ଚିରନିଦ୍ରାରେ ରାଜନୀତିର ଚାଣକ୍ୟ

ଭୁବନେଶ୍ୱର: ଇହଧାମରେ ଆଉ ନାହାନ୍ତି ଓଡ଼ିଶା ରାଜନୀତିର ଚାଣକ୍ୟ ତଥା ପୂର୍ବତନ ସାଂସଦ ପ୍ୟାରୀମୋହନ ମହାପାତ୍ର। ୭୭ ବର୍ଷ ବୟସରେ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ନଜର ପକାନ୍ତୁ ସ୍ୱର୍ଗତ ମହାପାତ୍ରଙ୍କ ଘଟଣାବହୁଳ ରାଜନୈତିକ ଜୀବନ। ଥିଲେ ସୁପର ଚିଫ୍‌ ମିନିଷ୍ଟର ସ୍ୱର୍ଗତ ମହାପାତ୍ର ଏକଦା ରାଜ୍ୟର ସବୁଠାରୁ ପାୱାରଫୁଲ ବ୍ୟୁରୋକ୍ରାଟ୍‌ ଟର୍ଣ୍ଣଡ ପଲିଟିସିଆନ ଥିଲେ। ଏମିତି ଗୋଟିଏ ସମୟ ଥିଲା, ରାଜ୍ୟ ଶାସନରେ ନ ଥାଇ ବି ସେ ଥିଲେ […]

pyari

pyari

Rakesh Mallick
  • Published: Sunday, 19 March 2017
  • Updated: 19 March 2017, 11:54 PM IST

Sports

Latest News

ଭୁବନେଶ୍ୱର: ଇହଧାମରେ ଆଉ ନାହାନ୍ତି ଓଡ଼ିଶା ରାଜନୀତିର ଚାଣକ୍ୟ ତଥା ପୂର୍ବତନ ସାଂସଦ ପ୍ୟାରୀମୋହନ ମହାପାତ୍ର। ୭୭ ବର୍ଷ ବୟସରେ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ନଜର ପକାନ୍ତୁ ସ୍ୱର୍ଗତ ମହାପାତ୍ରଙ୍କ ଘଟଣାବହୁଳ ରାଜନୈତିକ ଜୀବନ।

ଥିଲେ ସୁପର ଚିଫ୍‌ ମିନିଷ୍ଟର

ସ୍ୱର୍ଗତ ମହାପାତ୍ର ଏକଦା ରାଜ୍ୟର ସବୁଠାରୁ ପାୱାରଫୁଲ ବ୍ୟୁରୋକ୍ରାଟ୍‌ ଟର୍ଣ୍ଣଡ ପଲିଟିସିଆନ ଥିଲେ। ଏମିତି ଗୋଟିଏ ସମୟ ଥିଲା, ରାଜ୍ୟ ଶାସନରେ ନ ଥାଇ ବି ସେ ଥିଲେ ସୁପର ଚିଫ୍‌ ମିନିଷ୍ଟର। ଗୁରୁତ୍ୱପୂର୍ଣ୍ଣ ଦଳୀୟ ପଦରେ ନ ଥାଇ ବି ସେ ଥିଲେ ବିଜେଡିର ସେକେଣ୍ଡ ପାୱାର ସେଣ୍ଟର। ପଞ୍ଚାୟତ ନିର୍ବାଚନଠାରୁ ଆରମ୍ଭ କରି ବିଧାନସଭା, ଲୋକସଭା ନିର୍ବାଚନରେ କିଏ ପାଇବ ଦଳୀୟ ଟିକେଟ୍‌ ତାହା ସେ ହିଁ ନିଷ୍ପତ୍ତି ନେଉଥିଲେ। ମନ୍ତ୍ରିମଣ୍ଡଳ ଗଠନ ଠାରୁ ଆରମ୍ଭ କରି କ୍ୟାବିନେଟ୍‌ ପୋର୍ଟଫଲିଓ ବଣ୍ଟନ ତାଙ୍କ ପରାମର୍ଶ ବିନା ହେଉ ନ ଥିଲା। ତାଙ୍କ ବିନା ଇଙ୍ଗିତରେ ପତ୍ରଟିଏ ବି ହଲୁ ନ ଥିଲା କ୍ଷମତା ଅଳନ୍ଦିରେ। କାରଣ ସେ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରାମର୍ଶଦାତା।

ଗୋଟିଚାଳନାରେ ଥିଲେ ପାରଙ୍ଗମ

୨୦୦୯ ନିର୍ବାଚନରେ ତାଙ୍କ ରାଜନୈତିକ ଗୋଟିଚାଳନାରେ ଭାଙ୍ଗି ଚୂରମାର ହୋଇ ଯାଇଥିଲା ପ୍ରତିପକ୍ଷଙ୍କ ଦୁର୍ଗ। ନିର୍ବାଚନ ପୂର୍ବରୁ ଯାହା କହିଥିଲେ ତାହା ସତ୍ୟରେ ପରିଣତ ହୋଇଥିଲା। ଉକ୍ତ ନିର୍ବାଚନରେ ଦଳ ୧୦୩ ଆସନରେ ଜିତି ପୁଣି କ୍ଷମତାକୁ ଆସିଥିଲା। ବିଜେପି ସହ ମେଣ୍ଟ ଭାଙ୍ଗିବା ଥିଲା ତାଙ୍କ ଗୋଟିର ସବୁଠାରୁ ଚର୍ଚ୍ଚିତ ଚାଲ୍‌।

ସମନ୍ୱୟ ରକ୍ଷାରେ ଥିଲେ ମାହିର

ତଳସ୍ତର କର୍ମୀଙ୍କଠାରୁ ରାଜ୍ୟ ସ୍ତରୀୟ ହେଭିୱେଟ୍‌ ନେତାଙ୍କ ପର୍ଯ୍ୟନ୍ତ ଦଳ ଭିତରେ ସମନ୍ୱୟ ରକ୍ଷା କରିବାରେ ସେ ଥିଲେ ମାହିର। ବିଜେଡିକୁ ତାଙ୍କ ବିଚକ୍ଷଣ ଗୋଟି ଚାଳନାର ସବୁଠୁ ବଡ଼ ଅବଦାନ ଥିଲା ୨୦୦୪ରେ ବର୍ଷେ ପୂର୍ବରୁ ସରକାର ଭାଙ୍ଗି ନିର୍ବାଚନକୁ ଓହ୍ଲାଇବା ଏବଂ ଦଳକୁ ଆଶାତୀତ ସଫଳତା ଦେବ।। କେବଳ ନିର୍ବାଚନ ନୁହେଁ ଯେତେବେଳେ ବି ସରକାର କୌଣସି ସମସ୍ୟାରେ ପଡୁଥିଲେ କ୍ରାଇସେସ୍‌ ମ୍ୟାନେଜର ହୋଇ ନବୀନଙ୍କ ପାଇଁ ରକ୍ଷା କବଚ ସାଜୁଥିଲେ।

ନବୀନଙ୍କର ପାଲଟି ଥିଲେ ଛାୟା

ରାଜ୍ୟ ରାଜନୀତିରେ ନବୀନଙ୍କ ଛାୟା ପାଲଟିଥିବା ସ୍ୱର୍ଗତ ମହାପାତ୍ର ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ପ୍ରମୁଖ ଶାସନ ସଚିବ ଦାୟିତ୍ୱ ଥିଲେ। ବିଜୁ ବାବୁଙ୍କର ମଧ୍ୟ ବେଶ ଘନିଷ୍ଠ ଥିଲେ। ଏଥିପାଇଁ ନବୀନଙ୍କ ପାଇଁ ସେ ଥିଲେ ଅଙ୍କଲ।

ମିଡ ନାଇଟ୍‌ ଅପରେସନ କଲା କ୍ଷମତା ଶୂନ୍ୟ

୨୦୧୨ ମେ ୨୯ର ଚର୍ଚ୍ଚିତ ମିଡ ନାଇଟ୍‌ ଅପରେସନ ପରେ ଭଟ୍ଟା ପଡିଥିଲା ଅଙ୍କଲ ପ୍ୟାରୀ ଏବଂ ନବୀନଙ୍କ ସମ୍ପର୍କରେ। ଏହି ଘଟଣା ତାଙ୍କ ରାଜନୈତିକ କ୍ୟାରିୟରକୁ ମଧ୍ୟ ପ୍ରଭାବିତ କରିଥିଲା।

ଓଡ଼ିଶା ଜନମୋର୍ଚ୍ଚାର ବିଫଳତା

ଦୁଇ ଦୁଇ ଥର ରାଜ୍ୟସଭା ସାଂସଦ ହେବା ସହ ଦୁଇ ଥର ବିଜେଡିକୁ ସାଧାରଣ ନିର୍ବାଚନରେ ଜିତାଇଥିବା ପ୍ୟାରୀ ଶେଷରେ ୨୦୧୪ ନିର୍ବାଚନ ପୂର୍ବରୁ ‘ଓଡ଼ିଶା ଜନମୋର୍ଚ୍ଚା’ ଗଢି ୬୫ଟି ବିଧାନସଭା ଆସନରେ ପ୍ରାର୍ଥୀ ଦେଇଥିଲେ। ହେଲେ ତାଙ୍କ ଦଳକୁ ସବୁଠି ପରାଜୟର ମୁହଁ ଦଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos