ଜଗମୋହନ ଛାତ ମରାମତି ପ୍ରସଙ୍ଗ: ଆଜି ପୁରୀ ଆସିବ ବୈଷୟିକ କୋର୍‌ କମିଟି

ପୁରୀ: ଶ୍ରୀମନ୍ଦିର ଜଗମୋହନ ଛାତର ମରାମତି ଅନୁଧ୍ୟାନ ପାଇଁ ଆଜି ଏଏସ୍‌ଆଇ ବୈଷୟିକ କୋର୍ କମିଟି ପୁରୀ ଆସିବ। ଜଗମୋହନ ଛାତର ମରାମତି ନେଇ ଅନୁଧ୍ୟାନ କରିବା ପରେ ଅପରାହ୍ନରେ ଏ ନେଇ ବୈଷୟିକ କୋର କମିଟର ସଦସ୍ୟମାନେ ପୁରୀ ଏଏସ୍‌ଆଇ କାର୍ଯ୍ୟାଳୟରେ ଆଲୋଚନା କରି ଛାତ ମରାମତି ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରିବେ। ବୈଷୟିକ କୋର୍‌ କମିଟି ଛାତର ମରାମତି ଡିଜାଇନ୍, ଡ୍ରଇଂ ଏବଂ ଏଷ୍ଟିମେଟ୍ ପ୍ରସ୍ତୁତ କରିବା ସମ୍ଭାବନା ରହିଛି । ଏହି ଡିଜାଇନ୍ […]

puri

puri

Rakesh Mallick
  • Published: Tuesday, 23 May 2017
  • Updated: 23 May 2017, 08:03 AM IST

Sports

Latest News

ପୁରୀ: ଶ୍ରୀମନ୍ଦିର ଜଗମୋହନ ଛାତର ମରାମତି ଅନୁଧ୍ୟାନ ପାଇଁ ଆଜି ଏଏସ୍‌ଆଇ ବୈଷୟିକ କୋର୍ କମିଟି ପୁରୀ ଆସିବ। ଜଗମୋହନ ଛାତର ମରାମତି ନେଇ ଅନୁଧ୍ୟାନ କରିବା ପରେ ଅପରାହ୍ନରେ ଏ ନେଇ ବୈଷୟିକ କୋର କମିଟର ସଦସ୍ୟମାନେ ପୁରୀ ଏଏସ୍‌ଆଇ କାର୍ଯ୍ୟାଳୟରେ ଆଲୋଚନା କରି ଛାତ ମରାମତି ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରିବେ।

ବୈଷୟିକ କୋର୍‌ କମିଟି ଛାତର ମରାମତି ଡିଜାଇନ୍, ଡ୍ରଇଂ ଏବଂ ଏଷ୍ଟିମେଟ୍ ପ୍ରସ୍ତୁତ କରିବା ସମ୍ଭାବନା ରହିଛି । ଏହି ଡିଜାଇନ୍ ଅନୁମୋଦନ ପରେ କାମ ଆରମ୍ଭ ହେବ। ଶ୍ରୀମନ୍ଦିର ଜଗମୋହନକୁ ଯେପରି, ବିମ୍ ଓ ପିଲର ମାଧ୍ୟମରେ ସୁରକ୍ଷା ଦିଆଯାଇଅଛି, ସେଭଳି ଜଗମୋହନ ଛାତକୁ ମଧ୍ୟ ସୁରକ୍ଷା ଦିଆଯିବ।

ଜଗମୋହନ ଛାତ ସୁରକ୍ଷା ପ୍ରସ୍ତାବକୁ ଏଏସ୍ଆଇ ଡିଜି ଅନୁମୋଦନ କରି ସାରିଛନ୍ତି।  ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ନିର୍ଦ୍ଦେଶ କ୍ରମେ ଏଏସ୍ଆଇ ଜଗମୋହନ ଛାତରେ ଥିବା ଫାଟ ମରାମତି ପ୍ରସ୍ତାବକୁ ଅନୁମୋଦନ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos