ରାଜ୍ୟସଭା ଉପନିର୍ବାଚନ: ବିଜେଡି ପ୍ରାର୍ଥୀ ନରେନ୍ଦ୍ର ସ୍ୱାଇଁ ନିର୍ଦ୍ୱନ୍ଦ୍ୱରେ ବିଜୟୀ

ଭୁବନେଶ୍ୱର: ରାଜ୍ୟସଭା ସାଂସଦ କଳ୍ପତରୁ ଦାସଙ୍କ ପରଲୋକ ପରେ ଖାଲି ପଡିଥିବା ଏହି ଆସନ ଲାଗି ଆଜି ନିର୍ବାଚନ ହୋଇଥିଲା। ଏଥିରେ ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଥିବା ନରେନ୍ଦ୍ର ସ୍ୱାଇଁ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି। ପୂର୍ବରୁ ବିଜେଡି ନରେନ୍ଦ୍ରଙ୍କୁ ଦଳୀୟ ପ୍ରାର୍ଥୀ ଘୋଷଣା କରିଥିଲା। ଏହି ଆସନରେ ବିଜେଡି ପ୍ରାର୍ଥୀଙ୍କ ବିଜୟ ନିଶ୍ଚିତ ଥିଲେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ଦେବ ବୋଲି ଆଶା କରାଯାଉଥିଲା। ମାତ୍ର ଆଜି ଅନୁଷ୍ଠିତ ନିର୍ବାଚନ ଲାଗି କଂଗ୍ରେସ ପକ୍ଷରୁ କାହାରିଙ୍କୁ ପ୍ରାର୍ଥୀ […]

narendra-swain

narendra-swain

Rakesh Mallick
  • Published: Monday, 07 December 2015
  • Updated: 07 December 2015, 03:03 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟସଭା ସାଂସଦ କଳ୍ପତରୁ ଦାସଙ୍କ ପରଲୋକ ପରେ ଖାଲି ପଡିଥିବା ଏହି ଆସନ ଲାଗି ଆଜି ନିର୍ବାଚନ ହୋଇଥିଲା। ଏଥିରେ ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଥିବା ନରେନ୍ଦ୍ର ସ୍ୱାଇଁ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି। ପୂର୍ବରୁ ବିଜେଡି ନରେନ୍ଦ୍ରଙ୍କୁ ଦଳୀୟ ପ୍ରାର୍ଥୀ ଘୋଷଣା କରିଥିଲା। ଏହି ଆସନରେ ବିଜେଡି ପ୍ରାର୍ଥୀଙ୍କ ବିଜୟ ନିଶ୍ଚିତ ଥିଲେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ଦେବ ବୋଲି ଆଶା କରାଯାଉଥିଲା। ମାତ୍ର ଆଜି ଅନୁଷ୍ଠିତ ନିର୍ବାଚନ ଲାଗି କଂଗ୍ରେସ ପକ୍ଷରୁ କାହାରିଙ୍କୁ ପ୍ରାର୍ଥୀ କରାଯାଇ ନ ଥିଲା। ଫଳରେ ନିର୍ବାଚନ ଅଧିକାରୀ ନରେନ୍ଦ୍ରଙ୍କୁ ବିଜୟୀ ଘୋଷଣା କରିଥିଲେ। ଓଡ଼ିଶାର ବିକାଶ ପାଇଁ ଯେଉଁ ସଂଗ୍ରାମ ଚାଲିଛି ସେଥିରେ ସାମିଲ ହେବା ସହ କେନ୍ଦ୍ରୀୟ ଅବହେଳା ବିରୋଧରେ ସ୍ୱର ଉଠାଇବି ବୋଲି ନରେନ୍ଦ୍ର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos