ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା ପାଇଁ ନଥିପତ୍ର ଦାଖଲ କଲେ ଗବେଷକ ଅସିତ ମହାନ୍ତି

ଭୁବନେଶ୍ୱର: ରସଗୋଲାର ଉତ୍ପତ୍ତିସ୍ଥଳ ଓଡ଼ିଶା ବୋଲି ପ୍ରମାଣ କରି ଏଥିପାଇଁ ଜିଓଗ୍ରାଫିକାଲ ଆଇଡେଣ୍ଟିଫିକେସନ ଲାଭ କରିବା ପାଇଁ ଆବଶ୍ୟକ ତଥ୍ୟ, ପ୍ରମାଣ ସମ୍ବଳିତ ଦସ୍ତାବିଜ୍‌ ଆଜି ରାଜ୍ୟସରକାରଙ୍କୁ ପ୍ରଦାନ କରିଛନ୍ତି ଜଗନ୍ନାଥ ସଂସ୍କୃତିର ବିଶିଷ୍ଟ ଗବେଷକ ଅସିତ ମହାନ୍ତି। ଆଜି ରାଜ୍ୟ ସରକାରଙ୍କୁ ୨୭ ପୃଷ୍ଠାର ଏକ ଗବେଷଣାତ୍ମକ ଆଲେଖ୍ୟ ସହିତ ୭୫ଟି ବିନ୍ଦୁରେ ପ୍ରାୟ ୧୦୦ ପୃଷ୍ଠାର ନଥିପତ୍ର ପ୍ରଦାନ କରିଛନ୍ତି ଅସିତ ମହାନ୍ତି। ଏଥିରେ ହରିପଦ ଭୌମିକଙ୍କ ‘ରସଗୋଲା’ ପୁସ୍ତକରେ ପ୍ରକାଶିତ ସମସ୍ତ ତଥ୍ୟକୁ […]

rasogala

rasogala

Rakesh Mallick
  • Published: Wednesday, 13 July 2016
  • Updated: 14 July 2016, 03:31 PM IST

Sports

Latest News

ଭୁବନେଶ୍ୱର: ରସଗୋଲାର ଉତ୍ପତ୍ତିସ୍ଥଳ ଓଡ଼ିଶା ବୋଲି ପ୍ରମାଣ କରି ଏଥିପାଇଁ ଜିଓଗ୍ରାଫିକାଲ ଆଇଡେଣ୍ଟିଫିକେସନ ଲାଭ କରିବା ପାଇଁ ଆବଶ୍ୟକ ତଥ୍ୟ, ପ୍ରମାଣ ସମ୍ବଳିତ ଦସ୍ତାବିଜ୍‌ ଆଜି ରାଜ୍ୟସରକାରଙ୍କୁ ପ୍ରଦାନ କରିଛନ୍ତି ଜଗନ୍ନାଥ ସଂସ୍କୃତିର ବିଶିଷ୍ଟ ଗବେଷକ ଅସିତ ମହାନ୍ତି।

ଆଜି ରାଜ୍ୟ ସରକାରଙ୍କୁ ୨୭ ପୃଷ୍ଠାର ଏକ ଗବେଷଣାତ୍ମକ ଆଲେଖ୍ୟ ସହିତ ୭୫ଟି ବିନ୍ଦୁରେ ପ୍ରାୟ ୧୦୦ ପୃଷ୍ଠାର ନଥିପତ୍ର ପ୍ରଦାନ କରିଛନ୍ତି ଅସିତ ମହାନ୍ତି। ଏଥିରେ ହରିପଦ ଭୌମିକଙ୍କ ‘ରସଗୋଲା’ ପୁସ୍ତକରେ ପ୍ରକାଶିତ ସମସ୍ତ ତଥ୍ୟକୁ ଖଣ୍ଡନ କରାଯିବା ସହ ରସଗୋଲା ଓଡ଼ିଶାର ବୋଲି ପ୍ରମାଣ କରିବା ପାଇଁ ସମସ୍ତ ଇତିହାସ ସମ୍ମତ ତଥ୍ୟ ପ୍ରଦାନ କରାଯାଇଛି। ବଙ୍ଗଳା ଦାବିର ଆଧାର ଥିଲା-‘ଛେନା’ ବଙ୍ଗଳାର ଏବଂ ତାହାର ତିଆରି କୌଶଳ ବଙ୍ଗାଳୀମାନେ ପର୍ତ୍ତୃଗୀଜମାନଙ୍କ ଠାରୁ ଶିଖିଥିଲେ। ଆଜି ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ନଥିପତ୍ରରେ ଏହି ପ୍ରାମାଣିକ ଭାବେ ଖଣ୍ଡନ କରାଯାଇଛି। ଏମିତି ଅନେକ ତଥ୍ୟ ପ୍ରମାଣ ଆଧାରରେ ପ୍ରସ୍ତୁତ ଶହେ ପୃଷ୍ଠାର ନଥିକୁ ଆଜି ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ପ୍ରଦୀପ୍ତ ପାଣିଗ୍ରାହୀଙ୍କୁ ପ୍ରଦାନ କରିଛନ୍ତି ଅସିତ ମହାନ୍ତି।

ସେ କହିଛନ୍ତି, “ପର୍ତ୍ତୃଗୀଜମାନେ ଯେବେ ଆସିଲେ ତାହାର ବହୁ ପୂର୍ବରୁ ବଳରାମ ଦାସଙ୍କ ରଚିତ ‘ଦାଣ୍ଡି ରାମାୟଣ’ରେ ଛେନା ଓ ରସଗୋଲା କଥା ଲେଖିଛନ୍ତି। ତାହାର ବହୂ ପୂର୍ବରୁ ମଧ୍ୟ ‘ସାରଳା ମହାଭାରତ’ରେ ଛେନା ତିଆରି ବହୁ ମିଠାର ଉଲ୍ଲେଖ ଅଛି। ତାହାର ସବୁ ପ୍ରମାଣ ସରକାରଙ୍କୁ ମୁଁ ଏହ ନଥୀପତ୍ରରେ ଦେଇଛି। ଏହି ନଥରପତ୍ରରେ ରହିଛି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ‘ବିଦଗ୍ଧ ଚିନ୍ତାମଣି’, ବଜ୍ରନାଥ ବଡଜେନାଙ୍କ ‘ଅମ୍ବିକା ବିଳାଶ’, ବଳରାମ ଦାଶଙ୍କ ‘ଦାଣ୍ଡି ରାମାୟଣ’, ସାରଳାଦାଶଙ୍କ ‘ମହାଭାରତ’ ଏହାସହ ସାହିତ୍ୟରେ ଲେଖା ଥିବା ଛେନା ଓ ଛେନା ତିଆରି ମିଷ୍ଟାନ୍ନର ପ୍ରମାଣ ମୁଁ ଏହି ନଥିପତ୍ର ମଧ୍ୟରେ ଦେଇଛି।”

ଏସବୁ ତଥ୍ୟ ଆକାଟ୍ୟ ବୋଲି ଦାବି କରି ମହାନ୍ତି କହିଛନ୍ତି ଯେ ରାଜ୍ୟ ସରକାର ପାହାଳ ରସଗୋଲା ବଦଳରେ ଓଡ଼ିଶାର ସରଗୋଲା ପାଇଁ ଜିଆଇ ମାନ୍ୟତା ପାଇଁ ଦାବି କରିବା ଉଚିତ।

ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଏସବୁ ଦସ୍ତାବିଜ ବିଭାଗ ଦ୍ୱାରା ଗଠିତ ବିଶେଷଜ୍ଞ କମିଟିକୁ ଦେଇ ତିନି ଦିନ ମଧ୍ୟରେ ରିପୋର୍ଟ ଦେବାକୁ କହିଛନ୍ତି। ଏହି ରିପୋର୍ଟ ଆଧାରରେ ସରକାର ନିଷ୍ପତ୍ତି ନେବେ ଯେ ରସଗୋଲ ପାଇଁ ଜିଆଇ ମାନ୍ୟତା ଆବେଦନ କରାଯିବ ନା ପେଟେଣ୍ଟ ପାଇଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos