କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍‌ ଦୁର୍ଘଟଣା: ଆଜିଠୁ ତଦନ୍ତ କରିବ ରେଲ‌ୱେ ସେଫ୍ଟି କମିଶନର

ନୂଆଦିଲ୍ଲୀ: କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍‌ ଲାଇନଚ୍ୟୁତ ଘଟଣାରେ ଉତ୍ତର ରେଳବାଇର ରେଲ‌ୱେ ସେଫ୍ଟି କମିଶନର ଆଜିଠାରୁ ତଦନ୍ତ କରିବେ। ଅନ୍ୟପକ୍ଷରେ ପ୍ରାଥମିକ ତଦନ୍ତ ଆଧାରରେ ରେଳ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଜଣେ ସିନିଅର ଡିଭିଜନାଲ ଇଞ୍ଜିନିୟରଙ୍କ ସମେତ ୪ ଜଣ ଅଧିକାରୀଙ୍କୁ ନିଲମ୍ୱନ ଲାଗି ନିର୍ଦ୍ଦେଶ ଦିଆଯାଇଛି।  ସେହିଭଳି ଉତ୍ତର ରେଳବାଇର ଚିଫ୍ ଟ୍ରାକ୍ ଇଂଜିନିୟରଙ୍କୁ ବଦଳି ପାଇଁ ନିର୍ଦ୍ଦେଶ ହୋଇଛି। ଏହାବ୍ୟତୀତ ଦିଲ୍ଲୀ ଡିଆରଏମ୍, ଉତ୍ତର ରେଳବାଇ ଜିଏମ୍ ଓ ରେଲୱେ ବୋର୍ଡ […]

puri-haridwar-utkal-express

puri-haridwar-utkal-express

Rakesh Mallick
  • Published: Monday, 21 August 2017
  • Updated: 21 August 2017, 07:42 AM IST

Sports

Latest News

ନୂଆଦିଲ୍ଲୀ: କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍‌ ଲାଇନଚ୍ୟୁତ ଘଟଣାରେ ଉତ୍ତର ରେଳବାଇର ରେଲ‌ୱେ ସେଫ୍ଟି କମିଶନର ଆଜିଠାରୁ ତଦନ୍ତ କରିବେ। ଅନ୍ୟପକ୍ଷରେ ପ୍ରାଥମିକ ତଦନ୍ତ ଆଧାରରେ ରେଳ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଜଣେ ସିନିଅର ଡିଭିଜନାଲ ଇଞ୍ଜିନିୟରଙ୍କ ସମେତ ୪ ଜଣ ଅଧିକାରୀଙ୍କୁ ନିଲମ୍ୱନ ଲାଗି ନିର୍ଦ୍ଦେଶ ଦିଆଯାଇଛି।  ସେହିଭଳି ଉତ୍ତର ରେଳବାଇର ଚିଫ୍ ଟ୍ରାକ୍ ଇଂଜିନିୟରଙ୍କୁ ବଦଳି ପାଇଁ ନିର୍ଦ୍ଦେଶ ହୋଇଛି। ଏହାବ୍ୟତୀତ ଦିଲ୍ଲୀ ଡିଆରଏମ୍, ଉତ୍ତର ରେଳବାଇ ଜିଏମ୍ ଓ ରେଲୱେ ବୋର୍ଡ ମେମ୍ବର ଇଞ୍ଜିନିୟରଙ୍କୁ ଛୁଟିରେ ଯିବାକୁ କୁହାଯାଇଛି।

ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି ପୁରୀ- ହରିଦ୍ୱାର କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଦୁର୍ଘଟଣାର କାରଣ।  ରୁଟ୍‌ରେ ମରାମତି କାମ ଚାଲିଥିବାବେଳେ କୌଣସି ସତକର୍ତା ଅବଲମ୍ବନ କରାଯାଇ ନ ଥିବାରୁ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।  ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ରେଲୱେ ବୋର୍ଡ (ଟ୍ରାଫିକ୍)ର ସଦସ୍ୟ ମହମ୍ମଦ ଜାମ୍ ସେଦ୍।

ସୂଚନାଯୋଗ୍ୟ, ଗତ ୧୯ ତାରିଖ ସନ୍ଧ୍ୟାରେ ଉତ୍ତରପ୍ରଦେଶର ମୁଜାଫରନଗର ଖତୈଲିରେ ଉତ୍କଳ ଏକ୍ସପ୍ରେସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଫଳରେ ୧୪ଟି ବଗି ଲାଇନଚ୍ୟୁତ ହୋଇଯାଇଥିଲା। ଦୁର୍ଘଟଣାରେ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯୨ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୫ ଜଣ ଓଡ଼ିଆ ଅଛନ୍ତି।

 

ଅଧିକ ଖବର-   ରୁଟ୍‌ ମରାମତି ବେଳେ ଅସାବଧାନତାରୁ ଉତ୍କଳ ଏକ୍ସପ୍ରେସର ଦୁର୍ଘଟଣା ଘଟିଲା: ରେଲୱେ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos