ରେହମାନ ସମ୍ପର୍କରେ ଅଧିକ ତଦନ୍ତ ପାଇଁ ଦିଲ୍ଲୀ ଗଲା କମିଶନରେଟ୍ ପୋଲିସର ଟିମ୍

ଭୁବନେଶ୍ୱର: ଏକ୍ୟୁଆଇଏସ୍ ଲିଙ୍କ୍ ଅଭିଯୋଗରେ ଗିରଫ ଅବଦୁର ରେହମାନ ସମ୍ପର୍କରେ ଅଧିକ ତଦନ୍ତ ପାଇଁ ଦିଲ୍ଲୀ ଯାଇଛି କମିଶନରେଟ୍ ପୋଲିସର ଏକ ସ୍ୱତନ୍ତ୍ର ଟିମ୍। ଜଣେ ଏସିପିଙ୍କ ନେତୃତ୍ୱରେ ଏହି ତିନି ଜଣିଆ ଟିମ୍ ଆଜି ସକାଳେ ଦିଲ୍ଲୀ ଗସ୍ତ କରିଛି। ଏହି ଅବସରରେ କମିଶନରେଟ ପୋଲିସ ଟିମ୍ ଦିଲ୍ଲୀ ପୋଲିସ ଦ୍ୱାରା ୧୨ ଦିନିଆ ରିମାଣ୍ଡରେ ଥିବା ଅବଦୁର ରେହମାନକୁ ପଚରାଉଚରା କରିବ। ସେହିଭଳି ଓଡ଼ିଶାରେ ଅବଦୁର ରେହମାନର କାର୍ଯ୍ୟକଳାପ ନେଇ ହାସଲ ହୋଇଥିବା ତଥ୍ୟ ସମ୍ପର୍କରେ […]

r

r

Rakesh Mallick
  • Published: Monday, 21 December 2015
  • Updated: 21 December 2015, 10:01 AM IST

Sports

Latest News

ଭୁବନେଶ୍ୱର: ଏକ୍ୟୁଆଇଏସ୍ ଲିଙ୍କ୍ ଅଭିଯୋଗରେ ଗିରଫ ଅବଦୁର ରେହମାନ ସମ୍ପର୍କରେ ଅଧିକ ତଦନ୍ତ ପାଇଁ ଦିଲ୍ଲୀ ଯାଇଛି କମିଶନରେଟ୍ ପୋଲିସର ଏକ ସ୍ୱତନ୍ତ୍ର ଟିମ୍। ଜଣେ ଏସିପିଙ୍କ ନେତୃତ୍ୱରେ ଏହି ତିନି ଜଣିଆ ଟିମ୍ ଆଜି ସକାଳେ ଦିଲ୍ଲୀ ଗସ୍ତ କରିଛି। ଏହି ଅବସରରେ କମିଶନରେଟ ପୋଲିସ ଟିମ୍ ଦିଲ୍ଲୀ ପୋଲିସ ଦ୍ୱାରା ୧୨ ଦିନିଆ ରିମାଣ୍ଡରେ ଥିବା ଅବଦୁର ରେହମାନକୁ ପଚରାଉଚରା କରିବ। ସେହିଭଳି ଓଡ଼ିଶାରେ ଅବଦୁର ରେହମାନର କାର୍ଯ୍ୟକଳାପ ନେଇ ହାସଲ ହୋଇଥିବା ତଥ୍ୟ ସମ୍ପର୍କରେ ଦିଲ୍ଲୀ ପୋଲିସକୁ ଅବଗତ କରିବ କମିଶନରେଟ ପୋଲିସ୍। ଅନ୍ୟପକ୍ଷଣେ ଗତକାଲିଠାରୁ ଜଣେ ଇନ୍ସପେକ୍ଟରଙ୍କ ନେତୃତ୍ୱରେ କମିଶନରେଟ୍ ପୋଲିସର ଅନ୍ୟ ଏକ ଟିମ୍ ଝାଡ଼ଖଣ୍ଡ ଯାଇଛି। ଜଗତପୁରରେ ରଖି ଅବଦୁର ଟ୍ରେନିଂ ଦେଉଥିବା ଝାଡଖଣ୍ଡର ପିଲା ତଥା ସେମାନଙ୍କ ପରିବାର ଲୋକଙ୍କୁ ଭେଟି ଏହି ଟିମ୍ ପଚରାଉଚରା କରିବ ବୋଲି ସୂଚନା ମିଳିଛି। ଏଠାରେ ପିଲାମାନଙ୍କ କାର୍ଯ୍ୟକଳାପ କଣ ଥିଲା ଏବଂ ସେମାନଙ୍କୁ କିଭଳି ଶିକ୍ଷା ଦିଆଯାଉଥିଲା ସେ ସମ୍ପର୍କରେ ଝାଡ଼ଖଣ୍ଡ ଯାଇଥିବା ପୋଲିସ ଟିମ୍ ତଦନ୍ତ କରିବ।

ଅବଦୁର ରେହମାନ୍ ଆତଙ୍କବାଦୀ ସଂଗଠନ ଅଲକାଏଦାରେ ଓଡ଼ିଶାର ୨୦ ଜଣ ପିଲାଙ୍କୁ ସାମିଲ କରିବାର ଯୋଜନା ରଖିଥିବା ନେଇ ଗତକାଲି ଜଣାପଡ଼ିଥିଲା। ପଚରାଉଚରା ବେଳେ ଅବଦୁର ଦିଲ୍ଲୀ ପୋଲିସକୁ ଏହି ସୂଚନା ଦେଇଥିବା କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos