ମେ’ ୨୫ରେ ରାଜ୍ୟସଭା ଉପ-ନିର୍ବାଚନ: ବିଷ୍ଣୁଙ୍କ ଇସ୍ତଫା ପରେ କିଏ ହେବ ବିଜେଡି ପ୍ରାର୍ଥୀ

ନୂଆଦିଲ୍ଲୀ: ବିଷ୍ଣୁ ଦାସଙ୍କ ଇସ୍ତଫା ପରେ ଖାଲି ପଡ଼ିଥିବା ରାଜ୍ୟସଭା ଆସନରେ ଉପ-ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ମେ’ ୨୫ରେ ନିର୍ବାଚନ ହେବ। ୮ ତାରିଖରୁ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହେବ। ୧୫ ପ୍ରାର୍ଥିପତ୍ର ଦାଖଲ ଶେଷ ତାରିଖ। ୧୬ରେ ଯାଞ୍ଚ ଓ ୧୮ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ହେବ। ଏନେଇ ଜାତୀୟ ନିର୍ବାଚନ ଆୟୋଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ଓଡ଼ିଶା ଓ ମଣିପୁରରେ ଗୋଟିଏ ଲେଖାଁଏ ଆସନ୍‌ ପାଇଁ ମତଦାନ ହେବ।

ବିଷ୍ଣୁ ଦାସ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ହେବା ପରେ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ। ବିଷ୍ଣୁଙ୍କ କାର୍ଯ୍ୟକାଳ ୨୦୨୨ ଜୁଲାଇ ୧ ତାରିଖରେ ସରୁଥିଲା। ଏବେ ଏହି ଆସନ ପାଇଁ ବିଜେଡି କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।