ରାଜ୍ୟ ସରକାର କନ୍ଧମାଳ ଘଟଣାକୁ ଘଣ୍ଟ ଘୋଡ଼ାଉଛନ୍ତି: ଜୁଏଲ୍‌

ଭୁବନେଶ୍ୱର: କନ୍ଧମାଳରେ ମାଓବାଦୀ-ସୁରକ୍ଷାକର୍ମୀ ଗୁଳି ବିନିମୟ ବେଳେ ୬ ଜଣ ନିରୀହ ଲୋକଙ୍କ ମୃତ୍ୟୁ ଘଟିବାକୁ ନେଇ ରାଜନୀତି ଜୋର ଧରିଛି।  କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ  ଜୁଏଲ ଓରାମ କହିଛନ୍ତି,“ରାଜ୍ୟ ବିଜେପିର ଏକ ୧୦ ଜଣିଆ ଟିମ୍‌ କନ୍ଧମାଳକୁ ଆଜି ଗସ୍ତ କରିଛନ୍ତି। ଜାତୀୟ ଜନଜାତି କମିଶନ ଅଧ୍ୟକ୍ଷ ଏହି ଘଟଣାର ସ୍ଥିତି ଅନୁଧ୍ୟାନ କରିବା ପରେ ତାଙ୍କ ରିପୋର୍ଟ ଅନୁସାରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରାଜ୍ୟ ସରକାର ଏହି ଘଟଣାରେ ଘଣ୍ଟ ଘୋଡାଇବା […]

oram

oram

Rakesh Mallick
  • Published: Tuesday, 12 July 2016
  • Updated: 12 July 2016, 03:01 PM IST

Sports

Latest News

oramଭୁବନେଶ୍ୱର: କନ୍ଧମାଳରେ ମାଓବାଦୀ-ସୁରକ୍ଷାକର୍ମୀ ଗୁଳି ବିନିମୟ ବେଳେ ୬ ଜଣ ନିରୀହ ଲୋକଙ୍କ ମୃତ୍ୟୁ ଘଟିବାକୁ ନେଇ ରାଜନୀତି ଜୋର ଧରିଛି।  କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ  ଜୁଏଲ ଓରାମ କହିଛନ୍ତି,“ରାଜ୍ୟ ବିଜେପିର ଏକ ୧୦ ଜଣିଆ ଟିମ୍‌ କନ୍ଧମାଳକୁ ଆଜି ଗସ୍ତ କରିଛନ୍ତି। ଜାତୀୟ ଜନଜାତି କମିଶନ ଅଧ୍ୟକ୍ଷ ଏହି ଘଟଣାର ସ୍ଥିତି ଅନୁଧ୍ୟାନ କରିବା ପରେ ତାଙ୍କ ରିପୋର୍ଟ ଅନୁସାରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରାଜ୍ୟ ସରକାର ଏହି ଘଟଣାରେ ଘଣ୍ଟ ଘୋଡାଇବା ପାଇଁ ଚେଷ୍ଟା କରୁଛନ୍ତି। ତାର ପରିଣାମ ସେମାନେ ଭୋଗିବେ।”

ଜୁଏଲଙ୍କ ମନ୍ତବ୍ୟ ଉପରେ ବିଜେଡି ମଧ୍ୟ ପ୍ରତିକ୍ରିୟା ରଖିଛି। ଦଳର ମୁଖପାତ୍ର ପ୍ରତାପ ଦେବ କହିଛନ୍ତି,“ଦିଲ୍ଲୀରେ ବସି ମନ୍ତବ୍ୟ ଦେବାରୁ କେନ୍ଦ୍ରମନ୍ତ୍ରୀ କ୍ଷାନ୍ତ ରୁହନ୍ତୁ। କନ୍ଧମାଳ ଘଟଣାକୁ ନେଇ ରାଜ୍ୟ ସରକାର ସଚେତନ ଅଛନ୍ତି, ଦୋଷୀକୁ ଦଣ୍ଡ ଦେବା ପାଇଁ ବ୍ୟବସ୍ଥା  ହେଉଛି। ଏସ୍‌ଆଇଟି ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅଭିଯୋଗ କେତେ ସମୀଚିନ ରାଜ୍ୟବାସୀ ତାହାର ବିଚାର କରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos