ରେଳ ବିଭାଗରେ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ: ଉତ୍ତର ରେଳବାଇରେ ଖାଲିଥିବା ୩୧୬୨ Apprentice ପଦବୀ ପାଇଁ ରେଳ ବିଭାଗ ପକ୍ଷରୁ ଦରଖାସ୍ତ ଆହ୍ୱାନ କରାଯାଇଛି। ଏଥିପାଇଁ ଆଶାୟୀ ପ୍ରାର୍ଥୀମାନେ ବିଭାଗର ସରକାରୀ ୱେବ୍‌ସାଇଟ୍‌କୁ ଯାଇ ଅନ୍‌ଲାଇନ୍‌ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ୨୭ ଜାନୁଆରୀ ୨୦୧୮ ପର୍ଯ୍ୟନ୍ତ ରହିଛି। ଏହି ତାରିଖ ମଧ୍ୟରେ ପ୍ରାର୍ଥୀ ଦରଖାସ୍ତ ଆହ୍ୱାନ କରିପାରିବେ। ଯୋଗ୍ୟତା ଓ ବୟସ ସୀମା : ଏହି ପଦବୀ ପାଇଁ ଆବେଦନ  କରିବାକୁ ହେଲେ ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ବିଦ୍ୟାଳୟରୁ ଦଶମ […]

Railway-Jobs-2016 (1)

Railway-Jobs-2016 (1)

Rakesh Mallick
  • Published: Sunday, 31 December 2017
  • Updated: 31 December 2017, 07:30 PM IST

Sports

Latest News

ନୂଆଦିଲ୍ଲୀ: ଉତ୍ତର ରେଳବାଇରେ ଖାଲିଥିବା ୩୧୬୨ Apprentice ପଦବୀ ପାଇଁ ରେଳ ବିଭାଗ ପକ୍ଷରୁ ଦରଖାସ୍ତ ଆହ୍ୱାନ କରାଯାଇଛି। ଏଥିପାଇଁ ଆଶାୟୀ ପ୍ରାର୍ଥୀମାନେ ବିଭାଗର ସରକାରୀ ୱେବ୍‌ସାଇଟ୍‌କୁ ଯାଇ ଅନ୍‌ଲାଇନ୍‌ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ୨୭ ଜାନୁଆରୀ ୨୦୧୮ ପର୍ଯ୍ୟନ୍ତ ରହିଛି। ଏହି ତାରିଖ ମଧ୍ୟରେ ପ୍ରାର୍ଥୀ ଦରଖାସ୍ତ ଆହ୍ୱାନ କରିପାରିବେ।

ଯୋଗ୍ୟତା ଓ ବୟସ ସୀମା : ଏହି ପଦବୀ ପାଇଁ ଆବେଦନ  କରିବାକୁ ହେଲେ ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ବିଦ୍ୟାଳୟରୁ ଦଶମ ଶ୍ରେଣୀରେ ୫୦ ପ୍ରତିଶତ ମାର୍କ ରଖି ପାସ୍ କରିଥିବା ଆବଶ୍ୟକ। ସେହିଭଳି ଆଇଟିଆଇ ପାସ କରିଥିବା ପ୍ରାର୍ଥୀମାନେ ବି ଏହି ଆବେଦନ କରିପାରିବେ। ଆବେଦନ କରିବାକୁ ହେଲେ ୨୭ ଜାନୁଆରୀ ୨୦୧୮ ସୁଦ୍ଧା ଆବେଦନକାରୀଙ୍କ ସର୍ବନିମ୍ନ ବୟସ ସୀମା ୧୫ ଓ ସର୍ବାଧିକ ବୟସ ସୀମା ୨୪ ହୋଇଥିବା ଦରକାର। ମାଟ୍ରିକ ଓ ଆଇଟିଆ ସାର୍ଟିଫିକେଟ୍‌ର ମେରିଟ୍‌ ଆଧାରରେ ଚୟନ କରାଯିବ।

ଆବେଦନ ଫି ଓ ଠିକଣା: ଜେନେରାଲ୍ ଓ ଓବିସି ବର୍ଗର ପ୍ରାର୍ଥୀଙ୍କ ପାଇଁ ୧୦୦ ଟଙ୍କା ଫିସ୍‌ ରହିଥିବା ବେଳେ SC/ST/PH  ବର୍ଗ ଓ ମହିଳାଙ୍କ ପାଇଁ ଆବେଦନ ପାଇଁ କୌଣସି ଦେୟ ଦେବାକୁ ପଡିବ ନାହିଁ। ଆବେଦନକାରୀ ରେଳବାଇର ସରକାରୀ ୱେବସାଇଟ୍  ଯାଇ ଆନ୍‌ଲାନ୍‌ ଆବେଦନ କରିପାରିବେ।

ବିଦ୍ର: ଆମର ବନ୍ଧୁମାନଙ୍କୁ ନିଯୁକ୍ତି ଖବର ବିଷୟରେ ଅବଗତ କରାଇବାକୁ ଆମର ଏହା ଗୋଟେ ପ୍ରୟାସ। ପ୍ରକାଶ ପାଇଥିବା ନିଯୁକ୍ତି ବଜ୍ଞାପନ ସମ୍ପର୍କରେ ସରକାରୀ ୱୋସାଇଟ୍‌କୁ ଯାଇ ଯାଞ୍ଚ କରିସାରିବେ।  କାରଣ କୌଣସି  ସମସ୍ୟା ହେଲେ ଓଡ଼ିଶା ରିପୋର୍ଟର କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos