ରାଜ୍ୟବ୍ୟାପୀ ବିଜୁ ଜନ୍ମ ଶତବାର୍ଷିକୀ ମହାସମାରୋହରେ ପାଳିତ

ଭୁବନେଶ୍ୱର:  ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ‍‍‍ଶତବାର୍ଷିକୀ। କଟକ ଦୋଳମୁଣ୍ଡାଇ ସ୍ଥିତ ବିଜେଡି କାର୍ଯ୍ୟାଳୟରେ ବିଜୁ ଜନ୍ମଶତବାର୍ଷିକୀ ପାଳିତ ହୋଇଛି। କଟକ ଜିଲ୍ଲା ବିଜେଡି ସଭାପତି ପ୍ରତାପ ଜେନା, କଟକ ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ, କଟକ ମେୟର ମିନାକ୍ଷୀ ବେହେରା ପ୍ରମୁଖ ବିଜୁ ବାବୁଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ବହୁ ସଂଖ୍ୟାରେ କର୍ମୀ ଓ ସମର୍ଥକ ଯୋଗ ଦେଇ ବିଜୁବାବୁଙ୍କ ସ୍ମୃତି ଚାରଣ କରିଥିଲେ। […]

biju pattnayak

biju pattnayak

Rakesh Mallick
  • Published: Saturday, 05 March 2016
  • Updated: 05 March 2016, 04:18 PM IST

Sports

Latest News

ଭୁବନେଶ୍ୱର:  ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ‍‍‍ଶତବାର୍ଷିକୀ। କଟକ ଦୋଳମୁଣ୍ଡାଇ ସ୍ଥିତ ବିଜେଡି କାର୍ଯ୍ୟାଳୟରେ ବିଜୁ ଜନ୍ମଶତବାର୍ଷିକୀ ପାଳିତ ହୋଇଛି। କଟକ ଜିଲ୍ଲା ବିଜେଡି ସଭାପତି ପ୍ରତାପ ଜେନା, କଟକ ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ, କଟକ ମେୟର ମିନାକ୍ଷୀ ବେହେରା ପ୍ରମୁଖ ବିଜୁ ବାବୁଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ବହୁ ସଂଖ୍ୟାରେ କର୍ମୀ ଓ ସମର୍ଥକ ଯୋଗ ଦେଇ ବିଜୁବାବୁଙ୍କ ସ୍ମୃତି ଚାରଣ କରିଥିଲେ।

ବଲାଙ୍ଗିରର ସ୍ଥାନୀୟ ଶିଶୁ ଉଦ୍ୟାନଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ପାଳିତ ହୋଇଯାଇଛି। ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ବିଜେଡିର କର୍ମକର୍ତ୍ତାମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବଲାଙ୍ଗିର ପୌରାଧ୍ୟକ୍ଷା ସନ୍ତୋଷିନୀ ବେହେରାଙ୍କ ସହିତ ବହୁ  ବିଜେଡି କର୍ମକର୍ତ୍ତା ଯୋଗ ଦେଇଥିଲେ।

ବିଜୁ ଜନତା ଦଳ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲା ସ୍ଥାନୀୟ ଟାଉନ ହଲ ଠାରେ ବିଜୁ ପଟ୍ଟନାୟକ ଶତବାର୍ଷିକୀ ପାଳିତ ହୋଇଯାଇଛି। ରାଜ୍ୟ ମତ୍ସ୍ୟ ଉନ୍ନୟନ ନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳଙ୍କ ସଭାପତିତ୍ୱରେ ବିଜୁ ପଟ୍ଟନାୟକଙ୍କ ଆଦର୍ଶ ଓ ଓଡିଶା ନବ ନିର୍ମାଣର ସ୍ୱପ୍ନ ଓ ସମ୍ଭାବନାକୁ ନେଇ ବିଜେଡି ନେତୃବର୍ଗମାନେ ସ୍ମୃତି ଚାରଣ କରିଥିଲେ।

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଶତବାର୍ଷିକୀ ସୁନ୍ଦରଗଡ଼ରେ ପାଳିତ ହୋଇଯାଇଛି। ଏହି ଅବସରରେ ସୁନ୍ଦରଗଡ଼ ନଗରପାଳ ବେଣୁଧର ତାଣ୍ଡିଆ, ଉପ ନଗରପାଳ ରଞ୍ଜନା ପଣ୍ଡା ଓ ଅନ୍ୟ କାଉନସିଲର ରାଣିବଗିଚା ବିଜୁ ପଟ୍ଟନାୟକ ଛକ ଠାରେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

ସମ୍ୱଲପୁରରେ ମଧ୍ୟ ବିଜୁ ଜୟନ୍ତୀ ପାଳନ କରାଯାଇଛି। ଏହି ଅବସରରେ ସହରର ରେମଡ ଛକରେ ଥିବା ଏହି ପ୍ରବାଦ ପୁରୁଷଙ୍କର ପ୍ରତିମୂର୍ତ୍ତିରେ ବିଜେଡି କର୍ମୀମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ବ୍ରହ୍ମପୁରରେ ମଧ୍ୟ ବିଜୁ ଜୟନ୍ତୀ ବିଭିନ୍ନ ସଂଗଠନ ଓ ବିଜୁ ଜନତା ଦଳ ପକ୍ଷରୁ ପାଳିତ ହୋଇଯାଇଛି। ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା, ମେୟର କେ. ମାଧବୀଙ୍କ ସମେତ ବହୁ ନେତା ଓ କର୍ମୀ ଆଜି ସକାଳେ ମା' ବୁଢି ଠାକୁରାଣୀ ମନ୍ଦିରରେ ଦୀପ ପ୍ରଜ୍ୱଳନ କରିବା ସହ ଦେଶୀ ବେହେରା ସାହି ଓ  ବିଜୁ ପଟ୍ଟନାୟକ ପାର୍କ ପରିସରରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos