ରମଣ ସିଂହଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ, ମୁଖ୍ୟମନ୍ତ୍ରୀ କଡା ଜବାବ ଦିଅନ୍ତୁ: ବିଜେପି

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ। ଆମ ମୁଖ୍ୟମନ୍ତ୍ରୀ ଏହାର ରୋକ୍‌ଠୋକ୍‌ ଜବାବ ଦିଅନ୍ତୁ। ମହାନଦୀ ଉପରେ ଛତିଶଗଡ଼ କରୁଥିବା ପ୍ରକଳ୍ପ କାମକୁ ବନ୍ଦ କରିବାକୁ ଓଡ଼ିଶା ସରକାର କେନ୍ଦ୍ରର ସହଯୋଗ ନିଅନ୍ତୁ ବୋଲି ବିଜେପି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି। ସେ କହିଛନ୍ତି, “ମୁଖ୍ୟମନ୍ତ୍ରୀ ଓଡ଼ିଶାର ନେତୃତ୍ୱ ନିଅନ୍ତୁ ଓ ଅର୍ପା ଡ୍ୟାମ୍‌ ତୁରନ୍ତ ବନ୍ଦ କରିବାକୁ ଦାବି କରନ୍ତୁ। ଓଡ଼ିଶା ସରକାରଙ୍କ ଦାୟିତ୍ୱ ସେ ରାଜ୍ୟର ନେତୃତ୍ୱ […]

bjp

bjp

Rakesh Mallick
  • Published: Thursday, 04 August 2016
  • Updated: 04 August 2016, 04:05 PM IST

Sports

Latest News

bjpଭୁବନେଶ୍ୱର: ମହାନଦୀ ପ୍ରସଙ୍ଗରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ। ଆମ ମୁଖ୍ୟମନ୍ତ୍ରୀ ଏହାର ରୋକ୍‌ଠୋକ୍‌ ଜବାବ ଦିଅନ୍ତୁ। ମହାନଦୀ ଉପରେ ଛତିଶଗଡ଼ କରୁଥିବା ପ୍ରକଳ୍ପ କାମକୁ ବନ୍ଦ କରିବାକୁ ଓଡ଼ିଶା ସରକାର କେନ୍ଦ୍ରର ସହଯୋଗ ନିଅନ୍ତୁ ବୋଲି ବିଜେପି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି।

ସେ କହିଛନ୍ତି, “ମୁଖ୍ୟମନ୍ତ୍ରୀ ଓଡ଼ିଶାର ନେତୃତ୍ୱ ନିଅନ୍ତୁ ଓ ଅର୍ପା ଡ୍ୟାମ୍‌ ତୁରନ୍ତ ବନ୍ଦ କରିବାକୁ ଦାବି କରନ୍ତୁ। ଓଡ଼ିଶା ସରକାରଙ୍କ ଦାୟିତ୍ୱ ସେ ରାଜ୍ୟର ନେତୃତ୍ୱ ନେଇ ତୁରନ୍ତ କେନ୍ଦ୍ର ସରକାରଙ୍କ ପାଖକୁ ଯାଇ ରାଜ୍ୟବାସୀଙ୍କ ଦାବି ଉପସ୍ଥାପନ କରନ୍ତୁ।”

ଗତକାଲି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ଦେଇଥିବା ମନ୍ତବ୍ୟକୁ ନେଇ ବିଜେପି ପୁଣି ଥରେ ବିଜେଡିକୁ ଟାର୍ଗେଟ କରିଛି। ଗତକାଲି ରମଣ ସିଂହ କହିଥିଲେ “ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଓଡିଶା ସରକାର ମହାନଦୀ ପାଣିକୁ ନେଇ ରାଜନୀତି କରୁଛନ୍ତି। ଛତିଶଗଡର ସବୁ ପାଣି ହୀରାକୁଦକୁ ଯାଉଛି। ସେହି ପାଣିକୁ ଓଡିଶା ସରକାର ରଖି ପାରୁନାହାନ୍ତି। ପାଣି ଓଭର ଫ୍ଲୋ’ ହେଉଥିବାରୁ ଡ୍ୟାମ୍ କର୍ତ୍ତୃପକ୍ଷ ବାଧ୍ୟ ହୋଇ ସ୍ଲୁଇସ୍ ଗେଟ୍ ଖୋଲୁଛନ୍ତି। ଛତିଶଗଡ଼ କେବଳ ୨୦ ପ୍ରତିଶତ ପାଣି ବ୍ୟବହାର କରୁଛି। ମହାନଦୀ ଉପର ମୁଣ୍ଡରେ ଯେଉଁ ପ୍ରକଳ୍ପ ନିର୍ମାଣ ହେଉଛି ତାହା କେନ୍ଦ୍ରୀୟ ଜଳ ଆୟୋଗଙ୍କ ଅନୁମୋଦନ କ୍ରମେ ନିର୍ମାଣ କରାଯାଉଛି।”

ଭୃଗୁ ବକ୍ସିପାତ୍ର ଆହୁରି କହିଛନ୍ତି, “ସବୁ କ୍ଷେତ୍ରରେ ଓଡ଼ିଶା ବିପର୍ଯ୍ୟସ୍ତ ହୋଇପଡିଛି। ଓଡ଼ିଶା ସରକାର କାହା କଥା ଶୁଣିବାକୁ ରାଜି ନାହାନ୍ତି। ବିରୋଧୀଙ୍କ କଣ୍ଠରୋଧ କରାଯାଉଛି। ଏପରି ଲାଗୁଛି ରାଜ୍ୟରେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟ ସରକାର ଏବେ ଗୋଟେ ନୂଆ ଉପାୟ ଅବଲମ୍ବନ କରୁଛନ୍ତି। ତାହା ହେଲା ସବୁ କଥାରେ ମିଛ କହିବା। ରାଜ୍ୟବାସୀଙ୍କୁ ଭୁଲ ତଥ୍ୟ ଦେଉଛନ୍ତି। ସବୁ କ୍ଷେତ୍ରରେ ଅନ୍ୟଙ୍କୁ ଦୋଷ ଦେଉଛନ୍ତି, କିନ୍ତୁ ନିଜେ କିଛି କରୁନାହାନ୍ତି।”

ସେ କହିଛନ୍ତି, “ଉପରମୁଣ୍ଡରେ ଛତିଶଗଡ଼ ସରକାର ବ୍ୟାରେଜ ନିର୍ମାଣ କରୁଛନ୍ତି। ଓଡ଼ିଶା ବ୍ୟବହାର କରୁଥିବା ପାଣିର ହିସାବ ଦେବାକୁ ତଥ୍ୟ ମାଗୁଛନ୍ତି। ହେଲେ ଏ ସରକାର ତଥ୍ୟ ଦେବାକୁ ଚାହୁଁ ନାହାନ୍ତି। ନିଜ ରାଜ୍ୟରେ ଜଳସେଚନ, ଶିଳ୍ପ ଓ ପାନୀୟଜଳ ଯୋଗାଣ ପାଇଁ ମହାନଦୀର କେତେ ପାଣି ଦରକାରଙ୍କ ସେ ହିସାବ ଏ ସରକାର ପାଖରେ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos