ପୁଣି ରିମାଣ୍ଡରେ ଗଲେ ରମେଶ, ଏଥର ୭ ଦିନ ପାଇଁ

ବ୍ରହ୍ମପୁର: ବେଆଇନ ଅସ୍ତ୍ରଶସ୍ତ୍ର ଓ ଅପରାଧୀଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ଗିରଫ କଂଗ୍ରେସର ପୂର୍ବତନ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କୁ ପୁଣି ୭ ଦିନ ପାଇଁ ରିମାଣ୍ଡରେ ନେଇଛି ବ୍ରହ୍ମପୁର ପୋଲିସ୍। ତାଙ୍କୁ ଆଉ ଥରେ ରିମାଣ୍ଡରେ ନେବା ଲାଗି ଗତକାଲି ପୋଲିସ୍ ବ୍ରହ୍ମପୁର ଏସ୍‌ଡିଜେଏମ୍ କୋର୍ଟରେ ଆବେଦନ କରିଥିଲା। ଆଜି କୋର୍ଟ ତାଙ୍କୁ ୭ ଦିନିଆ ରିମାଣ୍ଡରେ ନେବାକୁ ପୋଲିସ୍‌କୁ ଅନୁମତି ପ୍ରଦାନ କରିଛନ୍ତି। ପୋଲିସ୍ ମାର୍ଚ୍ଚ ୯ ତାରିଖରେ ରମେଶଙ୍କୁ ୫ ଦିନିଆ ରିମାଣ୍ଡରେ […]

ramesh

ramesh

Rakesh Mallick
  • Published: Sunday, 13 March 2016
  • Updated: 13 March 2016, 03:56 PM IST

Sports

Latest News

rameshବ୍ରହ୍ମପୁର: ବେଆଇନ ଅସ୍ତ୍ରଶସ୍ତ୍ର ଓ ଅପରାଧୀଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ଗିରଫ କଂଗ୍ରେସର ପୂର୍ବତନ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କୁ ପୁଣି ୭ ଦିନ ପାଇଁ ରିମାଣ୍ଡରେ ନେଇଛି ବ୍ରହ୍ମପୁର ପୋଲିସ୍। ତାଙ୍କୁ ଆଉ ଥରେ ରିମାଣ୍ଡରେ ନେବା ଲାଗି ଗତକାଲି ପୋଲିସ୍ ବ୍ରହ୍ମପୁର ଏସ୍‌ଡିଜେଏମ୍ କୋର୍ଟରେ ଆବେଦନ କରିଥିଲା। ଆଜି କୋର୍ଟ ତାଙ୍କୁ ୭ ଦିନିଆ ରିମାଣ୍ଡରେ ନେବାକୁ ପୋଲିସ୍‌କୁ ଅନୁମତି ପ୍ରଦାନ କରିଛନ୍ତି। ପୋଲିସ୍ ମାର୍ଚ୍ଚ ୯ ତାରିଖରେ ରମେଶଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିଥିଲା ଯାହାର ଅବଧି ଆଜି ଶେଷ ହୋଇଥିଲା।

ଗତକାଲି ରମେଶ ଜେନାଙ୍କ ନାଁରେ ହତ୍ୟା ଓ ହତ୍ୟା ଉଦ୍ୟମ ଭଳି ଆଉ ଦୁଇଟି ସଙ୍ଗୀନ ମାମଲା ରୁଜୁ ହୋଇଛି। ବିଏନ୍‌ପୁର ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ବ୍ରହ୍ମପୁର ଟାଉନ୍‌ ଥାନାରେ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି। ବାବାଜୀତୋଟା ସାହିର ଶତପଥୀ ନାମକ ଜଣେ ବ୍ୟକ୍ତିଙ୍କ ହତ୍ୟା ଘଟଣାରେ ରମେଶ ସଂପୃକ୍ତ ଥିବା କୁହାଯାଉଛି। ଶତପଥୀଙ୍କ ପରିବାର ଲୋକଙ୍କ ଅଭିଯୋଗ ଓ ରମେଶଙ୍କୁ ଜେରା ବେଳେ ମିଳିଥିବା ସୁରାକ୍ ଆଧାରରେ ଏହି ଦୁଇଟି ମାମଲା ରୁଜୁ କରାଯାଇଛି। ଏହା ରମେଶଙ୍କ ପାଇଁ ଅଧିକ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି ବୋଲି କୁହାଯାଉଛି।

ରମେଶ ଜେନାଙ୍କ ସହ ଲିଙ୍କ ଅଭିଯୋଗରେ କଂଗ୍ରେସ ନେତା ସାକା ସୁଜିତ କୁମାରଙ୍କ ଘରେ ଆଜି ପୋଲିସ ଚଢାଉ କରିଛି। ବ୍ରହ୍ମପୁର କୁକୁଡାଖଣ୍ଡିରେ ଥିବା ସୁଜିତଙ୍କ ଘରେ ଏହି ଚଢାଉ ହୋଇଛି। ସୁଜିତ ଗତ ବିଧାନସଭାବ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବେ ଦିଗପହଣ୍ଡିରୁ ପ୍ରତିଦ୍ୱନ୍ଦ୍ୱିତା କରି ପରାସ୍ତ ହୋଇଥିଲେ।

ଅନ୍ୟପକ୍ଷରେ ରମେଶଙ୍କ ସମ୍ପର୍କୀୟ ଓ ସହଯୋଗୀଙ୍କ ନାଁରେ ଥିବା ୪ଟି ଗାଡ଼ିକୁ ପୋଲିସ୍ ଜବତ କରିଛି। ଏଥି ମଧ୍ୟରେ ରହିଛି ୨ଟି ସ୍କୋର୍ପିଓ, ଗୋଟିଏ  ଜେଟା ଏବଂ  ଗୋଟିଏ ଇନୋଭା।

ଆଜି ବ୍ରହ୍ମପୁର ପୋଲିସର ସ୍ୱତନ୍ତ୍ର ଟିମ୍‌ ନୟାପଲ୍ଲୀରେ ଥିବା ଜ୍ୟୋତ୍ସା ଏନ୍‌କ୍ଲେଭରେ ଚଢାଉ କରିଛି। ଚଢାଉ ବେଳେ ଏକ ଜେଟା ଗାଡ଼ି ପୋଲିସ ଜବତ କରିଛି। ରମେଶଙ୍କ ସହଯୋଗୀ କୁହାଯାଉଥିବା ଆର. ମୂରଲୀମୋହନଙ୍କ ନାଁରେ ୧୫ ଲକ୍ଷ ଟଙ୍କାର ଏହି ଗାଡ଼ିଟି ରହିଛି। ଜ୍ୟୋତ୍ସା ଏନ୍‌କ୍ଲେଭର ଫ୍ଲାଟ୍‌ ନମ୍ବର ୧୦୪ର ଏହି ଘରକୁ ରମେଶ ବରାବର ଆସୁଥିବା ଜଣାପଡିଛି।

ଗତ ଶୁକ୍ରବାର ଭୁବନେଶ୍ୱରରୁ ପୋଲିସ୍ ରମେଶଙ୍କର ଏକ ଟୟୋଟାର କାର୍ ଜବତ କରିଥିଲା। ହରିଆଣା ନମ୍ବର ଥିବା ଏହି ଗାଡ଼ି ପଞ୍ଜୀକୃତ ହୋଇ ନ ଥିବା ପୋଲିସକୁ ସୂଚନା ମିଳିଛି।

ବେଆଇନ ଅସ୍ତ୍ରଶସ୍ତ୍ର ରଖିବା, ବୋମାମାଡ଼, ଅପରାଧିକ ଷଡ଼ଯନ୍ତ୍ର ଓ ଅପରାଧୀକୁ ଆଶ୍ରୟ ଦେବା ଭଳି ଅଭିଯୋଗରେ ରମେଶଙ୍କୁ ପୋଲିସ୍ ଗତ ରବିବାର ଭୁବନେଶ୍ୱରରୁ ଉଠାଇ ନେଇ ବ୍ରହ୍ମପୁରରେ ଅଟକ ରଖିବା ପରେ ଗିରଫ କରିଥିଲା। ତାଙ୍କ ସହିତ ତାଙ୍କ ବାପା ଓ ତାଙ୍କର ଦୁଇ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି।

ବ୍ରହ୍ମପୁର ଅତିରିକ୍ତ ଏସ୍‌ପି ତ୍ରିନାଥ ପଟେଲ କହିଛନ୍ତି, “ଗୋଟିଏ ଗାଡିର ନମ୍ବର ଠିକ୍‌ ନାହିଁ। ଏହାର ତଦନ୍ତ କରାଯାଉଛି। ଏହାସହ ବିଭିନ୍ନ ଭିଜିଲାନ୍ସ ଲିଙ୍କ୍‌ର ମଧ୍ୟ ତଦନ୍ତ ଚାଲିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos