ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ: ବିଜେପି

ଭୁବନେଶ୍ୱର: ଦୁଇଟି ପର୍ଯ୍ୟାୟରେ ଭୁବନେଶ୍ୱରରେ ଆଜି ବସିଥିବା ବିଜେପି ପଦାଧିକାରୀ ବୈଠକରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗ କରାଯାଇଛି। ବରଗଡ଼ରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ିକୁ ଆକ୍ରମଣ ଓ କନ୍ଧମାଳରେ ନିରୀହ ଆଦିବାସୀଙ୍କ ଉପରକୁ ଗୁଳି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। ଗୃହ ବିଭାଗ ଅଧୀନରେ ଥିବା ଗୁଇନ୍ଦା ଓ ପୋଲିସର ବିଫଳତା ଯୋଗୁଁ ଉଭୟ ଘଟଣା ଘଟିଗଲା ବୋଲି ଦଳ ଅଭିଯୋଗ କରିଛି। ବରଗଡ଼ରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଉପରେ ଆକ୍ରମଣ ବେଳେ […]

bjp

bjp

Rakesh Mallick
  • Published: Sunday, 10 July 2016
  • Updated: 10 July 2016, 10:13 PM IST

Sports

Latest News

bjpଭୁବନେଶ୍ୱର: ଦୁଇଟି ପର୍ଯ୍ୟାୟରେ ଭୁବନେଶ୍ୱରରେ ଆଜି ବସିଥିବା ବିଜେପି ପଦାଧିକାରୀ ବୈଠକରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗ କରାଯାଇଛି।

ବରଗଡ଼ରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ିକୁ ଆକ୍ରମଣ ଓ କନ୍ଧମାଳରେ ନିରୀହ ଆଦିବାସୀଙ୍କ ଉପରକୁ ଗୁଳି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। ଗୃହ ବିଭାଗ ଅଧୀନରେ ଥିବା ଗୁଇନ୍ଦା ଓ ପୋଲିସର ବିଫଳତା ଯୋଗୁଁ ଉଭୟ ଘଟଣା ଘଟିଗଲା ବୋଲି ଦଳ ଅଭିଯୋଗ କରିଛି। ବରଗଡ଼ରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଉପରେ ଆକ୍ରମଣ ବେଳେ ଦାୟିତ୍ୱରେ ଥିବା ପୋଲିସ୍‌ ଡିଏସ୍‌ପିଙ୍କୁ ପରେ ପଦୋନ୍ନତି ଦେବାକୁ ମଧ୍ୟ ଦଳ ନିନ୍ଦା କରିଛି।

ସରକାରଙ୍କ କମିଶନ ଓ ଆରଡିସି ତଦନ୍ତ ଉପରେ ଲୋକଙ୍କ ଭରସା ତୁଟି ଯାଇଛି। ଆଗାମୀ ଦିନରେ ରାସନକାର୍ଡ ଅନିୟମିତତା, ଆଇନଶୃଙ୍ଖଳା ପରି ପ୍ରସଙ୍ଗକୁ ନେଇ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି, “ଆଦିବାସୀଙ୍କୁ ଯେପରି ନିର୍ମମ ଭାବେ ହତ୍ୟା କରାଗଲା ଏହା ଆଇନଶୃଙ୍ଖଳା ପରିସ୍ଥିତିକୁ ଦର୍ଶାଉଛି। ବରଗଡ଼ର ଦୋଷୀ ଡିଏସ୍‌ପିଙ୍କୁ ସରକାର ପଦୋନ୍ନତି ଦିଆଯାଇଛି। ଦଳୀୟ କାର୍ଯ୍ୟରେ ସରକାରୀ ଅଧିକାରୀଙ୍କୁ ଲଗାଉ ଥିବା ଏହାକୁ ପ୍ରମାଣିତ କରୁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos