ରାଜ୍ୟସ୍ତରୀୟ ପୋଲିସ ପଦକ ପ୍ରଦାନ କଲେ ରାଜ୍ୟପାଳ

ଭୁବନେଶ୍ୱର: ରାଜ୍ୟ ପୋଲିସ ବିଭାଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୋଲିସ ପଦକ ପ୍ରଦାନ କରାଯାଇଛି। ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟପାଳ ଏସ୍‌.ସି ଜମିର ପୋଲିସ୍‌ କର୍ମଚାରୀ ଓ ଅଧିକାରୀଙ୍କୁ ସାହସିକତା ପୋଲିସ୍‌ ପଦକ, ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୋଲିସ ପଦକ ଏବଂ ଉଲ୍ଲେଖନୀୟ ସେବା ପାଇଁ ପୋଲିସ ପଦକ ପ୍ରଦାନ କରିଛନ୍ତି। ସାହସିକତା ପାଇଁ କଳାହାଣ୍ଡି ଏସ୍‌ପି ବ୍ରିଜେସ କୁମାର ରାୟ, ସର୍ଜେଣ୍ଟ ଚନ୍ଦ୍ର ଶେଖର ଦାସ, ମାଲକାନଗିରି ଏସ୍‌ପି ମିତ୍ରଭାନୁ ମହାପାତ୍ର, ଆରକ୍ଷୀ ଉପନିରୀକ୍ଷକ […]

republic

republic

Rakesh Mallick
  • Published: Thursday, 26 January 2017
  • Updated: 26 January 2017, 02:13 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟ ପୋଲିସ ବିଭାଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୋଲିସ ପଦକ ପ୍ରଦାନ କରାଯାଇଛି। ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟପାଳ ଏସ୍‌.ସି ଜମିର ପୋଲିସ୍‌ କର୍ମଚାରୀ ଓ ଅଧିକାରୀଙ୍କୁ ସାହସିକତା ପୋଲିସ୍‌ ପଦକ, ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୋଲିସ ପଦକ ଏବଂ ଉଲ୍ଲେଖନୀୟ ସେବା ପାଇଁ ପୋଲିସ ପଦକ ପ୍ରଦାନ କରିଛନ୍ତି।

ସାହସିକତା ପାଇଁ କଳାହାଣ୍ଡି ଏସ୍‌ପି ବ୍ରିଜେସ କୁମାର ରାୟ, ସର୍ଜେଣ୍ଟ ଚନ୍ଦ୍ର ଶେଖର ଦାସ, ମାଲକାନଗିରି ଏସ୍‌ପି ମିତ୍ରଭାନୁ ମହାପାତ୍ର, ଆରକ୍ଷୀ ଉପନିରୀକ୍ଷକ ରବୀନ୍ଦ୍ର ଶବରଙ୍କ ସମେତ ୧୨ ଜଣଙ୍କୁ ପଦକ ପ୍ରଦାନ କରାଯାଇଛି।

ରେଲୱେ ଆରକ୍ଷୀ ମହାନିରୀକ୍ଷକ ବିନୟତୋଷ ମିଶ୍ର ଏବଂ ଆରକ୍ଷୀ ପ୍ରସନ୍ନ କୁମାର ଦାସଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୋଲିସ୍‌ ପଦକ ଦିଆଯାଇଛି। ସେହିପରି ଉଲ୍ଲେଖନୀୟ ସେବା ପାଇଁ ଉପ ଆରକ୍ଷୀ ଅଧିକ୍ଷକ ଅଜିତ କୁମାର ଦାଶ, ଖାରବେଳ ନଗର ଥାନା ଆରକ୍ଷୀ ନିରୀକ୍ଷକ ସଞ୍ଜିବ କୁମାର ଶତପଥି, ଆରକ୍ଷୀ ନିରୀକ୍ଷକ ବିଶ୍ୱନାଥ ତାରିଣୀ, ଆରକ୍ଷୀ ଉପନିରୀକ୍ଷକ ଭାର୍ଗବୀ ପୃଷ୍ଟି, ସହକାରୀ ଆରକ୍ଷୀ ଉପନିରୀକ୍ଷକ ଅଞ୍ଜନ କୁମାର ମିଶ୍ର ଏବଂ ବିଜୟ କୁମାର ମିଶ୍ରଙ୍କୁ ପୋଲିସ୍ ପ୍ରଦାନ କରାଯାଇଛି।

ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ଏହି ଉତ୍ସବରେ ପଦକ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos