୪୨.୨ ଡିଗ୍ରୀ ସହ ମାର୍ଚ୍ଚ ମାସର ରେକର୍ଡ ଭାଙ୍ଗିଲା ରାଜଧାନୀ ତାପମାତ୍ରା

ଭୁବନେଶ୍ୱର: ମାର୍ଚ୍ଚ ମାସରେ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ରେକର୍ଡ ଭାଙ୍ଗିଛି। ଗତକାଲି ରାଜଧାନୀର ତାପମାତ୍ରା ୪୧.୭ ଡିଗ୍ରୀ ଥିବା ବେଳେ ଆଜି ୪୨.୨ ଡିଗ୍ରୀ ସେଲସିୟସରେ ପହଞ୍ଚିଛି। ଯାହା ସର୍ବକାଳୀନ ରେକର୍ଡ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି, “ତାପମାତ୍ରା ଅସ୍ୱାଭାବିକ ବୃଦ୍ଧି ଲୋକଙ୍କ ପାଇଁ ଅସହ୍ୟ ହୋଇଛି। ଉତ୍ତର ପଶ୍ଚିମ ଦିଗରୁ ଆସୁଥିବା ଗରମ ପବନ ପ୍ରଭାବରେ ତାପମାତ୍ରା ବଢୁଛି। ଆସନ୍ତା ୨୮ ତାରିଖ ଯାଏଁ ଏଭଳି ସ୍ଥିତି ଲାଗି […]

heat-wave

heat-wave

Rakesh Mallick
  • Published: Monday, 21 March 2016
  • Updated: 21 March 2016, 05:46 PM IST

Sports

Latest News

ଭୁବନେଶ୍ୱର: ମାର୍ଚ୍ଚ ମାସରେ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ରେକର୍ଡ ଭାଙ୍ଗିଛି। ଗତକାଲି ରାଜଧାନୀର ତାପମାତ୍ରା ୪୧.୭ ଡିଗ୍ରୀ ଥିବା ବେଳେ ଆଜି ୪୨.୨ ଡିଗ୍ରୀ ସେଲସିୟସରେ ପହଞ୍ଚିଛି। ଯାହା ସର୍ବକାଳୀନ ରେକର୍ଡ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି, “ତାପମାତ୍ରା ଅସ୍ୱାଭାବିକ ବୃଦ୍ଧି ଲୋକଙ୍କ ପାଇଁ ଅସହ୍ୟ ହୋଇଛି। ଉତ୍ତର ପଶ୍ଚିମ ଦିଗରୁ ଆସୁଥିବା ଗରମ ପବନ ପ୍ରଭାବରେ ତାପମାତ୍ରା ବଢୁଛି। ଆସନ୍ତା ୨୮ ତାରିଖ ଯାଏଁ ଏଭଳି ସ୍ଥିତି ଲାଗି ରହିବ ବୋଲି ଅନୁମାନ କରାଯାଉଛି।”

କେବଳ ଭୁବନେଶ୍ୱର ନୁହେଁ, ସାରା ରାଜ୍ୟରେ ଅହେତୁକ ଭାବେ ତାପମାତ୍ରା ବୃଦ୍ଧି ପାଇଛି। ଆଜି ଟିଟିଲାଗଡ଼ରେ ସର୍ବୋଚ୍ଚ ତାପମାତ୍ର ୪୦.୫ ଥିବା ବେଳେ, ଅନୁଗୋଳରେ ୪୦.୧ ଓ ବଲାଙ୍ଗିର ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଥିଲା। ସେହିପରି ଚାନ୍ଦବାଲି ଓ ଭବାନୀପାଟଣାର ତାପମାତ୍ରା ୩୯.୭ ଥିବାବେଳେ ହୀରାକୁଦ ୩୯.୬, ଝାରସୁଗୁଡା ୩୯.୫, ତାଳଚେର ୩୯.୪, ସମ୍ବଲପୁର ୩୯.୨, ସୁନ୍ଦରଗଡ଼ ଓ କଟକର ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ ରହିଛି।

ତାତି ବଢିବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ପାଣି ସମସ୍ୟା ଉତ୍କଟ ହେବାରେ ଲାଗିଛି। ଆଜି ପିଇବା ପାଣି ପାଇଁ ଢେଙ୍କାନାଳରେ ମହିଳାମାନେ ଯନ୍ତ୍ରୀଙ୍କୁ ମାଡ଼ ମାରିବା ସହ ବୁଲାଇ ବୁଲାଇ ଅଚଳ ନଳକୂପ ଦେଖାଇଛନ୍ତି।

ଅସହ୍ୟ ଖରାକୁ ଖାତିର ନ କରି ତାଳଦଣ୍ଡା କେନାଲ କୂଳରେ ରହୁଥିବା ଡକ୍‌ ବସ୍ତି ବାସିନ୍ଦା କଟକ ଜନସ୍ୱାସ୍ଥ୍ୟ ବିଭାଗ ଅଫିସ ଆଗରେ ବିକ୍ଷୋଭ କରିବା ସହ ଧାରଣାରେ ବସିଥିଲେ। ବସ୍ତିରେ ଗୋଟିଏ ନଳକୂପ ଥିବା ବେଳେ ତାହା ୮ମାସ ହେଲା ଅଚଳ ହୋଇ ପଡିଛି। ଏହାସତ୍ତ୍ୱେ ନଳକୂପଟିକୁ ମରାମତି କରାଯାଉ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ଆସନ୍ତାକାଲିଠାରୁ ବସ୍ତିରେ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

କେନ୍ଦୁଝର ବାଂଶପାଳ ବ୍ଲକ ଉପର ରଡୁଆଁ ଗ୍ରାମବାସୀ ୩ ଦିନ ହେବ ୨ଟି ନଳକୂପ ଖୋଳା ଗାଡ଼ିକୁ ଅଟକ ରଖିଛନ୍ତି। ଦୀର୍ଘଦିନ ହେବ ଏହି ଗାଁରେ ପାନୀୟଜଳ ସମସ୍ୟା ଲାଗି ରହିଛି। ଏ ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ଲାଭ ହେଉନାହିଁ। ଅନ୍ୟ ଏକ ଗାଁରେ ନଳକୂପ ଖୋଳି ୨ଟି ଗାଡ଼ି ଫେରୁଥିବା ବେଳେ ଗ୍ରାମବାସୀ ଅଟକ ରଖିଛନ୍ତି। ଗ୍ରାମରେ ଥିବା ନଳକୂପ ମରାମତି କରା ନ ଯିବା ପର୍ଯ୍ୟନ୍ତ ଗାଡ଼ି ଦୁଇଟିକୁ ଛଡ଼ାଯିବ ନାହିଁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story