ଶିକ୍ଷାନୁଷ୍ଠାନରେ ଖାଲି ପଡ଼ିଥିବା ପଦବୀକୁ ନେଇ ରାଜ୍ୟ ସରକାରଙ୍କ ଉପରେ ପୁଣି ବର୍ଷିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ଶିକ୍ଷାନୁଷ୍ଠାନରେ ଖାଲି ପଡ଼ିଥିବା ପଦବୀକୁ ନେଇ ଆଜି ରାଜ୍ୟ ସରକାରଙ୍କ ଉପରେ ପୁଣି ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି,“ସ୍କୁଲ୍‌ରେ ଖାଲି ଥିବା ପଦବୀରେ ନିୟମିତ ଶିକ୍ଷକ ନିଯୁକ୍ତି କରାଯାଉ। ରାଜ୍ୟରେ ଶିକ୍ଷକ ପଦବୀ ପୂରଣ ବଦଳରେ ଶିକ୍ଷକଙ୍କୁ ଠିକାରେ କାମ କରାଇ ଉବେର ଓ ଓଲା ଭଡ଼ା ଗାଡି ଭଳି ବ୍ୟବହାର କରା ନ ଯାଉ । ହାଇସ୍କୁଲ ଗୁଡ଼ିକରେ ୧୩,୯୭୭ ଶିକ୍ଷକ ପଦବୀ ଖାଲି ପଡ଼ିଛି।  ବିଏଡ୍‌ ଓ ସିଟି ପାସ୍‌ […]

Dharmendra

Dharmendra

Rakesh Mallick
  • Published: Monday, 05 September 2016
  • Updated: 05 September 2016, 10:09 PM IST

Sports

Latest News

Dharmendraଭୁବନେଶ୍ୱର: ଶିକ୍ଷାନୁଷ୍ଠାନରେ ଖାଲି ପଡ଼ିଥିବା ପଦବୀକୁ ନେଇ ଆଜି ରାଜ୍ୟ ସରକାରଙ୍କ ଉପରେ ପୁଣି ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି,“ସ୍କୁଲ୍‌ରେ ଖାଲି ଥିବା ପଦବୀରେ ନିୟମିତ ଶିକ୍ଷକ ନିଯୁକ୍ତି କରାଯାଉ। ରାଜ୍ୟରେ ଶିକ୍ଷକ ପଦବୀ ପୂରଣ ବଦଳରେ ଶିକ୍ଷକଙ୍କୁ ଠିକାରେ କାମ କରାଇ ଉବେର ଓ ଓଲା ଭଡ଼ା ଗାଡି ଭଳି ବ୍ୟବହାର କରା ନ ଯାଉ । ହାଇସ୍କୁଲ ଗୁଡ଼ିକରେ ୧୩,୯୭୭ ଶିକ୍ଷକ ପଦବୀ ଖାଲି ପଡ଼ିଛି।  ବିଏଡ୍‌ ଓ ସିଟି ପାସ୍‌ କରି ଆମର ଯୁବକ ଓ ଯୁବତୀ ଚାକିରି ଅପେକ୍ଷାରେ ଅଛନ୍ତି।  ମାତ୍ର ନିୟମିତ ଶିକ୍ଷକ ନିଯୁକ୍ତି ଦେଇ ସ୍କୁଲ୍‌ ଗୁଡିକରେ ଆବଶ୍ୟକତା ପୂରଣ କରିବା ବଦଳରେ ‘ଟିଚର୍‌ ଅନ୍‌ କଲ୍‌’ ରାଜ୍ୟ ସରକାରଙ୍କ ପ୍ରାଥମିକତା ହୋଇଛି।”

ସେ କହିଛନ୍ତି,“ଟିଚର୍‌ ଅନ୍‌ କଲ୍‌କୁ ଲାଗୁ କରି ଶିକ୍ଷକମାନଙ୍କୁ ଉବେର ଓ ଓଲା ଭଡ଼ା ଗାଡି ଭଳି ବ୍ୟବହାର କରୁଛନ୍ତି ମୁଁ କହିବା ପରେ ରାଜ୍ୟ ସରକାର ଓ ସରକାରୀ ଦଳର ବନ୍ଧୁମାନେ ମୋତେ କଟୁ ସମାଲୋଚନା କରିଥିଲେ। ଆଜି ପବିତ୍ର ଗୁରୁ ଦିବସରେ ପୁଣି ଥରେ କହୁଛି, ଶିକ୍ଷାନୁଷ୍ଠାନ ଗୁଡ଼ିକରେ ନିୟମିତ ଶିକ୍ଷକ ପଦବୀ ପୂରଣ କରାଯାଉ। ଠିକାରେ କାମ କରୁଥିବା ଶିକ୍ଷକଙ୍କୁ ନିୟମିତ କରାଯାଉ। ଶିକ୍ଷକଙ୍କୁ ଠିକାରେ କାମ କରାଇ ସ୍ୱଳ୍ପ ପାରିଶ୍ରମିକ ଦିଆ ନ ଯାଉ। ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ରାଜ୍ୟର ୩୮ଟି ପଞ୍ଚାୟତରେ ହାଇସ୍କୁଲ୍‌ ନାହିଁ କି ୩୭୬ଟି ବିଦ୍ୟାଳୟର ନିଜସ୍ୱ ଘର ନାହିଁ।”

ସେ ଆହୁରି କହିଛନ୍ତି,“ରାଜ୍ୟରେ ମୋଟ ୫୩,୨୫୨ ବିଦ୍ୟାଳୟ ମଧ୍ୟରୁ ୪୨,୦୭୦ଟିରେ ନିଜସ୍ୱ ଖେଳ ପଡ଼ିଆ ନାହିଁ। ଏହାର ଅର୍ଥ ରାଜ୍ୟର ୮୦ ଭାଗ ସ୍କୁଲରେ ଖେଳ ପଡ଼ିଆ ନାହିଁ। ପ୍ରତି ବିଦ୍ୟାଳୟର ଶ୍ରେଣୀ ଗୃହ ପାଇଁ ଗୋଟିଏ କୋଠରୀର ଆବଶ୍ୟକତା ରହିଛି। ରାଜ୍ୟରେ ୪୧,୬୭୦ ବିଦ୍ୟାଳୟରେ ପ୍ରତି ଶ୍ରେଣୀ ପାଇଁ ଗୋଟିଏ ବଖରା ଶ୍ରେଣୀ ଗୃହ ମଧ୍ୟ ନାହିଁ।”

ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ଉପରେ ବିଜେଡି ମୁଖପାତ୍ର ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି,“ଗୁରୁ ଦିବସରେ ଧର୍ମେନ୍ଦ୍ର ଗୁରୁ ପୂଜା କରନ୍ତୁ। ଆଜି ପରି ପବିତ୍ର ଦିନରେ ସେ ରାଜନୀତି କରୁଛନ୍ତି। ସେ ଯାହା କହୁଛନ୍ତି, ତାହା ସତ ନୁହେଁ। କେନ୍ଦ୍ରର ଗାଇଡ୍‌ ଲାଇନ୍‌କୁ ରାଜ୍ୟ ଅନୁସରଣ କରୁଛି।  କେନ୍ଦ୍ର ସରକାର ‘ଟିଚର୍‌ ଅନ୍‌ କଲ୍‌’କୁ ନେଇ ଲାଗୁ କରିଥିବା ଗାଇଡ୍‌ ଲାଇନ୍‌କୁ ଧର୍ମେନ୍ଦ୍ର ଅନୁସରଣ କରନ୍ତୁ।”

ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, “ଠିକା ଶିକ୍ଷକ ନିଯୁକ୍ତି ଏକ ପ୍ରକ୍ରିୟା। ୬ ବର୍ଷ ଠିକା ଶିକ୍ଷକ ରହିବା ପରେ ସେମାନଙ୍କୁ ନିୟମିତ କରାଯିବାର ବ୍ୟବସ୍ଥା ରହିଛି। ଏହି ପ୍ରକ୍ରିୟାରେ ବହୁ ଶିକ୍ଷକ ନିୟମିତ ହୋଇଛନ୍ତି ମଧ୍ୟ। ମୁଁ ଧର୍ମେନ୍ଦ୍ର ବାବୁଙ୍କ ମାପକାଠି ଉପରେ କିଛି ମନ୍ତବ୍ୟ ଦେବାକୁ ଚାହୁଁ ନାହିଁ। ଗୋଟିଏ ଦିନରେ କୌଣସି ସମସ୍ୟାର ସମାଧାନ ହୋଇ ନ ଥାଏ। ଖେଳ ପଡିଆ ନାହିଁ ସମସ୍ୟା ଗୋଟିଏ ଦିନର ନୁହେଁ। ଁ ତାଙ୍କୁ ଆଗରୁ କହିଛି ବାଦିପାଲା କରନ୍ତୁ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story