ରେହମାନର ଆର୍ଥିକ କାରବାରର ତଦନ୍ତ ପାଇଁ ଆଜି ଦିଲ୍ଲୀ ଓ ଝାଡ଼ଖଣ୍ଡ ଯିବ ସ୍ୱତନ୍ତ୍ର ପୋଲିସ ଟିମ୍

କଟକ: ସନ୍ଦିଗ୍ଧ ଅଲକାଏଦା ଆତଙ୍କବାଦୀ ଅବଦୁର୍ ରେହମାନର ଆର୍ଥିକ କାରବାର ଏବଂ ବିଦେଶ ଲିଙ୍କ୍ ତନାଘନାକୁ ଜୋରଦାର କରିଛି କମିଶନରେଟ୍ ପୋଲିସ। କଟକ ଜଗତପୁର ଅଞ୍ଚଳର ବିଭିନ୍ନ ଘରୋଇ ବ୍ୟାଙ୍କରେ ଥିବା ଆକାଉଣ୍ଟ ସମ୍ପର୍କରେ ତଥ୍ୟ ପାଇବା ପରେ ବିଦେଶରୁ ଆସୁଥିବା ଟଙ୍କାର ଚେର ଖୋଜିବାକୁ ଲାଗିଛି କମିଶନରେଟ୍ ପୋଲିସ। ଆଜି କମିଶନରେଟ୍ ପୋଲିସର ୨ଟି ଟିମ୍ ଦିଲ୍ଲୀ ଏବଂ ଝାଡ଼ଖଣ୍ଡ ଯିବ। ଆର୍ଥିକ କାରବାର ପଛରେ ରେହମନର କ’ଣ ରହିଛି ଉଦ୍ଦେଶ୍ୟ ରେହମାନ୍ ନାଁରେ ଥିବା […]

r

r

Rakesh Mallick
  • Published: Sunday, 20 December 2015
  • Updated: 20 December 2015, 02:44 AM IST

Sports

Latest News

କଟକ: ସନ୍ଦିଗ୍ଧ ଅଲକାଏଦା ଆତଙ୍କବାଦୀ ଅବଦୁର୍ ରେହମାନର ଆର୍ଥିକ କାରବାର ଏବଂ ବିଦେଶ ଲିଙ୍କ୍ ତନାଘନାକୁ ଜୋରଦାର କରିଛି କମିଶନରେଟ୍ ପୋଲିସ। କଟକ ଜଗତପୁର ଅଞ୍ଚଳର ବିଭିନ୍ନ ଘରୋଇ ବ୍ୟାଙ୍କରେ ଥିବା ଆକାଉଣ୍ଟ ସମ୍ପର୍କରେ ତଥ୍ୟ ପାଇବା ପରେ ବିଦେଶରୁ ଆସୁଥିବା ଟଙ୍କାର ଚେର ଖୋଜିବାକୁ ଲାଗିଛି କମିଶନରେଟ୍ ପୋଲିସ। ଆଜି କମିଶନରେଟ୍ ପୋଲିସର ୨ଟି ଟିମ୍ ଦିଲ୍ଲୀ ଏବଂ ଝାଡ଼ଖଣ୍ଡ ଯିବ। ଆର୍ଥିକ କାରବାର ପଛରେ ରେହମନର କ'ଣ ରହିଛି ଉଦ୍ଦେଶ୍ୟ ରେହମାନ୍ ନାଁରେ ଥିବା ଆକାଉଣ୍ଟରେ କିଏ ଟଙ୍କା ପଇଠ କରିଛି, ମଦ୍ରାସା ପରିଚାଳନା ପଛରେ କାହାର ପ୍ରୋତ୍ସାହନ ରହିଛି ଏସବୁର ଯାଞ୍ଚ କରିବ ଟିମ୍। ଗୋଟିଏ ଟିମ୍ ଦିଲ୍ଲୀ ଯାଇ ଅବଦୁଲକୁ ପଚରା ଉଚୁରା କରିବାକୁ ଥିବା ବେଳେ ଅନ୍ୟ ଏକ ଟିମ୍ ଝାଡ଼ଖଣ୍ଡ ଯାଇ ରେହମାନର ଗତିବିଧି ଏବଂ ମଦ୍ରାସା ପରିଚାଳନା ସମ୍ପର୍କରେ ତଥ୍ୟ ସଂଗ୍ରହ କରିବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି।

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos