ରାମନାଥ କୋଭିନ୍ଦ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ

ନୂଆଦିଲ୍ଲୀ: ପ୍ରତୀକ୍ଷାର ଅନ୍ତ ହେଲା। ବିଜେପି ଘୋଷଣା କଲା ତାର ରାଷ୍ଟ୍ରପତି ପ୍ରାର୍ଥୀ। ରାମନାଥ କୋଭିନ୍ଦ ହେଲେ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ। ଆଜି ନୂଆଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏହି ଘୋଷଣା କରିଛନ୍ତି। ରାମନାଥ କୋଭିନ୍ଦ ଏବେ ବିହାରର ରାଜ୍ୟପାଳ ଅଛନ୍ତି। ୧୯୪୫ ଅକ୍ଟୋବର ୧ ତାରିଖରେ କାନପୁରର ପାରାଉଙ୍ଖ ଗାଁରେ ସେ ଜନ୍ମ ହୋଇଥିଲେ। ବିଜେପିରୁ ସେ ଦୁଇ ଥର ରାଜ୍ୟସଭାକୁ ଯାଇଥିଲେ। ୧୯୯୪ରୁ ୨୦୦୦ ଓ ୨୦୦୦ରୁ ୨୦୦୬ ପର୍ଯ୍ୟନ୍ତ ସେ […]

ramnathkovind

ramnathkovind

Rakesh Mallick
  • Published: Monday, 19 June 2017
  • Updated: 19 June 2017, 02:19 PM IST

ନୂଆଦିଲ୍ଲୀ: ପ୍ରତୀକ୍ଷାର ଅନ୍ତ ହେଲା। ବିଜେପି ଘୋଷଣା କଲା ତାର ରାଷ୍ଟ୍ରପତି ପ୍ରାର୍ଥୀ। ରାମନାଥ କୋଭିନ୍ଦ ହେଲେ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ। ଆଜି ନୂଆଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏହି ଘୋଷଣା କରିଛନ୍ତି।

ରାମନାଥ କୋଭିନ୍ଦ ଏବେ ବିହାରର ରାଜ୍ୟପାଳ ଅଛନ୍ତି। ୧୯୪୫ ଅକ୍ଟୋବର ୧ ତାରିଖରେ କାନପୁରର ପାରାଉଙ୍ଖ ଗାଁରେ ସେ ଜନ୍ମ ହୋଇଥିଲେ। ବିଜେପିରୁ ସେ ଦୁଇ ଥର ରାଜ୍ୟସଭାକୁ ଯାଇଥିଲେ। ୧୯୯୪ରୁ ୨୦୦୦ ଓ ୨୦୦୦ରୁ ୨୦୦୬ ପର୍ଯ୍ୟନ୍ତ ସେ ରାଜ୍ୟସଭା ସଦସ୍ୟ ଥିଲେ। ସେ ଜଣେ ଆଡ୍‌ଭୋକେଟ୍‌। ଦିଲ୍ଲୀରେ ସେ ଓକିଲାତି କରୁଥିଲେ।

୧୯୯୮ରୁ ୨୦୦୨ ପର୍ଯ୍ୟନ୍ତ ସେ ବିଜେପି ଦଳିତ ମୋର୍ଚ୍ଚାର ସଭାପତି ଥିଲେ। ସେ ଦଳର ମୁଖପାତ୍ର ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।  ୨୦୧୫ ଅଗଷ୍ଟ ୮ ତାରିଖରେ ତାଙ୍କୁ ବିହାର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos