‘Rh-null’: ପୃଥିବୀରେ ମାତ୍ର ୪୩ ଲୋକଙ୍କ ପାଖରେଥିବା ବିରଳ ବ୍ଲଡ ଗ୍ରୁପ୍

ସାଧାରଣତଃ ଆପଣ ୪ପ୍ରକାର ବ୍ଲଡ ଗ୍ରୁପ୍ ବିଷୟରେ ଶୁଣିଥିବେ-‘A’,’B’,’AB’ ଏବଂ ‘O’। କିନ୍ତୁ ଏହି ଚାରୋଟି ବ୍ଲଡ ଗ୍ରୁପ୍ ବ୍ୟତିତ ଆଉ ଏକ ବ୍ଲଡ ଗ୍ରୁପ୍ ରହିଛି ଯାହା ବିଷୟରେ ଆପଣ ବୋଧ ହୁଏ ଜାଣି ନଥିବେ । ଏହି ବ୍ଲଡ ଗ୍ରୁପ୍‌ର ନାଁ ହେଇଛି ‘Rh-null’। ଏହାକୁ ‘ରିସସ୍ ନେଗେଟିଭ ମଧ୍ୟ କୁହାଯାଏ। ସାରା ବିଶ୍ୱରେ ଏହି ବ୍ଲଡ ଗ୍ରୁପ୍‌ର ମୋଟ ୪୩ଜଣ ଲୋକ ରହିଛନ୍ତି । ସବୁଠୁ କମ୍ ଲୋକଙ୍କ ପାଖରେ ଏହି ବ୍ଲଡ ଗ୍ରୁପ ଥିବାରୁ  ଏହାକୁ ଗୋଲ୍ଡେନ୍ ବ୍ଲଡ ମଧ୍ୟ କୁହାଯାଏ ।

କଣ ପାଇଁ ଏହା ସବୁଠୁ ଭିନ୍ନ

ଏହି ବ୍ଲଡ ଗ୍ରୁପ୍ ଥିବା ବ୍ୟକ୍ତି ଶରୀରରେ ଏଣ୍ଟିଜେନ୍‌ର କାଉଣ୍ଟ କରିବା ଦ୍ୱାରା ତାଙ୍କ ରକ୍ତ ବିଷୟରେ ଜଣାଯାଏ । କୈଣସି ବ୍ୟକ୍ତି ପାଖରେ ଏହି ଏଣ୍ଟିଜେନ୍ ମାତ୍ରା କମ୍ ଥିଲେ ଏହି ବ୍ୟକ୍ତିମାନଙ୍କର ବ୍ଲଡ ରେୟାର ବା ‘ରିସସ୍ ନେଗେଟିଭ’ ବ୍ଲଡ ଗ୍ରୁପ୍ ବୋଲି ଜଣାଯାଏ।

ଏଣ୍ଟିଜେନ୍ ଶରୀରରେ ଏଣ୍ଟିବଡି ତିଆରି କରିଥାଏ ଯାହା ଶରୀରକୁ ଭାଇରସ୍ ଏବଂ ବ୍ୟାକ୍ଟେରିଆ ଆକ୍ରମଣରୁ ବଞ୍ଚାଇଥାଏ। ଆଜକୁ ୫୨ବର୍ଷ ଭିତରେ ମାତ୍ର ୪୩ ଲୋକଙ୍କ ପାଖରେ ଏହି ବ୍ଲଡ ଗ୍ରୁପ୍ ଥିବାର ଜଣାପଡିଛି । ରିସସ୍ ନେଗେଟିଭ୍ ବ୍ଲଡ ଗ୍ରୁପ୍ ଥିବା ବ୍ୟକ୍ତି ଯେକୈଣସି ଗ୍ରୁପ୍ ଥିବା ବ୍ୟକ୍ତିଙ୍କୁ ରକ୍ତ ଦେଇ ପାରିବେ ।

କେମିତି ଥାଏ ଜୀବନଶୈଳୀ

ଏମାନଙ୍କ ଜୀବନଶୈଳୀ ସାଧାରଣ ହୋଇଥାଏ । କିନ୍ତୁ ଏମାନଙ୍କର ଅଧିକ ଧ୍ୟାନ ରଖାଯିବା ଦରକାର, କାରଣ ଏହି ବ୍ଲଡ ଗ୍ରୁପର ଲୋକ କମ୍ ମିଳନ୍ତି।