ରାଜ୍ୟରେ ଉତ୍କଟ ପାନୀୟ ଜଳ ସମସ୍ୟାକୁ ନେଇ ରାଜ୍ୟପାଳଙ୍କୁ ଭେଟିଲେ ବିଜେପି ପ୍ରତିନିଧି ଦଳ

ଭୁବନେଶ୍ୱର: ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଜଳକଷ୍ଟ ବଢିବାରେ ଲାଗିଛି। ଏହାକୁ ନେଇ ଏବେ ରାଜନୀତି ବି ଜୋର୍ ଧରିଛି। ବିଭିନ୍ନ ଜିଲ୍ଲାରେ ଦେଖାଦେଇଥିବା ଜଳ ସମସ୍ୟା ସହିତ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ଆଜି ରାଜ୍ୟପାଳ ଏସ୍‌.ସି. ଜମିର୍‌ଙ୍କୁ ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ଭେଟି ଦୃଷ୍ଟି ଆକର୍ଷଣ କରିଛନ୍ତି। ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ ଯାଇ ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତୁରନ୍ତ […]

bjp

bjp

Rakesh Mallick
  • Published: Friday, 15 April 2016
  • Updated: 15 April 2016, 10:35 AM IST

Sports

Latest News

bjpଭୁବନେଶ୍ୱର: ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଜଳକଷ୍ଟ ବଢିବାରେ ଲାଗିଛି। ଏହାକୁ ନେଇ ଏବେ ରାଜନୀତି ବି ଜୋର୍ ଧରିଛି। ବିଭିନ୍ନ ଜିଲ୍ଲାରେ ଦେଖାଦେଇଥିବା ଜଳ ସମସ୍ୟା ସହିତ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ଆଜି ରାଜ୍ୟପାଳ ଏସ୍‌.ସି. ଜମିର୍‌ଙ୍କୁ ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ଭେଟି ଦୃଷ୍ଟି ଆକର୍ଷଣ କରିଛନ୍ତି। ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ ଯାଇ ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତୁରନ୍ତ ପାନୀୟଜଳ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି।

ରାଜ୍ୟପାଳଙ୍କୁ ଭେଟିବା ପରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏକ ସାମ୍ବାଦିକ ସମ୍ବିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, “ପ୍ରଥମ ପର୍ଯ୍ୟାୟ ଜନକଲ୍ୟାଣ ଯାତ୍ରାରେ ୮ଟି ଜିଲ୍ଲା ଗସ୍ତ କରିଥିଲୁ। ଏହି ସମୟରେ ପାନୀୟଜଳ ସହ ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟ ସମସ୍ୟା ମଧ୍ୟ ନଜରକୁ ଆସିଥିଲା। ରାଜ୍ୟରେ ସ୍ଥିତି ଅତ୍ୟନ୍ତ ଗମ୍ଭୀର। ୧୬ ବର୍ଷର ଅପାରଗ ସରକାର ରାଜ୍ୟକୁ ତଳିତଳାନ୍ତ କରି ଦେଇଛନ୍ତି।”

ସେ କହିଛନ୍ତି, “ସାରା ରାଜ୍ୟରେ ଉତ୍କଟ ଜଳାଭାବ ଦେଖା ଦେଇଛି। ଲୋକେ ଦିନରାତି ପାଣି କେଉଁଠୁ ଆଣିବେ ସେହି ଚିନ୍ତାରେ ରହୁଛନ୍ତି। କେଉଁଠି ଲୋକେ ପିଇବାକୁ ପାଣି ମୁନ୍ଦେ ପାଉନାହାନ୍ତି ତ ଆଉ କେଉଁଠି ଦୂଷିତ କୂଅ ଓ ପୋଖରୀର ଜଳ ବ୍ୟବହାର କରୁଛନ୍ତି। ଜନକଲ୍ୟାଣ ଯାତ୍ରା ସମୟରେ ଖଣ୍ଡପଡ଼ା କଇଥାପାଲ୍ଲି ଅଞ୍ଚଳରେ ଲୋକେ ଦୂଷିତ କୂଅ ପାଣି ବ୍ୟବହାର କରୁଥିବା ଦେଖିଥିଲୁ। ସେଠାରେ ବୋରିଂ ରହିଛି, ହେଲେ ନାଲି ପାଣି ବାହାରୁଛି। କିନ୍ତୁ ଏହାର ମରାମତି କରାଯାଉନାହିଁ। ପାଇପ୍‌ ଜଳ ଯୋଗାଣରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ମାତ୍ର ୧ ପ୍ରତିଶତ ଲୋକଙ୍କୁ ପାଇପ୍‌ ଜଳ ଯୋଗାଣ ହୋଇଥିବା ବେଳେ ଏବେ ବି ୯୯ ପ୍ରତିଶତ ଲୋକ ଏହି ସୁବିଧା ପାଇନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅପାରଗତା ଓ ପଙ୍ଗୁ ନେତୃତ୍ୱ କାରଣରୁ ଏପରି ପରିସ୍ଥିତି ଉପୁଜିଛି। ପଞ୍ଚାୟତରେ ଟଙ୍କା ଅଛି, ଟ୍ୟାଙ୍କର ମଧ୍ୟ ଅଛି। ହେଲେ ଅପାରଗ ପଞ୍ଚାୟତିରାଜ ମନ୍ତ୍ରୀଙ୍କ କାରଣରୁ ଲୋକେ ପାଣି ଟୋପେ ପାଇଁ ଡହଳବିକଳ ହେଉଛନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ଏହାକୁ କେବେ ନିରୀକ୍ଷଣ କରୁନାହାନ୍ତି। ସରକାର ତୁରନ୍ତ ଲୋକଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦିଅନ୍ତୁ, ନ ହେଲେ ଭାରତୀୟ ଜନତା ପାର୍ଟି ଆନ୍ଦୋଳନକୁ ଓହ୍ଲାଇବ।”

ସେ ଆହୁରି କହିଛନ୍ତି, “କେବଳ ପାନୀୟଜଳ ନୁହେଁ ଶିକ୍ଷା, ସ୍ୱାସ୍ଥ୍ୟ ସମସ୍ୟାଠାରୁ ଆରମ୍ଭ କରି ରାସନକାର୍ଡରେ ମହାଦୁର୍ନୀତିର ବହୁ ଅଭିଯୋଗ ଲୋକେ ଆମ ପାଖରେ କରିଥିଲେ। ବହୁ ଡାକ୍ତରଖାନାରେ ଡାକ୍ତର ଓ ନର୍ସ ଅଭାବ ଦେଖିବାକୁ ପାଇଲୁ। ଶଯ୍ୟା ନ ପାଇ ରୋଗୀ ବାରଣ୍ଡାରେ ଚିକିତ୍ସିତ ହେଉଛନ୍ତି। ବହୁ ସ୍ଥାନରେ ମାଗଣା ଔଷଧ ରୋଗୀ ପାଉନାହାନ୍ତି। ଏପରି କିଛି ଡାକ୍ତରଖାନା ଅଛି, ଯେଉଁଠାରେ ଡାକ୍ତରମାନେ କେଉଁ ଔଷଧ ମାଗଣାରେ ଦିଆଯାଉଛି ଜାଣିନାହାନ୍ତି। ବିଦ୍ୟାଳୟଗୁଡିକରେ ଶିକ୍ଷକ ନାହାନ୍ତି। ଶ୍ରେଣୀଗୃହ ଅଭାବରୁ ପିଲାମାନେ ଗଛ ମୂଳେ ବସି ପାଠ ପଢୁଛନ୍ତି। ରାସନକାର୍ଡ ମହାଦୁର୍ନୀତିରେ ନେତାଙ୍କଠାରୁ ଆରମ୍ଭ କରି ଦଲାଲ, ଟାଉଟରମାନେ ସବୁ ସାମିଲ ହୋଇଛନ୍ତି। ଥିଲାବାଲାଙ୍କୁ କାର୍ଡ ଦିଆଯାଇଥିବା ବେଳେ ଦୁଇ ବେଳା ଭଲରେ ଖାଇବାକୁ ପାଉ ନ ଥିବା ଲୋକେ ଏଥିରୁ ବଞ୍ଚିତ ହୋଇଛନ୍ତି। ଲୋକଙ୍କ ପାଖରେ ଜଳସେଚନର ସୁବିଧା ପହଞ୍ଚୁ ନାହିଁ। ବନ୍ୟା ଓ ମରୁଡ଼ି ନିୟନ୍ତ୍ରଣ ଲାଗି କୌଣସି ବ୍ୟବସ୍ଥା ନାହିଁ।”

ନବରଙ୍ଗପୁରର ତୀର୍ଥସାହୁଙ୍କ ଗିରଫଦାରୀକୁ ଉଠାଇ ପଣ୍ଡା କହିଛନ୍ତି, “ତୀର୍ଥ ଜଣେ ଗୋ-ସୁରକ୍ଷା ଆନ୍ଦୋଳନର ସଦସ୍ୟ। ପୋଲିସ୍ ତାଙ୍କୁ ଜବରଦସ୍ତ ଉଠାଇ ନେଇ ଗିରଫ କଲା। ତାଙ୍କୁ ମାଡ଼ ମଧ୍ୟ ମରାଯାଇଛି। ତାଙ୍କ ଜୀବନ ପ୍ରତି ବିପଦ ଥିବା କେନ୍ଦ୍ର ସରକାରଙ୍କୁ ଜଣାବା ପରେ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧି ଜିଲ୍ଲାପାଳଙ୍କ ସହ କଥା ହୋଇଥିଲେ। ଜଣେ କେନ୍ଦ୍ରମନ୍ତ୍ରୀ ଫୋନ୍ କରିଥିବା ବେଳେ ତୀର୍ଥଙ୍କୁ କେମିତି ଜାମିନ ନ ମିଳିବ ସେଥିପାଇଁ ଜିଲ୍ଲାପାଳ ଚେଷ୍ଟା କରୁଛନ୍ତି। ଯାହା ଏଠାରେ ଶାସନ କେମିତି ଚାଲିଛି ବର୍ଣ୍ଣନା କରୁଛି।”

ଜନକଲ୍ୟାଣ ଯାତ୍ରା ପୂର୍ବରୁ ଆମର ଧାରଣା ଥିଲା ଉପାନ୍ତ ଅଞ୍ଚଳ ଉପେକ୍ଷିତ ହୋଇଛି,  ହେଲେ ପୂର୍ବାଞ୍ଚଳରେ ମଧ୍ୟ ସମାନ ସ୍ଥିତି। ଯାହା ସମସ୍ତଙ୍କୁ ରାଜ୍ୟ ସରକାର ଶୋଷଣ କରିଥିବାକୁ ପ୍ରମାଣିତ କରୁଛି। ଆସନ୍ତା ୨୬ ତାରିଖରେ ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେଲେ ଏସବୁ ପ୍ରସଙ୍ଗଗୁଡ଼ିକୁ ଦୃଢ ଭାବେ ଉଠାଯିବ ବୋଲି ସେ କହିଛନ୍ତି।

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, “ପାନୀୟଜଳ ସମସ୍ୟା ଉତ୍କଟ ହୋଇଛି ବୋଲି ସମସ୍ତେ ଜାଣିଛନ୍ତି। ଏହାକୁ ଆମେ ମଧ୍ୟ ସ୍ୱୀକାର କରୁଛୁ। ଅତ୍ୟଧିକ ଖରା ଲୋକଙ୍କୁ ଅସ୍ତବ୍ୟସ୍ତ କଲାଣି।  ପ୍ରତି ବ୍ଲକରେ ସର୍ବନିମ୍ନ ୨୦ରୁ ୨୫ଟି ନଳକୂପ ଖୋଳିବାକୁ ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନରେ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଥିବା ନଳକୂପଗୁଡ଼ିକର ମରାମତି ଲାଗି ପଞ୍ଚାୟତଗୁଡ଼ିକୁ ଅର୍ଥ ଯୋଗାଇ ଦିଆଯାଇଛି। ରାଜ୍ୟ ବିଜେପି ନୈତିକତାକୁ ନେଇ କେବଳ ପ୍ରଶ୍ନ ଉଠାଉଛି। ଗତବର୍ଷ କେନ୍ଦ୍ର ସରକାର ପାନୀୟଜଳ ପ୍ରକଳ୍ପ ଲାଗି ରାଜ୍ୟକୁ ଟଙ୍କାଟିଏ ବି ଦେଇ ନାହାନ୍ତି। ଆଜିର ଦିନରେ ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏଁ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ ରହିଛି। ଏହାକୁ କେନ୍ଦ୍ର-ରାଜ୍ୟର ମିଳିତ ଯୋଜନାରେ କାର୍ଯ୍ୟକାରୀ କରାଯାଉଥିଲା। ଏଥିପାଇଁ କେନ୍ଦ୍ର ୮୦ ପ୍ରତିଶତ ଓ ରାଜ୍ୟ ୨୦ ପ୍ରତିଶତ ଅର୍ଥ ଦେଉଥିଲେ। ଗତବର୍ଷଠାରୁ କେନ୍ଦ୍ର ଅର୍ଥ ଦେବା ବନ୍ଦ କରି ଦେଲା। ଫଳରେ ପ୍ରକଳ୍ପ କାମ ଯେମିତି ଆଗେଇବା କଥା ଆଗଉ ନ ଥିବାରୁ କିଛି ପଞ୍ଚାୟତରେ ବାକି ରହିଯାଇଛନ୍ତି। ଏହାକୁ ରାଜ୍ୟ ବିଜେପି ସଭାପତି ସ୍ୱୀକାର କରିବା ଉଚିତ।”

ସେ କହିଛନ୍ତି, “ସମସ୍ୟା ଅଛି, ଏହାର ସମାଧାନ ପାଇଁ ରାଜ୍ୟ ସରକାର ଚେଷ୍ଟା କରୁଛନ୍ତି। ଜନ କଲ୍ୟାଣ ଯାତ୍ରା କେତେ ସଫଳ ହେଲା, କେତେ ଲୋକଙ୍କ ସମର୍ଥନ ପାଇଲେ ବିଜେପି ତାହା ତର୍ଜମା କରୁ। ଦାବିପତ୍ର ଦେଇ ଦେଲେ ସମସ୍ୟାର ସମାଧାନ ହୁଏ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story