ରାଜଧାନୀରେ ବେଧଡ଼କ ଚାଲିଛି ଜାଲ୍‌ ସାର୍ଟିଫିକେଟ୍‌ କାରବାର

ଭୁବନେଶ୍ୱର: ଶିକ୍ଷାକୁ ନେଇ ବେପାର କରାଯିବାର ବହୁ ନଜିର ରହିଛି। ହେଲେ ଶିକ୍ଷାକୁ ଓଡ଼ିଶାରେ ଅପରାଧରେ ପରିଣତ କରିଦିଆଯାଇଛି। ଏଥିରେ ବଳି ପଡୁଛି ଲକ୍ଷ ଲକ୍ଷ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ। ଏପରି ଏକ ଘଟଣା ପଦାକୁ ଆସିଛି ଓଟିଭିର ‘ଅପରେସନ ଡୁପ୍ଲିକେଟ୍‌’ ଜରିଆରେ। ରାଜଧାନୀରେ ବେଧଡ଼କ ଚାଲିଥିବା ଜାଲ ସାର୍ଟିଫିକେଟ୍‌ କାରବାରର ପର୍ଦ୍ଦାଫାସ କରିଛି ଏହି ଅପରେସନ୍‌। ଏଥିରେ ଏବେ ଛନ୍ଦି ହୋଇ ପଡିଛନ୍ତି ଭୁବନେଶ୍ୱରର ୭ଟି ଅନୁଷ୍ଠାନ। ‘ଅପରେସନ ଡୁପ୍ଲିକେଟ୍‌’ରୁ ଜଣାପଡିଛି ଶିକ୍ଷା ନାଁରେ ଏହି […]

fack-certificate

fack-certificate

Rakesh Mallick
  • Published: Wednesday, 31 August 2016
  • Updated: 31 August 2016, 10:21 PM IST

Sports

Latest News

fack-certificateଭୁବନେଶ୍ୱର: ଶିକ୍ଷାକୁ ନେଇ ବେପାର କରାଯିବାର ବହୁ ନଜିର ରହିଛି। ହେଲେ ଶିକ୍ଷାକୁ ଓଡ଼ିଶାରେ ଅପରାଧରେ ପରିଣତ କରିଦିଆଯାଇଛି। ଏଥିରେ ବଳି ପଡୁଛି ଲକ୍ଷ ଲକ୍ଷ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ। ଏପରି ଏକ ଘଟଣା ପଦାକୁ ଆସିଛି ଓଟିଭିର ‘ଅପରେସନ ଡୁପ୍ଲିକେଟ୍‌’ ଜରିଆରେ। ରାଜଧାନୀରେ ବେଧଡ଼କ ଚାଲିଥିବା ଜାଲ ସାର୍ଟିଫିକେଟ୍‌ କାରବାରର ପର୍ଦ୍ଦାଫାସ କରିଛି ଏହି ଅପରେସନ୍‌। ଏଥିରେ ଏବେ ଛନ୍ଦି ହୋଇ ପଡିଛନ୍ତି ଭୁବନେଶ୍ୱରର ୭ଟି ଅନୁଷ୍ଠାନ।

‘ଅପରେସନ ଡୁପ୍ଲିକେଟ୍‌’ରୁ ଜଣାପଡିଛି ଶିକ୍ଷା ନାଁରେ ଏହି ୭ଟି ଅନୁଷ୍ଠାନରେ ଚାଲିଥିଲା ସାର୍ଟିଫିକେଟ୍‌ ଜାଲିଆତି। କେଉଁଠି ବିନା ପରୀକ୍ଷାରେ ଏମ୍‌ବିଏ ସାର୍ଟିଫିକେଟ୍‌ ତ ଆଉ କେଉଁଠି ନକଲି ପରୀକ୍ଷାର୍ଥୀ ଦେଉଥିଲେ ପରୀକ୍ଷା। ‘ଅପରେସନ ଡୁପ୍ଲିକେଟ୍‌’ରେ ପଦାରେ ପଡିଛି ଭୁବନେଶ୍ୱରରେ ଥିବା ଓଏସ୍‌ବିଏମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର କଳା କାରନାମା। ଏମ୍‌ବିଏ ପାଇଁ ଏହି ଇନ୍‌ଷ୍ଟିଚ୍ୟୁଟ୍‌ରେ ରହିଛି ୪ଟି ସେମିଷ୍ଟର। କୋର୍ସ ଫି ୭୦ ହଜାର ରଖାଯାଇଛି। ପିଲାଙ୍କୁ ପରୀକ୍ଷାରେ କପି ଯୋଗାଇ ଦିଆଯିବା ସହ ପରୀକ୍ଷାରେ ନିର୍ଦ୍ଧାରିତ ସମୟଠାରୁ ୨ ଘଣ୍ଟା ଅଧିକ ଦିଆଯିବାକୁ ପ୍ରତିଶ୍ରୁତି ମଧ୍ୟ ମିଳୁଛି।

ସତ୍ୟନଗରରେ ରହିଛି ଏମିତି ଏକ ଇନ୍‌ଷ୍ଟିଚ୍ୟୁଟ୍‌ ଆଇଇଏମ୍‌ଏସ୍‌। ରାଜ୍ୟ ବାହାରର ୩ଟି ବୋର୍ଡରୁ ସାର୍ଟିଫିକେଟ୍‌ ମିଳିବାର ପ୍ରତିଶ୍ରୁତି ଏଠାରେ ଦିଆଯାଉଛି। ଅତି କମ୍‌ରେ ୬୦ ପ୍ରତିଶତ ନମ୍ବରର ଗ୍ୟାରେଣ୍ଟି ଦିଆଯାଉଛି। ବ୍ୟାକଡେଟ୍‌ରେ ଗ୍ରାଜୁଏସନ୍‌ ସାର୍ଟିଫିକେଟ୍‌ ମଧ୍ୟ ଏଠାରେ ମିଳି ଯାଉଛି।

ସେହିପରି ଆଇଇଟିରେ ୪୦ରୁ ୫୦ ହଜାର ଟଙ୍କା ଦେଲେ ମାସେରୁ ୨ମାସ ମଧ୍ୟରେ ଏମ୍‌ବିଏ ସାର୍ଟିଫିକେଟ୍‌ ମିଳିଯାଉଛି।

କେବଳ ଏହି ୩ଟି ଇନ୍‌ଷ୍ଟିଚ୍ୟୁଟ୍‌ ନୁହେଁ ଶୁଭଶ୍ରୀ ଏକାଡେମୀ, ସତ୍ୟବିହାର ଇନ୍‌ଷ୍ଟିଚ୍ୟୁଟ୍‌ରେ ବି ଜାଲ୍‌ ସାର୍ଟିଫିକେଟ୍‌ କାରବାର ଚାଲିଛି।

ମାଷ୍ଟର କ୍ୟାଣ୍ଟିନ ନିକଟ ଜନପଥ ଟାୱାରରେ ବେଧଡ଼କ ଭାବେ ଗତ ୪ ବର୍ଷ ହେଲା ଚାଲିଥିଲା ଜାଲ୍‌ ସାର୍ଟିଫିକେଟ୍‌ ଯୋଗାଣକାରୀ ସଂସ୍ଥା ଓଡ଼ିଶା ସ୍କୁଲ ଅଫ ବିଜନେସ୍‌ ମ୍ୟାନେଜମେଣ୍ଟ (ଓଏସ୍‌ବିଏମ୍‌)। ଓଟିଭିରେ ଏହାର କଳା କାରନାମା ପ୍ରସାରଣ ପରେ ଏବେ ସେଠାରେ ତାଲା ଝୁଲୁଛି। ସମାନ ଅବସ୍ଥା ସତ୍ୟନଗରରେ ଥିବା ଆଇଇଏମ୍‌ଏସ୍‌ରେ। ଏଠାରେ ଆଜି କେବଳ ସିକ୍ୟୁରିଟି ଗାର୍ଡକୁ ଦେଖିବାକୁ ମିଳିଥିଲା। ସାର୍ଟିଫିକେଟ୍‌ ନେବାକୁ ଆସିଥିବା ଛାତ୍ର ଠକାମୀର ଶିକାର ହୋଇଥିବା ଜାଣି ହତବାକ ହୋଇଯାଇଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ‘ଅପରେସନ୍‌ ଡୁପ୍ଲିକେଟ୍‌’ ଓଟିଭିରେ ପ୍ରସାର ହେବା ପରେ ରାଜଧାନୀରେ ଜାଲ୍‌ ସାର୍ଟିଫିକେଟ୍‌ ଯୋଗାଉ ଥିବା ସଂସ୍ଥା ଉଭାନ ହୋଇଯାଇଛନ୍ତି। କେଉଁଠି ଇନ୍‌ଷ୍ଟିଚ୍ୟୁଟ୍‌ ଆଗରୁ ସାଇନବୋର୍ଡ ଠାଇ ଦିଆଯାଇଛି ତ ଆଉ କେଉଁଠି ତାଲା ଝୁଲୁଛି।

ଏହାକୁ ନେଇ ସରକାରଙ୍କ ଚିନ୍ତା ମଧ୍ୟ ବଢି ଯାଇଛି। ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, “ଅଭିଯୋଗ ନେଇ ମୁଁ ବିଭାଗୀୟ ସଚିବଙ୍କ ସହ ଆଲୋଚନା କରିଥିଲି। ଏଭଳି ବେଆଇନ କାମ କରୁଥିବା ସଂସ୍ଥା ଗୁଡିକର ଯାଞ୍ଚ ପାଇଁ ସମସ୍ତ ଡିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଦରକାର ପଡିଲେ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରିବ।”

ଉଚ୍ଚ ଶିକ୍ଷାମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, “ଗଣମାଧ୍ୟମରେ ଯେଉଁ ଅଭିଯୋଗ ଆସିଛି ତା’ର ତଥ୍ୟ ସଂଗ୍ରହ କରାଯିବ। ଏହାପରେ ଘଟଣାର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ।”

ଅନ୍ୟପକ୍ଷରେ ଏହି କେଳେଙ୍କାରୀ ପଦାକୁ ଆସିବା ପରେ ଶିକ୍ଷାବିତମାନେ ଚିନ୍ତା ପ୍ରକଟ କରିଛନ୍ତି। ଶିକ୍ଷାବିତ ପ୍ରୀତିଶ ଆଚାର୍ଯ୍ୟ କହିଛନ୍ତି, “ବିନା ଶିକ୍ଷା ଓ ପ୍ରାକ୍ଟିକାଲରେ ସାର୍ଟିଫିକେଟ୍‌ ହାସଲ କରିଥିବା ଛାତ୍ର ସମାଜ ପାଇଁ ବୋଝ।”

ଅଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଏଭଳି ସାର୍ଟିଫିକେଟ୍‌ ପ୍ରଦାନ କରି ମେଧାବୀ ପିଲାଙ୍କ ଭବିଷ୍ୟତ ସହ ଖେଳୁଥିବା ସଂସ୍ଥାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଛାତ୍ର ସମାଜ ପକ୍ଷରୁ ଦାବି କରାଯାଇଛି। ଛାତ୍ର ନେତା ତନ୍ମୟ ସ୍ୱାଇଁ କହିଛନ୍ତି, “ଏକ ଟିମ୍‌ ଗଠନ କରାଯାଉ। ୟୁଜିସି ଆଫିଲିଏସନ ନ ଥିବା ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story