ଭେଣ୍ଟିଲେଟରରେ ପ୍ୟାରୀ

ମୁମ୍ବାଇ: ପୂର୍ବତନ ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ତାଙ୍କୁ ମୁମ୍ବାଇ ହିନ୍ଦୁଜା ହସ୍ପିଟାଲର ଆଇସିୟୁରେ ତାଙ୍କର ଚିକିତ୍ସା କରାଯାଉଛି। ମସ୍ତିଷ୍କ ସଂକ୍ରମଣରେ ପୀଡିତ ଥିବା ପ୍ୟାରୀଙ୍କୁ ଲାଇଫ ସପୋର୍ଟ ସିଷ୍ଟମରେ ରଖାଯାଇଛି। ହସ୍ପିଟାଲରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି। ଫୁସ୍‌ଫୁସ୍‌ କର୍କଟରେ ଆକ୍ରାନ୍ତ ହୋଇ ପ୍ୟାରୀ ସୁସ୍ଥ ହୋଇଥିଲେ। କେବେ ସଂକ୍ରମଣ ବଢିବାରୁ ସେ ମୁମ୍ବାଇ ଯାଇ ଚିକିତ୍ସିତ ହେଉଥିଲେ। ତାଙ୍କ ପାଖରେ ପତ୍ନୀଙ୍କ ସହ ଝିଅ ଓ ପୁଅ ଅଛନ୍ତି। […]

pyari

pyari

Rakesh Mallick
  • Published: Friday, 17 March 2017
  • Updated: 17 March 2017, 09:19 PM IST

Sports

Latest News

ମୁମ୍ବାଇ: ପୂର୍ବତନ ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ତାଙ୍କୁ ମୁମ୍ବାଇ ହିନ୍ଦୁଜା ହସ୍ପିଟାଲର ଆଇସିୟୁରେ ତାଙ୍କର ଚିକିତ୍ସା କରାଯାଉଛି। ମସ୍ତିଷ୍କ ସଂକ୍ରମଣରେ ପୀଡିତ ଥିବା ପ୍ୟାରୀଙ୍କୁ ଲାଇଫ ସପୋର୍ଟ ସିଷ୍ଟମରେ ରଖାଯାଇଛି। ହସ୍ପିଟାଲରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି।

ଫୁସ୍‌ଫୁସ୍‌ କର୍କଟରେ ଆକ୍ରାନ୍ତ ହୋଇ ପ୍ୟାରୀ ସୁସ୍ଥ ହୋଇଥିଲେ। କେବେ ସଂକ୍ରମଣ ବଢିବାରୁ ସେ ମୁମ୍ବାଇ ଯାଇ ଚିକିତ୍ସିତ ହେଉଥିଲେ। ତାଙ୍କ ପାଖରେ ପତ୍ନୀଙ୍କ ସହ ଝିଅ ଓ ପୁଅ ଅଛନ୍ତି।

କିଛିଦିନ ହେବ ତାଙ୍କ ସ୍ୱାସ୍ଥାବସ୍ଥା ଉଦ୍‌ବେଗଜନକ ରହି ଆସିଛି ବୋଲି ଓଡ଼ିଶା ଜନମୋର୍ଚ୍ଚା ମହାସଚିବ ଯଜ୍ଞଶ୍ୱେର କହିଛନ୍ତି।

ପ୍ୟାରୀଙ୍କ ପୁଅ ସମ୍ବିତ କହିଛନ୍ତି,“ବାପାଙ୍କର ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ଅଧିକ ଖରାପ ଅଛି। ଆରମ୍ଭରୁ କ୍ୟାନସର ଥିଲା। କିନ୍ତୁ ତାହା ଭଲ ହୋଇଯାଇଥିଲା। ଏବେ ସଂକ୍ରମଣ ବଢି ଯାଇଛି। ତଥାପି ଆମେ ଆଶା ରଖିଛୁ ସେ ଭଲ ହୋଇଯିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos