ରାଜା ମୃତ୍ୟୁ ମାମଲା: ନିଜ ବୟାନରେ କାଏମ ଜେସି

ବାଲେଶ୍ୱର: ଅଭିନେତା ରାଜା ପଟ୍ଟନାୟକ ମୃତ୍ୟୁ ଘଟଣାରେ ଆଜି ଦିନ ତମାମ ଅଭିନେତ୍ରୀ ଜେସି, ପ୍ରଳୟ ଓ ଧନେଶ୍ୱରକୁ ସୋର ଥାନାରେ ପଚରାଉଚାର କରିଥିଲା। ନିଜେ ଏସ୍‌ପି ନୀତିଶେଖର ସୋର ଥାନାରେ ଉପସ୍ଥିତ ରହି ୩ଜଣଙ୍କୁ ଗୁଡାଇ ତୁଡାଇ ବିଭିନ୍ନ ପ୍ରଶ୍ନ କରିଥିଲେ। ପରେ ତିନି ଜଣ ଯାକୁ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ି ଦିଆଯାଇଛି। ଆଜି ପଚରାଉଚରାରେ ମଧ୍ୟ ପୋଲିସ୍‌କୁ ଅଧିକ କିଛି ତଥ୍ୟ ମିଳି ନ ଥିବା ଜଣାପଡ଼ିଛି। କାରଣ ତିନି ଜଣ ଯାକ ନିଜ […]

jesi

jesi

Rakesh Mallick
  • Published: Saturday, 13 February 2016
  • Updated: 13 February 2016, 12:00 PM IST

Sports

Latest News

ବାଲେଶ୍ୱର: ଅଭିନେତା ରାଜା ପଟ୍ଟନାୟକ ମୃତ୍ୟୁ ଘଟଣାରେ ଆଜି ଦିନ ତମାମ ଅଭିନେତ୍ରୀ ଜେସି, ପ୍ରଳୟ ଓ ଧନେଶ୍ୱରକୁ ସୋର ଥାନାରେ ପଚରାଉଚାର କରିଥିଲା। ନିଜେ ଏସ୍‌ପି ନୀତିଶେଖର ସୋର ଥାନାରେ ଉପସ୍ଥିତ ରହି ୩ଜଣଙ୍କୁ ଗୁଡାଇ ତୁଡାଇ ବିଭିନ୍ନ ପ୍ରଶ୍ନ କରିଥିଲେ। ପରେ ତିନି ଜଣ ଯାକୁ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ି ଦିଆଯାଇଛି। ଆଜି ପଚରାଉଚରାରେ ମଧ୍ୟ ପୋଲିସ୍‌କୁ ଅଧିକ କିଛି ତଥ୍ୟ ମିଳି ନ ଥିବା ଜଣାପଡ଼ିଛି। କାରଣ ତିନି ଜଣ ଯାକ ନିଜ ନିଜର ପୂର୍ବ ବୟାନରେ କାଏମ ରହିଛନ୍ତି। ବିଶେଷ କରି ପୋଲିସ ଜେସି ଉପରେ ନଜର ଫୋକସ୍‌ କରିଛି। ତେଣୁ ଜେସି ଗତକାଲି ଦେଇଥିବା ବୟାନ ଓ ଆଜି ଦେଉଥିବା ବୟାନରେ କ’ଣ ମେଳ ଖଉଛି ଓ କ’ଣ ମେଳ ଖାଉନି ଜାଣିବାକୁ ଚେଷ୍ଟା କରିଥିଲା ପୋଲିସ୍। ହେଲେ ନିଜ ବୟାନରେ ଜେସି କାଏମ ରହିଛନ୍ତି। ଗତକାଲି ସେ ଯାହା ବୟାନ ଦେଇଥିଲେ ଆଜି ପଚରାଉଚରା ବେଳେ ତାକୁ ଦୋହରାଇଛନ୍ତି।

ସେ କହିଛନ୍ତି, ‘ଯଦି ମୁଁ ଭୁଲ କରିଛି ତେବେ ଦଣ୍ଡ ପାଇବା ଦରକାର। ପୋଲିସ୍ ଯେତେବେଳେ ଯେଉଁଠିକୁ ପଚରାଉଚରା ଲାଗି ଡକାଇବ ମୁଁ ଆସିବି। ଏହାସହ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବି। କିଛି ମିଡିଆ ଏହି ଘଟଣାରେ ତୁଷାର ଓ ରାଜାଙ୍କୁ ନେଇ ବହୁତ ଖରାପ କଥା ପ୍ରସାର କରୁଛନ୍ତି। ଯାହା ବହୁତ କଷ୍ଟ ଦେଉଛି। ରାଜାଙ୍କ ମୃତ୍ୟୁ ସହ ଅଯଥାରେ ଏହାକୁ ଜୋଡା ଯାଇ ମୋତେ ବଦନାମ କରାଯାଉଛି। ଏକ ଧାରାବାହିକ ଚରିତ୍ର ତୁଳସୀ ପାଇଁ ଲୋକେ ମୋତେ ବହୁତ ଆଦର ଓ ସମ୍ମାନ କରୁଥିଲେ। ହେଲେ ଏପରି ପ୍ରସାରଣ ଯୋଗୁଁ ମୋତେ ସେମାନେ ଖରାପ ଓ ସନ୍ଦେହଭାରା ନଜରରେ ଦେଖୁଛନ୍ତି। ତଦନ୍ତ ରିପୋର୍ଟରୁ ମୁଁ ଏହି ଘଟଣାରେ ସମ୍ପୃକ୍ତ ନ ଥିବା ପ୍ରମାଣିତ ହେବା ପରେ ଏବେ ମୋ ବିରୋଧରେ ଖରାପ କଥା ପ୍ରସାରଣ କରୁଥିବା ମିଡିଆ କ’ଣ ମୋ ପାଇଁ ଦୃଢତାର ସହ ପ୍ରସାରଣ କରିବ?’

ଗତକାଲି ଜେସି ପୋଲିସକୁ ବୟାନ ଦେଇ କହିଥିଲେ ‘ରାଜାଙ୍କ ମୃତ୍ୟୁ ଆତ୍ମହତ୍ୟା କି ହତ୍ୟା ନୁହେଁ। ଏହା ଏକ ଦୁର୍ଘଟଣା। ରାଜା ପରିସ୍ରା ଯିବାକୁ ଚାହୁଁଥିଲା। ହୁଏତ ତା’ ଗୋଡ଼ ଖସି ଯାଇଛି ଓ ସେ ପଡ଼ି ଯାଇଛି। ସେ ସୁଇସାଇଡ୍ କରିବ ନାହିଁ। ସେ ରାଗି କି ଯାଇ ନ ଥିଲା। ଆମ ଭିତରେ ଆଲୋଚନା ହେବାର ଅନେକ ସମୟ ପରେ ସେ ଗାଡ଼ି ରଖିବାକୁ କହିଥିଲା।’

ସେ ଆହୁରି କହିଥିଲେ ଯେ ରାଜାଙ୍କ ମୃତ୍ୟୁ ପରେ ସେ ଖୁବ୍ ଡରି ଯାଇଥିଲେ। ତେଣୁ ଥାନାକୁ ଆସି ନ ଥିଲେ। ପୁଣି ତାଙ୍କ ଦେହ ବି ବହୁତ ଖରାପ ହୋଇଯାଇଥିଲା। ଘଟଣାର ଠିକ୍ ତଦନ୍ତ ହେବ ଓ ନ୍ୟାୟ ମିଳିବ ବୋଲି ସେ ଆଶା ରଖିଛନ୍ତି ବୋଲି କହିଥିଲେ।

ରାଜା ପଟ୍ଟନାୟକ ମୃତ୍ୟୁ ଘଟଣାରେ ଅଭିନେତ୍ରୀ ଜେସି, ପ୍ରଳୟ ଓ ଧନେଶ୍ୱରଙ୍କୁ ଜେରା କରିବା ପାଇଁ ପୋଲିସର ଏକ ୬ ଜଣିଆ ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ ୩ଜଣଙ୍କୁ ପଚରାଉଚରା କରୁଛି। ସୋର ଥାନା ଆଇଆଇସି ପର୍ଶୁରାମ ସାହୁଙ୍କ ନେତୃତ୍ୱରେ ଗଠିତ ଏହି ଟିମ୍‌ରେ ଖଣ୍ଡପଡ଼ା ଆଇଆଇସି ସୁରେନ୍ଦ୍ର ନାୟକ, ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅଧିକାରୀ ପରେଶ ରାଉତ, ରେମୁଣା ଥାନା ଅଧିକାରୀ ସୁଦର୍ଶନ ଦାସଙ୍କ ସହ ଆଉ ୨ଜଣ ପୋଲିସ ଅଧିକାରୀ ଅଛନ୍ତି ବୋଲି ଏସପି ନୀତିଶେଖର କହିଛନ୍ତି।

ଏହି ଟିମ୍ ଆଜି ୩ଜଣଙ୍କୁ ସେମାନେ ବ୍ୟବହାର କରିଥିବା ଗାଡ଼ିରେ ନେଇ ଘଟଣା ସ୍ଥଳରେ ତଦନ୍ତ କରିଛି। ଏସ୍‌ପି ନିଜେ ମଧ୍ୟ ତଦନ୍ତ ସ୍ଥଳକୁ ଯାଇଥିଲେ। ଘଟଣା ଦିନ ଜେସି ଗାଡିରୁ ଓହ୍ଲାଇ ନ ଥିବାରୁ ଆଜି ବି ଗାଡିରୁ ଓହ୍ଲାଇ ନ ଥଲେ। ଅନ୍ୟପକ୍ଷେ ଉକ୍ତ ରାତିରେ ଯାହା ଯାହା ଘଟିଥିଲା ପ୍ରଳୟ ଓ ଧନେଶ୍ୱର ତଦନ୍ତକାରୀ ଟିମ୍‌କୁ ବତାଇଥିଲେ। ସେମାନେ ଗାଡ଼ି କେଉଁଠି ରଖିଥିଲେ, ରାଜା ଓହ୍ଲାଇ କି ଯିବା ପରେ ସେମାନେ ତାଙ୍କୁ ପ୍ରଥମେ କେଉଁଠି ଦେଖିଥିଲେ, କିପରି ତାଙ୍କ ପାଖରେ ପହଞ୍ଚି ଥିଲେ,  କିପରି ଉଦ୍ଧାର କରିଥିଲେ ଓ ଲୋକଙ୍କ ସାହାଯ୍ୟ ନେଇଥିଲେ- ଏସବୁ କଥା ଗୋଟି ଗୋଟି କରି ପୋଲିସ ଆଗରେ ପ୍ରକାଶ କରିଥିଲେ। ଗତକାଲି ୩ଜଣଙ୍କୁ ମାରାଥନ ପଚରାଉଚରା ପରେ ପୋଲିସ ଛାଡି ଦେଇଥିଲା। ସୋମବାର ସମସ୍ତଙ୍କ ପଲିଗ୍ରାଫ ଟେଷ୍ଟ ଲାଗି ପୋଲିସ ପ୍ରକ୍ରିୟା ଆରମ୍ଭ କରି ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story