୧୪ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ, ଇଞ୍ଜିନିୟରିଂ ଆଡମିଶନ୍ ନେଇ ଏଣିକି ସରକାରଙ୍କ ହାତରେ କ୍ଷମତା

ଭୁବନେଶ୍ୱର: ଇଞ୍ଜିନିୟରିଂ ଆଡମିଶନ୍ ପାଇଁ ଜେଇଇ ମେନ୍ ନା ଓଜେଇଇ- ଏ ନିଷ୍ପତ୍ତି ନେବା କ୍ଷମତାର ଏଣିକି ରହିବ ରାଜ୍ୟ ସରକାରଙ୍କ ପାଖରେ। ଏଥିପାଇଁ ଥିବା ଆଇନରେ ସଂଶୋଧନ କରି ରାଜ୍ୟ ସରକାର ଆଣିଥିବା ଅଧ୍ୟାଦେଶକୁ ଆଜି କ୍ୟାବିନେଟ୍ ମୋହର ମାରିଛି। ଓଡ଼ିଶା ପ୍ରଫେସନାଲ ଏଜୁକେସନ ଆକଟ୍ ୨୦୦୭ର ଧାରା ୩କୁ ସଂଶୋଧନ କରାଯିବା ସହ ଏନେଇ ଅଧ୍ୟାଦେଶକୁ କ୍ୟାବିନେଟ ମଂଜୁରୀ ଦେଇଛି। ଫଳରେ ଆଡମିଶନ କ୍ଷେତ୍ରରେ ସରକାର କେଉଁ ପରୀକ୍ଷାରେ ସାମିଲ ହେବେ, ତାହା ଏଣିକି ସରକାରଙ୍କ […]

cabinet

cabinet

Rakesh Mallick
  • Published: Thursday, 31 December 2015
  • Updated: 31 December 2015, 04:02 PM IST

Sports

Latest News

ଭୁବନେଶ୍ୱର: ଇଞ୍ଜିନିୟରିଂ ଆଡମିଶନ୍ ପାଇଁ ଜେଇଇ ମେନ୍ ନା ଓଜେଇଇ- ଏ ନିଷ୍ପତ୍ତି ନେବା କ୍ଷମତାର ଏଣିକି ରହିବ ରାଜ୍ୟ ସରକାରଙ୍କ ପାଖରେ। ଏଥିପାଇଁ ଥିବା ଆଇନରେ ସଂଶୋଧନ କରି ରାଜ୍ୟ ସରକାର ଆଣିଥିବା ଅଧ୍ୟାଦେଶକୁ ଆଜି କ୍ୟାବିନେଟ୍ ମୋହର ମାରିଛି। ଓଡ଼ିଶା ପ୍ରଫେସନାଲ ଏଜୁକେସନ ଆକଟ୍ ୨୦୦୭ର ଧାରା ୩କୁ ସଂଶୋଧନ କରାଯିବା ସହ ଏନେଇ ଅଧ୍ୟାଦେଶକୁ କ୍ୟାବିନେଟ ମଂଜୁରୀ ଦେଇଛି। ଫଳରେ ଆଡମିଶନ କ୍ଷେତ୍ରରେ ସରକାର କେଉଁ ପରୀକ୍ଷାରେ ସାମିଲ ହେବେ, ତାହା ଏଣିକି ସରକାରଙ୍କ କ୍ଷମତାରେ ରହିବ।

କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଥିଲେ ଯେ  ସରକାର ଆଜି ଓଡ଼ିଶା ପ୍ରଫେସନାଲ ଏଜୁକେସନ ଆକ୍ଟ ୨୦୦୭ର ଧାରା ୩କୁ ସଂଶୋଧିତ କରି ଏକ ଅଧ୍ୟାଦେଶ ଆଣିଛନ୍ତି। ଫଳରେ ବୃତ୍ତିଗତ ଓ ବୈଷୟିକ ପାଠ୍ୟକ୍ରମରେ କେଉଁ ପ୍ରକାର ପରୀକ୍ଷାକୁ ଗ୍ରହଣ କରାଯିବ, ସେନେଇ ସରକାର ନିଷ୍ପତ୍ତି ନେବେ। ସରକାରଙ୍କୁ ସେହି ସ୍ୱାଧୀନତା ଦିଆଯାଇଛି।

ଓଡ଼ିଶା ପ୍ରଫେସନାଲ୍ ଏଜୁକେସନ୍ ଇନଷ୍ଟିଚ୍ୟୁସନ୍ ଆଇନରେ ସଂଶୋଧିନ ପାଇଁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଅଣାଯାଇଥିବା ପ୍ରସ୍ତାବ ଉପରେ କ୍ୟାବିନେଟ୍ କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ଏନେଇ କ୍ୟାବିନେଟ୍ ସବ୍ କମିଟି ଦେଇଥିବା ରିପୋର୍ଟକୁ ତର୍ଜମା କରିବାକୁ ସେ ସଂପୃକ୍ତି ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସଂପୃକ୍ତ ବିଭାଗ ଉକ୍ତ ରିପୋର୍ଟକୁ ତର୍ଜମା କରି ପୁଣି କ୍ୟାବିନେଟରେ ଉପସ୍ଥାପନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ମୋଟ ୧୪ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ଆୟୁଷ ଆସିଷ୍ଟାଣ୍ଟ ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି। ନୂଆ ବ୍ୟବସ୍ଥା ଅନୁସାରେ କ୍ୟାରିୟର ୩୦ ପ୍ରତିଶତ ଓ ଲିଖିତ ପରୀକ୍ଷାରେ ୭୦ ପ୍ରତିଶତ ମାର୍କ ବ୍ୟବସ୍ଥା କରାଯାଇଛି। ରାଜ୍ୟରେ ଇସ୍ପାତ ନିର୍ଦ୍ଦେଶାଳୟ ପ୍ରତିଷ୍ଠା ପ୍ରସ୍ତାବ ଉପରେ ମଧ୍ୟ କ୍ୟାବିନେଟ ମୋହର ଲାଗିଛି। ଖଣି ବିଭାଗ ଲଙ୍ଗ ଟର୍ମ ଲିଙ୍କେଜ ପଲିସି ସରଳୀକରଣକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଦୀନ ଦୟାଲ୍ ଗ୍ରାମଜ୍ୟୋତି ଯୋଜନାରେ ସାମଗ୍ରୀ ପାଇଁ ଭାଟ୍ ଛାଡ଼ ହୋଇଛି। ଓଡ଼ିଶା ଆଡମିନିଷ୍ଟ୍ରେଟିଭ୍ ସର୍ଭିସ ରୁଲରେ ସଂଶୋଧନକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ବିଦେଶୀ ମଦ ଉପରେ ଭାଟ୍ ୨୫ରୁ ୩୫ ପ୍ରତିଶତକୁ ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଛି। ଏହାଦ୍ୱାରା ରାଜ୍ୟ ରାଜକୋଷକୁ ଆଉ ୨୮୦ କୋଟି ଟଙ୍କ। ମିଳିବ। ସେହିପରି ଅନସ୍ପେସିଫାଇଡ୍ ଆଇଟମ୍ ଉପରେ ଭାଟ୍ ୧ ପ୍ରତିଶତ ବୃଦ୍ଧି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos