ନବୀନଙ୍କୁ ରାମଙ୍କ ଚାଲେଞ୍ଜ: ପଞ୍ଚାୟତ ନିର୍ବାଚନ ଟ୍ରେଲର ଥିଲା, ୧୯ରେ ଫିଲ୍ମ ଦେଖିବ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଟ୍ରେଲର ଥିଲା। ୨୦୧୯ରେ ପୁରା ଫିଲ୍ମ ଦେଖିବ। ଯଦି ଦମ୍ ଅଛି ଏବେ ନିର୍ବାଚନ କରି ଦେଖାଅ। ଏପରି ଢଙ୍ଗରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଚାଲେଞ୍ଜ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ରାମକ୍ରିପାଲ ଯାଦବ। “ସବ୍‌କା ସାଥ୍ ସବ୍‌କା ବିକାଶ” କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଓଡ଼ିଶା ଗସ୍ତରେ ଆସି ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରେ ନିଜ ଅଧୀନରେ ଆସୁଥିବା ବିଭାଗର କାମ ସମୀକ୍ଷା ପରେ ଭୁବନେଶ୍ୱରରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ସେ କହିଥିଲେ,“କେନ୍ଦ୍ର […]

ram kripal jadav

ram kripal jadav

Rakesh Mallick
  • Published: Saturday, 10 June 2017
  • Updated: 10 June 2017, 10:22 PM IST

Sports

Latest News

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଟ୍ରେଲର ଥିଲା। ୨୦୧୯ରେ ପୁରା ଫିଲ୍ମ ଦେଖିବ। ଯଦି ଦମ୍ ଅଛି ଏବେ ନିର୍ବାଚନ କରି ଦେଖାଅ। ଏପରି ଢଙ୍ଗରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଚାଲେଞ୍ଜ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ରାମକ୍ରିପାଲ ଯାଦବ।

“ସବ୍‌କା ସାଥ୍ ସବ୍‌କା ବିକାଶ” କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଓଡ଼ିଶା ଗସ୍ତରେ ଆସି ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରେ ନିଜ ଅଧୀନରେ ଆସୁଥିବା ବିଭାଗର କାମ ସମୀକ୍ଷା ପରେ ଭୁବନେଶ୍ୱରରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ସେ କହିଥିଲେ,“କେନ୍ଦ୍ର ଅର୍ଥକୁ ହଡ଼ପ କରୁଛନ୍ତି ରାଜ୍ୟ ସରକାର। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର କାମ ହେଉନାହିଁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜୁ ପକ୍କାଘର ଯୋଜନା କୁହାଯାଉଛି। ରାଜ୍ୟରେ ବିଭିନ୍ନ ଯୋଜନାର ଅର୍ଥ ଠିକ୍ ଭାବରେ ବିନିଯୋଗ ହୋଇପାରୁ ନାହିଁ।”

କେନ୍ଦ୍ରମନ୍ତ୍ରୀଙ୍କ ଏପରି ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି। ବିଜେଡି ମୁଖପାତ୍ର ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି,“ରାମକ୍ରିପାଲଙ୍କର ଟିକିଏ ବି ଜ୍ଞାନ ନାହିଁ। ୨୦୧୯ (ବିଜେପି) ସେମାନେ କଣ ଫିଲ୍ମ ଦେଖାଇବେ, ଆମେ ଦେଖାଇ ଦେବୁ। ଗୁଜରାଟ୍‌ରେ ପାଦ ତଳୁ ମାଟି ଖସିଲାଣି, ଅପେକ୍ଷା କରନ୍ତୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos