କ୍ୟାବିନେଟ୍‌ ବୈଠକରେ ୧୪ଟି ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର: ଭୁବନେଶ୍ୱରରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ମୋଟ ୧୪ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଆଜିର ବୈଠକରେ ରାଜ୍ୟରେ ଏକ ଲ’ କମିଶନ ଗଠନ ଓ ସାଧାରଣ ବଣ୍ଟନ ବ୍ୟବସ୍ଥା ନିୟନ୍ତ୍ରଣ ଆଦେଶ ୨୦୧୬କୁ ଅନୁମୋଦନ ମିଳିଛି। ବିପିୟୁଟି ଆଇନ ୨୦୦୨ ଓ ଓଡ଼ିଶା ଜମାକାରୀଙ୍କ ସ୍ୱାର୍ଥ ସୁରକ୍ଷା ବିଲ୍‌ ୨୦୧୧ରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଛି। ସଂଶୋଧିତ ବିପିୟୁଟି ଆଇନ ୨୦୦୨ ଅନୁଯାୟୀ ବିଶ୍ୱବିଦ୍ୟାଳୟ ଉପରେ ଏଣିକି ସରକାରଙ୍କ ଅଧିକ ନିୟନ୍ତ୍ରଣ ରହିବ। ସରକାର […]

aditya padhi

aditya padhi

Rakesh Mallick
  • Published: Friday, 26 February 2016
  • Updated: 26 February 2016, 05:08 PM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱରରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ମୋଟ ୧୪ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଆଜିର ବୈଠକରେ ରାଜ୍ୟରେ ଏକ ଲ’ କମିଶନ ଗଠନ ଓ ସାଧାରଣ ବଣ୍ଟନ ବ୍ୟବସ୍ଥା ନିୟନ୍ତ୍ରଣ ଆଦେଶ ୨୦୧୬କୁ ଅନୁମୋଦନ ମିଳିଛି। ବିପିୟୁଟି ଆଇନ ୨୦୦୨ ଓ ଓଡ଼ିଶା ଜମାକାରୀଙ୍କ ସ୍ୱାର୍ଥ ସୁରକ୍ଷା ବିଲ୍‌ ୨୦୧୧ରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଛି।

ସଂଶୋଧିତ ବିପିୟୁଟି ଆଇନ ୨୦୦୨ ଅନୁଯାୟୀ ବିଶ୍ୱବିଦ୍ୟାଳୟ ଉପରେ ଏଣିକି ସରକାରଙ୍କ ଅଧିକ ନିୟନ୍ତ୍ରଣ ରହିବ। ସରକାର ବିଶ୍ୱବିଦ୍ୟାଳୟର ପ୍ରଶାସନିକ କ୍ଷମତାରେ ହସ୍ତକ୍ଷେପ କରିପାରିବେ। ବିଭାଗୀୟ ମନ୍ତ୍ରୀ ବିଶ୍ୱବିଦ୍ୟାଳୟର ପ୍ରୋ-ଚାନସେଲର ରହିବେ। କୁଳପତିଙ୍କ କାର୍ଯ୍ୟକାଳ ୫ରୁ ୩ ବର୍ଷକୁ ହ୍ରାସ କରାଯିବ। ବରିଷ୍ଠ ଓଏଏସ୍‌ ଅଧିକାରୀ ରେଜିଷ୍ଟ୍ରାର ରହିବେ।

ପ୍ରସ୍ତାବିତ ଲ’ କମିଶନ ଗଠନରେ ଜଣେ ଅଧ୍ୟକ୍ଷ ଓ ଏକାଧିକ ସଭ୍ୟ ରହିବେ। ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଏହାର ଅଧ୍ୟକ୍ଷ ପଦରେ ରହିବେ। ରାଜ୍ୟର ପ୍ରଚଳିତ ଆଇନରେ ଆବଶ୍ୟକ ପରିବର୍ତ୍ତନ ନେଇ କମିଶନ ସରକାରଙ୍କୁ ପରାମର୍ଶ ଦେବେ।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ” ଡେରିରେ ହେଲେ ମଧ୍ୟ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏଥିରେ ରାଜନୀତି ନ ହେବା ଭଲ। ଏପରି ହେଲେ ଏହା ଗଠନ କରିବାର କିଛି ମାନେ ରହିବ ନାହିଁ।”

ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି, “ଲ’ କମିଶନର ଆଭିମୁଖ୍ୟ ସରକାର ସ୍ପଷ୍ଟ କରିନାହାନ୍ତି। ଏପରି ଲାଗୁଛି ଲିଗାଲ ଆଡଭାଇଜରି କମିଟି ଗଠନ କରାଯାଇଛି।”

ଓଡ଼ିଶା ସାଧାରଣ ବଣ୍ଟନ ବ୍ୟବସ୍ଥା ନିୟନ୍ତ୍ରଣ ଆଦେଶ ୨୦୧୬ ବଳରେ ଖାଦ୍ୟ ସୁରକ୍ଷା ଆଇନରୁ ଅଯୋଗ୍ୟ ହିତାଧିକାରୀ ବାଦ ପଡିବେ। ଏଣିକି ଯୋଗ୍ୟ ହିତାଧିକାରୀଙ୍କ ନାଁ ୱେବସାଇଟ୍‌ରେ ଉପଲବ୍ଧ ହେବ।

ସଂଶୋଧିତ  ଓଡ଼ିଶା ଜମାକାରୀଙ୍କ ସ୍ୱାର୍ଥ ସୁରକ୍ଷା ବିଲ୍‌ ୨୦୧୧ ଅନୁଯାୟୀ ଏଣିକି ୧୦ ହଜାର କିମ୍ବା ତା’ଠାରୁ କମ ଟଙ୍କା ଜମା ରଖି ଠକେଇର ଶିକାର ହୋଇଥିବା ଲୋକଙ୍କୁ କ୍ଷୁଦ୍ର ଜମାକାରୀ ଭାବେ ଗଣାଯିବ। ଠକ ସଂସ୍ଥାଙ୍କର ସମ୍ପତ୍ତି ବ୍ୟାଜାପ୍ତି ପରେ ଏହାକୁ ଜମାକାରୀଙ୍କ ମଧ୍ୟରେ ସମାନ ଭାଗରେ ବାଣ୍ଟିବା ନେଇ ଆଇନରେ ଉଲ୍ଲେଖ ଥିଲା। ଏଥିରେ ପରିବର୍ତ୍ତନ କରାଯାଇ କ୍ଷୁଦ୍ର ଜମାକାରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଟଙ୍କା ଫେରାଇବାକୁ ବ୍ୟବସ୍ଥା ରହିବ। ସେହିପରି ଚିଟ୍‌ଫଣ୍ଡ ସମ୍ପର୍କିତ ଅପରାଧ ଧର୍ତ୍ତବ୍ୟ ଓ ଜାମିନବିହୀନ ଅପରାଧ ହେବ।

ରାଜ୍ୟରେ ‘ଆମ ଜଙ୍ଗଲ ଯୋଜନା’କୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏଥିପାଇଁ ୬ବର୍ଷରେ ୧୧୭୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରେ ବନୀକରଣ ଓ ବନ ସଂରକ୍ଷଣ ପାଇଁ ବ୍ୟବସ୍ଥା ରହିବ। ଏହା ସ୍ଥାନୀୟ ଲୋକଙ୍କୁ ଜୀବିକା ଯୋଗାଇବ।

ଅନ୍ୟପକ୍ଷରେ କୃଷି ସମ୍ପର୍କିତ କ୍ୟାବିନେଟ କମିଟି ଗଠନ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କମିଟିର ଅଧ୍ୟକ୍ଷ ରହିବେ। ଅର୍ଥ, କୃଷି ଓ ସମବାୟ ମନ୍ତ୍ରୀ ଏହାର ସଦସ୍ୟ ରହିବେ। ସେହିପରି କୃଷି ବିଭାଗ ଓ ଯୋଜନା ସମନ୍ୱୟ ବିଭାଗର ନାମ ପରିବର୍ତ୍ତନକୁ କ୍ୟାବିନେଟର ଅନୁମୋଦନ ମିଳିଛି। କୃଷି ବିଭାଗର ନାଁ ପରିବର୍ତ୍ତନ ହୋଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ହେବ। ଯୋଜନା ଓ ସମନ୍ୱୟ ବିଭାଗର ନାଁ ବଦଳି ଯୋଜନା ଓ ସଂଯୋଜନା ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story