ଜୁନ୍‌ରେ କମିଛି ବର୍ଷା: ଢେଙ୍କାନାଳରେ ସବୁଠୁ କମ୍

ଭୁବନେଶ୍ୱର: ଚଳିତ ବର୍ଷ ଜୁନ୍ ମାସରେ ରାଜ୍ୟରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଛି। ୪ ପ୍ରତିଶତ  ବର୍ଷା କମିଥିବା ଏସ୍ଆରସି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଜୁନ୍ ମାସରେ ରାଜ୍ୟରେ ୨୧୬.୫ ମିମି ବର୍ଷା ହେବାକୁ ଥିବା ବେଳେ ୨୦୭.୯ ମିମି ହୋଇଛି। ୮ଟି ଜିଲ୍ଲାରେ ୧୯ ପ୍ରତିଶତରୁ ୩୯ ପ୍ରତିଶତ ପର୍ଯ୍ୟନ୍ତ କମ୍ ବର୍ଷା ରେକର୍ଡ କରାଯାଇଛି।  ଏହି ୮ଟି  ଜିଲ୍ଲା ହେଉଛି ଯାଜପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, କେନ୍ଦୁଝର, ନୟାଗଡ଼, କଟକ, ମୟୂରଭଂଜ ଓ […]

rain

rain

Rakesh Mallick
  • Published: Sunday, 02 July 2017
  • Updated: 02 July 2017, 01:35 PM IST

Sports

Latest News

ଭୁବନେଶ୍ୱର: ଚଳିତ ବର୍ଷ ଜୁନ୍ ମାସରେ ରାଜ୍ୟରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଛି। ୪ ପ୍ରତିଶତ  ବର୍ଷା କମିଥିବା ଏସ୍ଆରସି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଜୁନ୍ ମାସରେ ରାଜ୍ୟରେ ୨୧୬.୫ ମିମି ବର୍ଷା ହେବାକୁ ଥିବା ବେଳେ ୨୦୭.୯ ମିମି ହୋଇଛି।

୮ଟି ଜିଲ୍ଲାରେ ୧୯ ପ୍ରତିଶତରୁ ୩୯ ପ୍ରତିଶତ ପର୍ଯ୍ୟନ୍ତ କମ୍ ବର୍ଷା ରେକର୍ଡ କରାଯାଇଛି।  ଏହି ୮ଟି  ଜିଲ୍ଲା ହେଉଛି ଯାଜପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, କେନ୍ଦୁଝର, ନୟାଗଡ଼, କଟକ, ମୟୂରଭଂଜ ଓ ଜଗତସିଂହପୁର। ତେବେ ଢେଙ୍କାନାଳରେ ସର୍ବାଧିକ ୪୪ ପ୍ରତିଶତ କମ୍ ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

୧୪ଟି ଜିଲ୍ଲାରେ ସ୍ୱାଭାବିକ ଭାବେ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସେହିଭଳି ୭ଟି ଜିଲ୍ଲାରେ ବଳକା ୧୯ ପ୍ରତିଶତ ବର୍ଷା ହୋଇଥିବା ଏସ୍ଆରସି କାର୍ଯ୍ୟାଳୟରୁ  ସୂଚନା ଦିଆଯାଇଛି।

ବଳକା ବର୍ଷା ରେକର୍ଡ କରାଯାଇଥିବା ଜିଲ୍ଲାଗୁଡିକ ହେଉଛି ମାଲକାନଗିରି, ବୌଦ୍ଧ, ବରଗଡ଼, ଗଂଜାମ, କୋରାପୁଟ, ସମ୍ବଲପୁର ଓ ସୁବର୍ଣ୍ଣପୁର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos