ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ କହିଛନ୍ତି,“କାହାର ଭାବାବେଗକୁ ଆଘାତ ଦେବା ଆମର ଲକ୍ଷ୍ୟ ନୁହେଁ। ତୁରନ୍ତ ପତ୍ରିକାର ସମସ୍ତ କପି ପ୍ରତ୍ୟାହାର କରି ନିଆଯାଇଛି।”

ଏୟାର ଇଣ୍ଡିଆ ଜିଏମ୍‌ ମୀନାକ୍ଷୀ ମଲ୍ଲିକ କହିଛନ୍ତି,“ଶ୍ରୀମନ୍ଦିର ରୋଷଶାଳାରେ ଆମିଷ ଭୋଜନ ପ୍ରସ୍ତୁତ ନେଇ ‘ଶୁଭଯାତ୍ରା’ରେ ପ୍ରକାଶ ପାଇବା ଏକ ବହୁତ ବଡ଼ ଭୁଲ, ଏଥିପାଇଁ ଆମେ କ୍ଷମା ମାଗୁଛୁ। ଏ ନେଇ ଲେଖିଥିବା ଲେଖିକା ମଧ୍ୟ କ୍ଷମା ପ୍ରାର୍ଥନା କରିଛନ୍ତି। ଭୁଲ ବଶତଃ ଏପରି ପ୍ରକାଶ ପାଇଯାଇଛି। ଶୁଭଯାତ୍ରା’ର ଅକ୍ଟୋବର ସଂଖ୍ୟାକୁ ଆମେ ପ୍ରତ୍ୟାହାର କରି ନେଇଛୁ। ଲେଖିକାଙ୍କୁ ଆମେ ବ୍ଲାକ ଲିଷ୍ଟେଡ କରିଛୁ। ତାଙ୍କ ଲେଖା ଆଉ କେବେ ଆମେ ପ୍ରକାଶ କରିବୁ ନାହିଁ।”

ଏୟାର ଇଣ୍ଡିଆର ‘ଶୁଭଯାତ୍ରା’ ପତ୍ରିକାରେ  “ଡିଭୋସନ୍‌ କ୍ୟା ବି ଡେଲିସିୟସ” ଶୀର୍ଷକ ଏକ ଲେଖାରେ ଉଲ୍ଲେଖ କରାଯାଇଥିଲା ଯେ  ଶ୍ରୀମନ୍ଦିରରେ ପ୍ରତିଦିନ ୧ ଲକ୍ଷ ଭକ୍ତ ପାଇଁ ୫୦୦ ରୋଷେୟା ଓ ୩୦୦ ଜଣ ସହାୟକ ୨୮୫ ପ୍ରକାରର ନିରାମିଷ ଓ ଆମିଷ ଖାଦ୍ୟ ପ୍ରସ୍ତୁତ କରିଥାଆନ୍ତି। ଏୟାର ଇଣ୍ଡିଆରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ରୁଦ୍ର ପ୍ରସନ୍ନ ରଥ ଏହାକୁ ଦେଖି ଗଣମାଧ୍ୟମ ଦୃଷ୍ଟିକୁ ଆଣିଥିଲେ। ଏହାକୁ ବିରୋଧ କରି ଆଜି ଶ୍ରୀମନ୍ଦିର ସମ୍ମୁଖରେ ଜଗନ୍ନାଥ ସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଜଗନ୍ନାଥ ସେନା ପକ୍ଷରୁ କେନ୍ଦ୍ର ବେସାମରିକ ଚଳାଚଳ ମନ୍ତ୍ରୀ ଓ ରାଜ୍ୟ ସଂସ୍କୃତି ମନ୍ତ୍ରୀଙ୍କ ପୋଷ୍ଟରରେ କଳା ବୋଳା ଯାଇଥିଲା। ଏପରିକି ଏ ଦୁଇ ମନ୍ତ୍ରୀଙ୍କୁ ବହିଷ୍କାର କରିବାକୁ ଓ ଗିରଫ କରିବାକୁ ସେମାନେ ଦାବି କରିଥିଲେ।

ଶ୍ରୀମନ୍ଦିର ସଂପର୍କରେ ଏଭଳି ଅସତ୍ୟ ଖବର ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଏ ପ୍ରସଙ୍ଗ ଉଠାଯିବ ବୋଲି ସେ କହିଛନ୍ତି।

ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି,“ଏୟାର ଇଣ୍ଡିଆରେ ପ୍ରକାଶିତ ଖବର ସଂପୂର୍ଣ୍ଣ ଅସତ୍ୟ। ଏହା ତଥ୍ୟ ଆଧାରିତ ନୁହେଁ। ଏନେଇ ଆମ ବିଭାଗ ପକ୍ଷରୁ ଏୟାର ଇଣ୍ଡିଆକୁ ଚିଠି ଲେଖାଯିବ। ଏୟାର ଇଣ୍ଡିଆ କେନ୍ଦ୍ର ବେସାମରିକ ଚଳାଚଳ ମନ୍ତ୍ରଣାଳୟ ଅଧୀନରେ କାମ କରୁଛି। ଏଣୁ ବେସାମରିକ ଚଳାଚଳ ମନ୍ତ୍ରଣାଳୟକୁ ବି ଚିଠି ଲେଖାଯିବ ଓ କାହିଁକି ଏଭଳି ଭୁଲ୍ ତଥ୍ୟ ପରିବେଷଣ କରାଯାଉଛି ବୋଲି କୁହାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos