ରାଜ୍ୟରେ ପୁଣି ସଙ୍ଗଠିତ ହେଉଛନ୍ତି ମାଓବାଦୀ: ଡିଜିପି

ଭୁବନେଶ୍ୱର: ରାଜ୍ୟରେ ପୁଣି ସଙ୍ଗଠିତ ହେଉଛନ୍ତି ମାଓବାଦୀ। ଆଜି ‘ଓଟିଭି’କୁ ଏହି ସୂଚନା ଦେଇଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦଶକ କନ୍‌ୱର ବ୍ରଜେଶ ସିଂ। ସେ କହିଛନ୍ତି,“ଗତ କିଛି ଦିନ ଭିତରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଜବତ ବିସ୍ଫୋରକ, ଅସ୍ତ୍ରଶସ୍ତ୍ର ଓ ମାଓ ଗିତିବିଧିରୁ ଏହା ସୂଚନା ମିଳିଛି। କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀରୁ ସୁନ୍ଦରଗଡ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ମାଓ ସଙ୍ଗଠନ ପୁଣି ମୁଣ୍ଡ ଟେକିବାରେ ଲାଗିଛି। ଏହାର ମୁକାବିଲା ପାଇଁ ଓଡ଼ିଶା ପୋଲିସ ପ୍ରସ୍ତୁତ କରୁଛି […]

police dg kb singh

police dg kb singh

Rakesh Mallick
  • Published: Sunday, 18 September 2016
  • Updated: 18 September 2016, 09:43 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ପୁଣି ସଙ୍ଗଠିତ ହେଉଛନ୍ତି ମାଓବାଦୀ। ଆଜି ‘ଓଟିଭି’କୁ ଏହି ସୂଚନା ଦେଇଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦଶକ କନ୍‌ୱର ବ୍ରଜେଶ ସିଂ।

ସେ କହିଛନ୍ତି,“ଗତ କିଛି ଦିନ ଭିତରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଜବତ ବିସ୍ଫୋରକ, ଅସ୍ତ୍ରଶସ୍ତ୍ର ଓ ମାଓ ଗିତିବିଧିରୁ ଏହା ସୂଚନା ମିଳିଛି। କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀରୁ ସୁନ୍ଦରଗଡ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ମାଓ ସଙ୍ଗଠନ ପୁଣି ମୁଣ୍ଡ ଟେକିବାରେ ଲାଗିଛି। ଏହାର ମୁକାବିଲା ପାଇଁ ଓଡ଼ିଶା ପୋଲିସ ପ୍ରସ୍ତୁତ କରୁଛି ସ୍ୱତନ୍ତ୍ର ରଣନୀତି। ମାଓ ମୁକାବିଲାରେ ନିୟୋଜିତ ସ୍ପେଶାଲ ଅପରେସନ ଗ୍ରୁପ,ଏସ୍‌ଓଜି ଓ ଅନ୍ୟ ସଶସ୍ତ୍ର ବାହିନୀଗୁଡିକର ପୁନର୍ବିନ୍ୟାସ କରାଯାଉଛି।”

ସେ ଆହୁରି ମଧ୍ୟ କହିଛନ୍ତି,“ମାଓବାଦୀ ପ୍ରଭାବିତ ଅଞ୍ଚଳରେ ନିୟୋଜିତ ଫୋର୍ସଙ୍କ ଦକ୍ଷତା ବୃଦ୍ଧି ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି। ମାଓ ସମସ୍ୟାର ମୁକାବିଲା ପାଇଁ ସମସ୍ତ ପ୍ରକାର ପ୍ରୟାସ କରାଯାଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos