ରମେଶ ଜେନାଙ୍କ ନାଁରେ ଆଉ ୨ଟି ମାମଲା ରୁଜୁ: ଗୋଟିଏ ହତ୍ୟା ଓ ଅନ୍ୟ ଗୋଟିଏ ହତ୍ୟା ଉଦ୍ୟମ

ବ୍ରହ୍ମପୁର/ଭୁବନେଶ୍ୱର: ଗିରଫ ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ନାଁରେ ଆଉ ଦୁଇଟି ମାମଲା ରୁଜୁ କରିଛି ବ୍ରହ୍ମପୁର ପୋଲିସ୍। ବିଏନ୍‌ପୁର ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ବ୍ରହ୍ମପୁର ଟାଉନ୍‌ ଥାନାରେ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି। ବାବାଜୀତୋଟା ସାହିର ଶତପଥୀ ନାମକ ଜଣେ ବ୍ୟକ୍ତିଙ୍କ ହତ୍ୟା ଘଟଣାରେ ରମେଶ ସଂପୃକ୍ତ ଥିବା କୁହାଯାଉଛି। ସଂପୃକ୍ତ ପରିବାର ଲୋକଙ୍କ ଅଭିଯୋଗ ଓ ରମେଶଙ୍କୁ ଜେରା ବେଳେ ମିଳିଥିବା ସୁରାକ୍ ଆଧାରରେ […]

bidhayaka-jena

bidhayaka-jena

Rakesh Mallick
  • Published: Saturday, 12 March 2016
  • Updated: 12 March 2016, 02:41 PM IST

Sports

Latest News

ବ୍ରହ୍ମପୁର/ଭୁବନେଶ୍ୱର: ଗିରଫ ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ନାଁରେ ଆଉ ଦୁଇଟି ମାମଲା ରୁଜୁ କରିଛି ବ୍ରହ୍ମପୁର ପୋଲିସ୍। ବିଏନ୍‌ପୁର ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ବ୍ରହ୍ମପୁର ଟାଉନ୍‌ ଥାନାରେ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି। ବାବାଜୀତୋଟା ସାହିର ଶତପଥୀ ନାମକ ଜଣେ ବ୍ୟକ୍ତିଙ୍କ ହତ୍ୟା ଘଟଣାରେ ରମେଶ ସଂପୃକ୍ତ ଥିବା କୁହାଯାଉଛି। ସଂପୃକ୍ତ ପରିବାର ଲୋକଙ୍କ ଅଭିଯୋଗ ଓ ରମେଶଙ୍କୁ ଜେରା ବେଳେ ମିଳିଥିବା ସୁରାକ୍ ଆଧାରରେ ଏହି ଦୁଇଟି ମାମଲା ରୁଜୁ କରାଯାଇଛି। ଏହା ରମେଶଙ୍କ ପାଇଁ ଅଧିକ ଅଡୁଆ ପରିସ୍ଥିତି ସୃଷ୍ଟି କରିବ ବୋଲି କୁହାଯାଉଛି।

ଅନ୍ୟପକ୍ଷରେ ରମେଶଙ୍କୁ ଗିରଫ କରାଯିବା ନେଇ ଡିଜିପି କେ.ବି ସିଂହଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ୍। ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି,“ଏ ପର୍ଯ୍ୟନ୍ତ କୌଣସି ଗୋଟିଏ ବି ଅପରାଧିକ ମାମଲାରେ ରମେଶ ଜେନା ଦୋଷୀ ସାବ୍ୟସ୍ତ ହୋଇ ନାହାନ୍ତି। ଏହା ସତ୍ତ୍ୱେ ଡିଜି କେଉଁ ଆଧାରରେ ଜଣେ ପୂର୍ବତନ ବିଧାୟକଙ୍କୁ ଅପରାଧୀ କହିଲେ? ଯେଉଁ ରାଜ୍ୟରେ ଜଣେ ଦଣ୍ଡିତ ହେବା ପୂର୍ବରୁ ଯଦି ଡିଜି ତାଙ୍କୁ ଅପରାଧୀ ବୋଲି ଆଖ୍ୟା ଦେଉଛନ୍ତି,ତା’ହେଲେ ସେ ରାଜ୍ୟରେ ପୋଲିସ୍ ପ୍ରଶାସନ କିଭଳି ଭାବରେ ଚାଲିଛି, ଏଥିରୁ ସହଜରେ ଅନୁମାନ କରାଯାଇପାରିବ। ଏବଂ ଯେଉଁ ପୂର୍ବତନ ବିଧାୟକଙ୍କୁ ଡିଜି ଅପରାଧୀ ବୋଲି କହୁଛନ୍ତି, ବର୍ତ୍ତମାନ ସୁଦ୍ଧା କୋର୍ଟରେ ଯେତେ ମାମଲାର ଫଇସଲା ହୋଇଛି ସେଥିରେ ସେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି।”

ଡିଜିପି କହିଛନ୍ତି,“ଅପରାଧ ସହିତ ରାଜନୀତିକୁ ମିଶା ନ ଯାଉ। ଏଥିପାଇଁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି। ଅପରାଧ ଓ ରାଜନୀତି ଦୁଇଟି ଭିନ୍ନ ଭିନ୍ନ ପ୍ରସଙ୍ଗ।”

ରମେଶଙ୍କ ୫ ଦିନିଆ ରିମାଣ୍ଡ ଅବଧି ଆସନ୍ତାକାଲି ଶେଷ ହେଉଛି। ତେବେ ତାଙ୍କ ନାଁରେ ଥିବା ଏକାଧିକ ମାମଲାର ରହସ୍ୟ ଉପରୁ ଏବେବି ପରଦା ହଟି ନ ଥିବାରୁ ପୋଲିସ୍ ପୁଣି ଥରେ ତାଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିପାରେ।

ଦକ୍ଷିଣାଞ୍ଚଳ ଆଇଜି ଅମିତାଭ ଠାକୁର କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଯେତିକି ତଥ୍ୟ ସାମ୍ନାକୁ ଆସିଛି,ତା’ରି ଆଧାରରେ ରମେଶଙ୍କ ପୁଣି ରିମାଣ୍ଡରେ ନେଇ ଜେରା କରିବାକୁ ଆବେଦନ କରାଯିବ। ତା’ସହ ସେ କହିଛନ୍ତି ଯେ ରମେଶଙ୍କ ନାଁରେ ମିଥ୍ୟା ମକଦ୍ଦମା ରୁଜୁ କରାଯାଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ତାଙ୍କୁ ଜେରା ବେଳେ ପୋଲିସକୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି।

ଗ୍ରୀନ୍ ଇଣ୍ଡିଆ ଚିଟ୍‌ଫଣ୍ଡ୍‌ ସଂସ୍ଥା ସହ ରମେଶଙ୍କ ସଂପର୍କ ଥିବାରୁ ସିବିଆଇ ତଦନ୍ତ ଲାଗି ଅନୁରୋଧ କରାଯାଇଥିବା ପୋଲିସ୍‌ ପକ୍ଷରୁ କୁହାଯାଇଛି। ସେହିପରି ରମେଶଙ୍କ ନିକଟରୁ ଏକଦାମୀ କାର୍‌ ଜବତ୍‌ କରାଯାଇଛି। ଏ ନେଇ ତଦନ୍ତ କରାଯାଉଥିବା ଦକ୍ଷିଣାଞ୍ଚଳ ଆଇଜି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story