୨୦୦୮ରେ ରାଜ୍ୟ ସରକାର କେଲୋ ପ୍ରକଳ୍ପକୁ ନେଇ ୨ଟି ଚିଠି ନେଣଦେଣ କରିଛନ୍ତି: ବିଜେପି

ଭୁବନେଶ୍ୱର: କେଲୋ ପ୍ରକଳ୍ପ ସମ୍ପର୍କରେ କିଛି ଜାଣି ନ ଥିବା କହୁଥିବା ରାଜ୍ୟ ସରକାର ୨୦୦୮ରେ ପ୍ରକଳ୍ପ ନେଇ ୨ଟି ଚିଠି ନେଣଦେଣ କରିଛନ୍ତି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଏହାକୁ ନେଇ ରାଜନୀତି କରୁଛି। ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ସରକାରଙ୍କ କେଲୋ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଓଡ଼ିଶା ସରକାରଙ୍କ ଅପାରଗତା ଯୋଗୁ ଏତେ ବାଟ ଆଗେଇଛି ବୋଲି ବିଜେପି ଅଭିଯୋଗ କରିଛି। ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି,“୨୦୦୮ରେ ରାଜ୍ୟ ସରକାର ଛତିଶଗଡ଼କୁ ଦୁଇଟି ଚିଠି ଦେଇଛନ୍ତି। […]

bjp

bjp

Rakesh Mallick
  • Published: Sunday, 07 August 2016
  • Updated: 08 August 2016, 10:27 AM IST

Sports

Latest News

bjpଭୁବନେଶ୍ୱର: କେଲୋ ପ୍ରକଳ୍ପ ସମ୍ପର୍କରେ କିଛି ଜାଣି ନ ଥିବା କହୁଥିବା ରାଜ୍ୟ ସରକାର ୨୦୦୮ରେ ପ୍ରକଳ୍ପ ନେଇ ୨ଟି ଚିଠି ନେଣଦେଣ କରିଛନ୍ତି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଏହାକୁ ନେଇ ରାଜନୀତି କରୁଛି। ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ସରକାରଙ୍କ କେଲୋ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଓଡ଼ିଶା ସରକାରଙ୍କ ଅପାରଗତା ଯୋଗୁ ଏତେ ବାଟ ଆଗେଇଛି ବୋଲି ବିଜେପି ଅଭିଯୋଗ କରିଛି।

ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି,“୨୦୦୮ରେ ରାଜ୍ୟ ସରକାର ଛତିଶଗଡ଼କୁ ଦୁଇଟି ଚିଠି ଦେଇଛନ୍ତି। ଏବେ ବିଜେଡି ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଉଛି। ରାଜ୍ୟ ସରକାର ଅହଂକାର ଛାଡ଼ି ଦାୟିତ୍ୱ ପାଳନ କରନ୍ତୁ।”

ଗତ ୩ ତାରିଖରେ ବିଜେପି ଅଭିଯୋଗ କରିଥିଲା, “୨୦୧୦ ଏପ୍ରିଲ ୧୦ରେ ମେମୋ ନମ୍ବର ୩୩୫୧ରେ ରାଜ୍ୟ ସରକାର ତାଙ୍କ ବିଭିନ୍ନ ବିଭାଗକୁ ଚିଠି କରି କେଲୋ ପ୍ରକଳ୍ପ ନେଇ ଆଲୋଚନା କରିଥିଲା। ଏହାସହ ଏହି ଚିଠିର ନକଲ (୩୩୫୧ ମେମୋ) ରାଜ୍ୟ ସରକାରଙ୍କ ପ୍ରୋଜେକ୍ଟ ପ୍ଲାନିଂ ଆଣ୍ଡ ଫର୍ମ୍ୟୁଲେସନର ଚିଫ ଇଂଞ୍ଜିନିୟର ସି.ଭି. ପ୍ରସାଦ ଛତିଶଗଡ଼ ଜଳ ସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ପାଖକୁ ପଠାଇଥିଲେ।”

ବିଜେପିର ଏହି ଅଭିଯୋଗ ମିଥ୍ୟା ବୋଲି ବିଜେଡି କହିବା ସହ ଉକ୍ତ ଚିଠିର କୌଣସି ସତ୍ୟତା ନ ଥିବା କହିଥିଲା। ଏହାର ଜବାବରେ ବିଜେପି ଆଜି ୨ଟି ଚିଠି ଦେଖାଇଛି। ଏହି ଚିଠି ମାଧ୍ୟମରେ ଓଡ଼ିଶା ଓ ଛତିଶଗଡ଼ ସରକାର ମଧ୍ୟରେ କେଲୋ ପ୍ରକଳ୍ପକୁ ନେଇ ତଥ୍ୟ ଦେଣନେଣ ହୋଇଛି ବୋଲି ବିଜେପି ରାଜ୍ୟ ଉପସଭାପତି ମହାନ୍ତି କହିଛନ୍ତି।

ସେ କହିଛନ୍ତି, “୨୦୦୮ ଜୁଲାଇ ୧୪ରେ ଛତିଶଗଡ଼ ଜଳ ସମ୍ପଦ ବିଭାଗର ମୁଖ୍ୟମନ୍ତ୍ରୀ ଜେ.କେ. କୁକାଲ ଓଡ଼ିଶା ପ୍ରୋଜେକ୍ଟ ପ୍ଲାନିଂ ଆଣ୍ଡ ଫର୍ମ୍ୟୁଲେସନ ମୁଖ୍ୟଯନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। କେଲୋ ପ୍ରକଳ୍ପ ଏନ୍‌ଓସି ନେଇ ଓଡ଼ିଶା ସରକାର ଦେଇଥିବା ଚିଠି (୩୩୫୧ ମେମୋ) ଆଧାରରେ ଏହା ଲେଖାଯାଇଛି। ସେହିପରି ୨୦୦୮ ଅକ୍ଟୋବର ୪ରେ ଓଡ଼ିଶା ଜଳ ସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀ ଏଚ.ସି ବେହେରା ଛତିଶଗଡ଼ ଜଳ ସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀଙ୍କୁ କେଲୋ ପ୍ରକଳ୍ପ ଏନ୍‌ଓସିକୁ ଆଧାର କରି ଚିଠି ଲେଖିଛନ୍ତି।”

ସେ ଅଭିଯୋଗ କରିଛନ୍ତି, “ଏଚ୍‌.ସି. ବେହେରାଙ୍କ ଚିଠି ରାଜ୍ୟ ସରକାରଙ୍କ ଅପାରଗତାକୁ ପ୍ରମାଣ କରୁଛି। ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ଅନ୍ଧାରରେ ରଖିଥିଲେ। ଆଗକୁ ନିର୍ବାଚନ ଥିବାରୁ ଏବେ ଏହାକୁ ରାଜନୈତିକ ରଙ୍ଗ ଦେଉଛନ୍ତି।”

ବିଜେପିର ଏପରି ଅଭିଯୋଗକୁ ବିଜେଡି ଖଣ୍ଡନ କରିଛି। ବିଜେଡି ମୁଖପାତ୍ର ଶଶିଭୂଷଣ ବେହେରା କହିଛନ୍ତି, “ବିଜେପି ଛତିଶଗଡ଼ ସପକ୍ଷରେ ଓକିଲାତି କରି ଚିଠି ରାଜନୀତି କରୁଛି। ଛତିଶଗଡ଼ ସରକାର ପ୍ରକଳ୍ପ କାମ ବନ୍ଦ ନ କରିବା ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଆନ୍ଦୋଳନ ଜାରି ରହିବ।”

ଓଟିଭିକୁ ପ୍ରତିକ୍ରିୟା ଦେଇ ଏଚ୍‌.ସି. ବେହେରା କହିଛନ୍ତି, “ଛତିଶଗଡ଼ ସରକାରଙ୍କୁ ଚିଠି ଦେଇଥିବା ସମ୍ପର୍କରେ ମୋର ମନେ ନାହିଁ। ତେବେ ଏଥିରେ ଥିବା ଦସ୍ତଖତ ମୋ ଦସ୍ତଖତ ସହ ମିଶି ଯାଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story