ଏନ୍‌କାଉଣ୍ଟରରେ ରମେଶଙ୍କ ସହଯୋଗୀ ଜିତୁ ଆହତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ସ୍ଥିତ ଧବଳେଶ୍ୱର କାଜୁ ବଗିଚାରେ ଆଜି ପୋଲିସ୍ ଏନ୍‌କାଉଣ୍ଟରରେ ଗିରଫ ପୂର୍ବତନ ବିଧାୟକ ରମେଶ ଜେନାଙ୍କ ସହଯୋଗୀ କୁହାଯାଉଥିବା ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ ସେଠୀ ଆହତ ହୋଇଛି। ତା’ ବାମ ଗୋଡ଼ରେ ଦୁଇଟି ଗୁଳି ବାଜିଛି। ତାକୁ ବ୍ରହ୍ମପୁର ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ତା’ ନିକଟରୁ ୯ ଏମ୍‌ଏମ୍‌ର ଏକ ପିସ୍ତଲ ଜବତ କରାଯାଇଛି। ତା’ର ଆଉ ଦୁଇ ଜଣ ସହଯୋଗୀ ଫେରାର ହୋଇଯିବାର ସଫଳ ହୋଇଛନ୍ତି। ଜିତୁ ନାଁରେ […]

jitu-sethi

jitu-sethi

Rakesh Mallick
  • Published: Friday, 29 April 2016
  • Updated: 29 April 2016, 11:18 AM IST

Sports

Latest News

jitu-sethiବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ସ୍ଥିତ ଧବଳେଶ୍ୱର କାଜୁ ବଗିଚାରେ ଆଜି ପୋଲିସ୍ ଏନ୍‌କାଉଣ୍ଟରରେ ଗିରଫ ପୂର୍ବତନ ବିଧାୟକ ରମେଶ ଜେନାଙ୍କ ସହଯୋଗୀ କୁହାଯାଉଥିବା ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ ସେଠୀ ଆହତ ହୋଇଛି। ତା’ ବାମ ଗୋଡ଼ରେ ଦୁଇଟି ଗୁଳି ବାଜିଛି। ତାକୁ ବ୍ରହ୍ମପୁର ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ତା’ ନିକଟରୁ ୯ ଏମ୍‌ଏମ୍‌ର ଏକ ପିସ୍ତଲ ଜବତ କରାଯାଇଛି। ତା’ର ଆଉ ଦୁଇ ଜଣ ସହଯୋଗୀ ଫେରାର ହୋଇଯିବାର ସଫଳ ହୋଇଛନ୍ତି।

ଜିତୁ ନାଁରେ ଗୋପାଳପୁର, ଦିଗପହଣ୍ଡି ଓ ବ୍ରହ୍ମପୁର ଥାନାରେ ହତ୍ୟା, ଦାଦାବଟି ଆଦାୟ ଓ ଧର୍ଷଣ ଭଳି  ୧୪ଟି ମାମଲା ରହିଛି।

ବ୍ରହ୍ମପୁର ସଦର ଏସ୍‌ଡିପିଓ ଅଶୋକ କୁମାର ମହାନ୍ତି କହିଛନ୍ତି,“ଜିତୁ ତା’ର ଦୁଇ ଜଣ ସହଯୋଗୀଙ୍କ ସହିତ ଧବଳେଶ୍ୱର କାଜୁ ବଗିଚାରେ ଲୁଚି ରହିଥିବା ନେଇ ଖବର ପାଇବା ପରେ ଗୋଳନ୍ଥରା ଥାନା ଅଧିକାରୀ ଆଲୋକ ଜେନାଙ୍କ ନେତୃତ୍ୱରେ ଗୋଳନ୍ଥରା ଓ ଗୋପାଳପୁର ଥାନା ପୋଲିସ୍‌ର ଏକ ମିଳିତ ଟିମ୍ ଦିନ ପ୍ରାୟ ୧୨ଟା ବେଳେ ସେଠାରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଜିତୁକୁ ଆତ୍ମସମର୍ପଣ କରିବା ପାଇଁ ପୋଲିସ୍‌ କହିଥିଲା। ତେବେ ଜିତୁ ସେଠାରୁ ଖସି ପଳାଇବାକୁ ଉଦ୍ୟମ କରିବା ସହିତ ପ୍ରଥମେ ୩ ରାଉଣ୍ଡ ଗୁଳି ଚଳାଇଥିଲା। ଏହା ପରେ ପୋଲିସ୍ ପକ୍ଷରୁ ପାଲଟା ଫାୟାରିଂ କରାଯାଇଥିଲା। ତା’ ବାମ ଜଙ୍ଘରେ ଦୁଇଟି ଗୁଳି ବାଜିଛି।”

ଏପ୍ରିଲ୍ ୨୧ ତାରିଖରେ ରମେଶ ଜେନାଙ୍କ ଅନ୍ୟ ଜଣେ ସହଯୋଗୀ ତଥା ଦୁର୍ଦ୍ଦାନ୍ତ ଅପରାଧୀ ଦଣ୍ଡ ମହାରଣା ମଧ୍ୟ ପୋଲିସ୍ ଗୁଳିରେ ଆହତ ହୋଇଥିଲା। ତାକୁ ପୋଲିସ୍ ଗିରଫ କରିଛି।

ଅନ୍ୟପକ୍ଷରେ ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ ରମେଶ ଜେନାଙ୍କ ପୁତୁରା ପିଣ୍ଟୁ ପୋଲିସ୍‌ର ଏକ ସ୍ୱତନ୍ତ୍ର ଟିମ୍‌ ହାତରେ ମୁମ୍ବାଇରେ ଗିରଫ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos