ପୁରୀ ଟ୍ରେନ୍ ପୋଡ଼ି ଘଟଣା: ଅଭିଯୁକ୍ତ ସୁବାସର ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ସହ ରହିଛି ଲିଙ୍କ୍

ଭୁବନେଶ୍ୱର: ପୁରୀ ସିରିଜ୍ ଟ୍ରେନ୍ ପୋଡ଼ି ଅଭିଯୁକ୍ତ ସୁବାସ ରାମଚନ୍ଦ୍ରନର ରହିଛି ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ସହ ଲିଙ୍କ୍। ସୁବାସର ପଲିଗ୍ରାଫି ଟେଷ୍ଟରୁ ଏହା ସ୍ପଷ୍ଟ ହୋଇଥିବା ସୂଚନା ମିଳିଛି। ଷ୍ଟେଟ୍ ଫୋରେନ୍ସିକ୍ ସାଇନ୍ସ ଲାବରେ ହୋଇଥିବା ସୁବାସର ପଲିଗ୍ରାଫି ଟେଷ୍ଟ ରିପୋର୍ଟ ଜିଆରପିର ହସ୍ତଗତ ହୋଇଛି। ରିପୋର୍ଟରେ ମିଳିଥିବା ସୂଚନା ଅନୁଯାୟୀ, ସୁବାସ ମୁମ୍ୱାଇରେ ପାକିସ୍ତାନୀ ଏଜେଣ୍ଟ ରିୟାଜକୁ ଭେଟିଥିଲା। ସେ ଏକ ଆତଙ୍କବାଦୀ ସଂଗଠନର ଟ୍ରେନି ସଦସ୍ୟ ଥିବା ଜଣାପଡିଛି। ପଲିଗ୍ରାଫ୍ ଟେଷ୍ଟ୍ ରିପୋର୍ଟ […]

subas

subas

Rakesh Mallick
  • Published: Friday, 11 December 2015
  • Updated: 11 December 2015, 02:07 PM IST

Sports

Latest News

ଭୁବନେଶ୍ୱର: ପୁରୀ ସିରିଜ୍ ଟ୍ରେନ୍ ପୋଡ଼ି ଅଭିଯୁକ୍ତ ସୁବାସ ରାମଚନ୍ଦ୍ରନର ରହିଛି ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ସହ ଲିଙ୍କ୍। ସୁବାସର ପଲିଗ୍ରାଫି ଟେଷ୍ଟରୁ ଏହା ସ୍ପଷ୍ଟ ହୋଇଥିବା ସୂଚନା ମିଳିଛି। ଷ୍ଟେଟ୍ ଫୋରେନ୍ସିକ୍ ସାଇନ୍ସ ଲାବରେ ହୋଇଥିବା ସୁବାସର ପଲିଗ୍ରାଫି ଟେଷ୍ଟ ରିପୋର୍ଟ ଜିଆରପିର ହସ୍ତଗତ ହୋଇଛି। ରିପୋର୍ଟରେ ମିଳିଥିବା ସୂଚନା ଅନୁଯାୟୀ, ସୁବାସ ମୁମ୍ୱାଇରେ ପାକିସ୍ତାନୀ ଏଜେଣ୍ଟ ରିୟାଜକୁ ଭେଟିଥିଲା। ସେ ଏକ ଆତଙ୍କବାଦୀ ସଂଗଠନର ଟ୍ରେନି ସଦସ୍ୟ ଥିବା ଜଣାପଡିଛି।

ପଲିଗ୍ରାଫ୍ ଟେଷ୍ଟ୍ ରିପୋର୍ଟ ଆସିବା ପରେ ଓଡ଼ିଶାରେ ଏହା ପ୍ରଥମ ଆତଙ୍କବାଦୀ କାର୍ଯ୍ୟକଳାପ ବୋଲି କୁହାଯାଉଛି। ଏହି ପଲିଗ୍ରାଫ୍ ଟେଷ୍ଟ୍ ରିପୋର୍ଟକୁ ଜିଆରପି ଦେବ ଏନଆଇଏକୁ। ବର୍ତ୍ତମାନ ଏନଆଇଏ ଏହି ମାମଲାର ତଦନ୍ତ କରୁଛି।

ଏ ନେଇ କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ ସିଆଇବିର ଜଏଣ୍ଟ ଡିରେକ୍ଟର ଆଜି ପୋଲିସ୍ ଡିଜିଙ୍କୁ ଭେଟିଛନ୍ତି। ପୋଲିସ୍ ଡିଜିଙ୍କ ଅଫିସରେ କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋର ଯୁଗ୍ମ ନିର୍ଦ୍ଦେଶିକା ସ୍ୱପ୍ନା ତିୱାରୀ ଭେଟିଛନ୍ତି। ପୁରୀ ଟ୍ରେନ ପୋଡି ଘଟଣାର ଅଭିଯୁକ୍ତ ସୁବାସ ରାମଚନ୍ଦ୍ରନ୍ ପଲିଗ୍ରାଫ୍ ରିପୋର୍ଟ ଆସିବା ପରେ ତଦନ୍ତ ଅଗ୍ରଗତି ନେଇ ଆଲୋଚନା କରିଛନ୍ତି। ଟ୍ରେନ୍ ପୋଡ଼ି ଘଟଣାରେ ସିଧାସଳଖ ନ ହେଲେ ମଧ୍ୟ ପରୋକ୍ଷ ଭାବେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନର ହାତ ଥିବା ସୁବାସ୍ କହିଥିବା ସୂଚନା ମିଳିଛି। ଏନ୍ଆଇଏ ଘଟଣାର ତଦନ୍ତ କରୁଥିଲେ ମଧ୍ୟ ଜାତୀୟ ସୁରକ୍ଷା ପ୍ରସଙ୍ଗ ହୋଇଥିବାରୁ ବିଭିନ୍ନ ଗୁଇନ୍ଦା ସଂସ୍ଥା ମଧ୍ୟ ତଦନ୍ତରେ ସହଯୋଗ କରୁଛନ୍ତି। ଏନ୍ଆଇଏକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯାଉଥିବା ପୋଲିସ୍ ଡିଜି କନୱର ବ୍ରଜେଶ ସିଂ କହିଛନ୍ତି।

ପଲିଗ୍ରାଫ୍ ଟେଷ୍ଟରୁ ସୁବାସଠାରୁ ମିଳିଥିବା ତଥ୍ୟ ଅନୁସାରେ ତାମିଲନାଡୁ ବାସିନ୍ଦା ସୁବାସ ମୁମ୍ୱାଇର ଏକ ହୋଟେଲରେ କମ୍ ଦରମାରେ ଚାକିରି କରିଥିଲା। ତେବେ ନିଜ ପ୍ରେମିକାକୁ ଇଞ୍ଜିନିୟର ବୋଲି ପରିଚୟ ଦେଇଥିବା ସୁବାସ, ବାହାଘର ପୂର୍ବରୁ ନିଜ ଆକାଉଣ୍ଟରେ ଅଧିକ ଟଙ୍କା ଜମା ରଖି ଦେଖାଇବାକୁ ଚାହୁଁଥିଲା। ଏହି ସମୟରେ ତା’ର ହୋଟେଲକୁ ନିୟମିତ ଆସୁଥିବା ରିଆଜ୍ ଓ ଉତ୍ତମ ସହ ଦେଖା ହୋଇଥିଲା। ସୁବାସର ଅବସ୍ଥା ଦେଖି ସେମାନେ ତାକୁ ଟଙ୍କା ଦେବା ପାଇଁ କହିଥିଲେ। ତେବେ ଅଧିକ ଟଙ୍କ। ପାଇଁ ପାକିସ୍ତାନୀ ବୋଷ ସହ ଯୋଗାଯୋଗ କରିବା ପୂର୍ବରୁ କିଛି ଟ୍ରାଏଲ୍ କରି ଦେଖାଇବାକୁ କହିଥିଲେ। ରିଆଜଠାରୁ ମିଳିଥିବା ପାଉଡର୍ ଓ ନଗଦ ଟଙ୍କା ନେଇ ସେ ବିଭିନ୍ନ ଅଞ୍ଚଳ ବୁଲିବା ସହ ଟ୍ରେନ୍ ଓ ଗୋଦାମ ପ୍ରଭୃତିରେ ନିଆଁ ଲଗାଇଥିଲା। ପଲିଗ୍ରାଫ୍ ଟେଷ୍ଟରୁ ମିଳିଥିବା ଏହି ତଥ୍ୟ ତଦନ୍ତ ଆଗକୁ ବଢ଼ାଇବାରେ ସହାୟକ ହେବ ବୋଲି ଆଶା କରାଯାଉଛି। ସେପଟେ ପୁରୀ ଟ୍ରେନ ପୋଡି ମାମଲା ଭୁବନେଶ୍ୱର କୋର୍ଟକୁ ସ୍ଥାନାନ୍ତର ହେବା ପରେ ସୁବାସକୁ ଝାରପଡ଼ା ଜେଲକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos