ଭୁବନେଶ୍ୱର: ଉପେନ୍ଦ୍ର ନାଥ ବେହେରା ଆଜି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗର ଅଧ୍ୟକ୍ଷ ଭାବେ ଶପଥ ନେବା ପରେ ତାଙ୍କ ସ୍ଥାନରେ ରାଜେଶ ବର୍ମାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ଏହା ସହିତ ହେମନ୍ତ ଶର୍ମାଙ୍କୁ ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ରାଜେଶ ବର୍ମା ଶକ୍ତି ବିଭାଗ ସଚିବ ଥିଲେ। ୧୯୮୭ ବ୍ୟାଚ୍ର ଏହି ଆଇଏଏସ୍ କୃଷି ଓ ଖଣି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ବି ସେ ତୁଲାଇ ଥିଲେ।
ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତି ପାଇବା ପରେ ରାଜେଶ ବର୍ମା କହିଛନ୍ତି,“କଠିନ ପରିଶ୍ରମ କରି ସର୍ବୋତ୍ତମ ସେବା ଦେବାକୁ ଉଦ୍ୟମ କରିବି। ଓଡ଼ିଶାବାସୀଙ୍କ ସେବା କରିବି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।