ରମେଶ ଜେନାଙ୍କ ଘରୁ ୬ ବନ୍ଧୁକ ଜବତ

ବ୍ରହ୍ମପୁର: ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଆଜି ତାଙ୍କ ଘରୁ ଓ ସହଯୋଗୀଙ୍କ ନିକଟରୁ ୬ଟି ବନ୍ଧୁକ ଜବତ କରାଯାଇଛି। ବ୍ରହ୍ମପୁର ପୋଲିସ ରମେଶଙ୍କ ଭୁବନେଶ୍ୱର ସ୍ଥିତ ଘର ଯାଞ୍ଚ କରି ୪ଟି ବନ୍ଧୁକ ଓ ୫ଟି ଗୁଳି ଜବତ କରିଛି। ସେହିପରି ବ୍ରହ୍ମପୁର ଭାବିନୀପରୁ ମଦଭାଟିରୁ ତାଙ୍କ ସହଯୋଗୀଙ୍କ ନିକଟରୁ ୨ଟି ପିସ୍ତଲ ଜବତ କରାଯାଇଛି। ରମେଶଙ୍କ ନାଁରେ ବ୍ରହ୍ମପୁର ସଦର ଥାନାରେ ଆଉ ଏକ ମାମଲା […]

ramesh-gun

ramesh-gun

Rakesh Mallick
  • Published: Thursday, 31 March 2016
  • Updated: 31 March 2016, 09:14 AM IST

Sports

Latest News

ବ୍ରହ୍ମପୁର: ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଆଜି ତାଙ୍କ ଘରୁ ଓ ସହଯୋଗୀଙ୍କ ନିକଟରୁ ୬ଟି ବନ୍ଧୁକ ଜବତ କରାଯାଇଛି। ବ୍ରହ୍ମପୁର ପୋଲିସ ରମେଶଙ୍କ ଭୁବନେଶ୍ୱର ସ୍ଥିତ ଘର ଯାଞ୍ଚ କରି ୪ଟି ବନ୍ଧୁକ ଓ ୫ଟି ଗୁଳି ଜବତ କରିଛି। ସେହିପରି ବ୍ରହ୍ମପୁର ଭାବିନୀପରୁ ମଦଭାଟିରୁ ତାଙ୍କ ସହଯୋଗୀଙ୍କ ନିକଟରୁ ୨ଟି ପିସ୍ତଲ ଜବତ କରାଯାଇଛି।

ରମେଶଙ୍କ ନାଁରେ ବ୍ରହ୍ମପୁର ସଦର ଥାନାରେ ଆଉ ଏକ ମାମଲା ରୁଜୁ ହୋଇଛି। ନିମଖଣ୍ଡି ଅଞ୍ଚଳରେ ୩ ଏକର ଜମି ହଡ଼ପ ଘଟଣାରେ ପୋଲିସ ରମେଶଙ୍କ ସମେତ କର୍ପୋରେଟର ମୂରଲୀମୋହନ ଓ ସହଯୋଗୀ ବୁନା ନାଁରେ ମାମଲା ରୁଜୁ କରିଛି। ଏହାକୁ ମିଶାଇ ରମେଶଙ୍କ ନାଁରେ ୧୪ଟି ମାମଲା ରୁଜୁ ହୋଇଛି।

ଅନ୍ୟପକ୍ଷେରେ ଟେଣ୍ଡର ଫିକ୍ସିଂ ମାମଲାରେ ଆଜି ଆସିକା ପୋଲିସ ରମେଶଙ୍କୁ ରିମାଣ୍ଡରେ ନେଇଛି। ଏହି ମାମଲାରେ ୨ ଦିନ ରିମାଣ୍ଡରେ ନେବାକୁ କୋର୍ଟ ପୋଲିସକୁ ଅନୁମତି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos