ରାସନ କାର୍ଡ ପ୍ରତ୍ୟାହାର ନେଇ ରାଜ୍ୟ ସରକାରଙ୍କ ବ୍ୟବସ୍ଥା ବେଆଇନ: ବିଜୟ ମହାପାତ୍ର

ଭୁବନେଶ୍ୱର: ଖାଦ୍ୟ ନିରାପତ୍ତା ଆଇନରେ ରାସନ କାର୍ଡ ପ୍ରତ୍ୟାହାର କରିବା ନେଇ କୌଣସି ବ୍ୟବସ୍ଥା ନାହିଁ। ରାଜ୍ୟ ସରକାର ରାସନ କାର୍ଡ ପ୍ରତ୍ୟାହାର ପାଇଁ ଯେଉଁ ବ୍ୟବସ୍ଥା କରିଛନ୍ତି, ତାହା ସଂପୂର୍ଣ୍ଣ ବେଆଇନ୍।  ବୁଧବାର ଏ କଥା କହିଛନ୍ତି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର। ଭୁବନେଶ୍ୱରରେ ଦଳୀୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜୟ କହିଥିଲେ, ବେଆଇନ ଭାବେ ରାସନ କାର୍ଡ ହାତେଇବା ନେଇ ବିଧାୟକ, ମେୟର ଆଦିଙ୍କ ନାଁରେ ଅଭିଯୋଗ ଆସୁଛି। ଅଭିଯୋଗ ଆସିବା […]

bjp

bjp

Rakesh Mallick
  • Published: Wednesday, 06 January 2016
  • Updated: 06 January 2016, 02:49 PM IST

Sports

Latest News

[caption id="attachment_61579" align="alignleft" width="300"]bjp ସାମ୍ବାଦିକ ସମ୍ମିଳନୀରେ ବିଜୟ ମହାପାତ୍ର ଓ ସମୀର ମହାନ୍ତି[/caption]

ଭୁବନେଶ୍ୱର: ଖାଦ୍ୟ ନିରାପତ୍ତା ଆଇନରେ ରାସନ କାର୍ଡ ପ୍ରତ୍ୟାହାର କରିବା ନେଇ କୌଣସି ବ୍ୟବସ୍ଥା ନାହିଁ। ରାଜ୍ୟ ସରକାର ରାସନ କାର୍ଡ ପ୍ରତ୍ୟାହାର ପାଇଁ ଯେଉଁ ବ୍ୟବସ୍ଥା କରିଛନ୍ତି, ତାହା ସଂପୂର୍ଣ୍ଣ ବେଆଇନ୍।  ବୁଧବାର ଏ କଥା କହିଛନ୍ତି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର।

ଭୁବନେଶ୍ୱରରେ ଦଳୀୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜୟ କହିଥିଲେ, ବେଆଇନ ଭାବେ ରାସନ କାର୍ଡ ହାତେଇବା ନେଇ ବିଧାୟକ, ମେୟର ଆଦିଙ୍କ ନାଁରେ ଅଭିଯୋଗ ଆସୁଛି। ଅଭିଯୋଗ ଆସିବା ପରେ ସେମାନେ ରାସନ କାର୍ଡ ପ୍ରତ୍ୟାହର କରି ଦେବାକୁ ଘୋଷଣା କରୁଛନ୍ତି। କିନ୍ତୁ ଆଇନରେ ରାସନ କାର୍ଡ ଫରେଇବା ନେଇ କୌଣସି ବ୍ୟବସ୍ଥା ନାହିଁ। ରାସନକାର୍ଡ ପାଇବା ପାଇଁ ଜଣେ ଆବେଦନ କରିପାରିବ। ଆବେଦନ ଫେରସ୍ତ କରିବା ନେଇ କୌଣସି ନିୟମ ନାହିଁ। ଆଇନରେ କେବଳ ଦୁଇଟି ନିୟମ ରହିଛି। ସେଗୁଡ଼ିକ ହେଉଛି ଇନକ୍ଲୁଜନ୍ ଓ ଏକ୍ସକ୍ଲୁଜନ୍। ଅର୍ଥାତ ଏହି ତାଲିକରେ କାହାକୁ ସାମିଲ କରାଯିବ ବା କରା ନ ଯିବ। କାହାକୁ ସାମିଲ କରା ନ ଯିବ ସେ ନିଷ୍ପତ୍ତି ସରକାର ନେଇ ପାରିବେ। ଯଦି କିଏ ବେଆଇନ ଭାବେ ରାସନ କାର୍ଡ ନେଇଥିବେ, ତା’ହେଲେ ତାଙ୍କ ନାଁରେ ମାମଲା ରୁଜୁ ହେବ। ସେ କହିଛନ୍ତି, ବାହାଦୁରୀ ନେବା ପାଇଁ ବେଆଇନ ଭାବେ ରାସନ କାର୍ଡ ନେଇଥିବା ରାଜନେତାମାନେ କହୁଛନ୍ତି ଯେ ସେମାନେ ସେଗୁଡ଼ିକୁ ଫରାଇ ଦେବେ। ଏପରି କରି ସତେ ଯେମିତି ସେମାନେ ଦୟା କରି ଦେଉଛନ୍ତି। ରାସନ କାର୍ଡ ପ୍ରତ୍ୟାହାର କରି ନେବା ଏକ ଅଦ୍ଭୁତ ଯୁକ୍ତି। ଏନେଇ ଆଇନରେ କୌଣସି ବ୍ୟବସ୍ଥା ନାହିଁ।

ସେହିପରି ଅଯୋଗ୍ୟ ହିତାଧିକାରୀମାନେ ରାସନକାର୍ଡ ଫେରାଇ ନେବା ପାଇଁ ସରକାର ଯେଉଁ ଖବରକାଗଜଗୁଡ଼ିକ ମାଧ୍ୟମରେ ଯେଉଁ ବିଜ୍ଞାପନ କାଢ଼ିଥିଲେ, ତାହା ମଧ୍ୟ ବେଆଇନ୍ ବୋଲି କହିଥିଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ସେ କହିଥିଲେ, ୧୫ ଦିନ ମଧ୍ୟରେ ଅଯୋଗ୍ୟ ହିତାଧିକାରୀମାନେ ରାସନ କାର୍ଡ ଫେରାଇ ନେବା ନେଇ ବିଜ୍ଞାପନ ଦେଇଥିଲେ। କିନ୍ତୁ କେଉଁ ଆଇନରେ ରହିଛି ଏହି ନିୟମ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଅବା ଖାଦ୍ୟ ମନ୍ତ୍ରୀ ଅଥବା ଖାଦ୍ୟ ସଚିବ ଦାୟୀ। ସେମାନେ ଏଭଳି ବିଜ୍ଞାପନ ଜାରି କରି ପାରିବେ ନାହିଁ।  ଖାଦ୍ୟ ସଚିବଙ୍କ ନାଁରେ ମାମଲା ରୁଜୁ ହେବା ଦରକାର। ସେ ପ୍ରଥମେ ଆଇନ ଉଲ୍ଲଂଘନ କରିଛନ୍ତି। ରାସନ କାର୍ଡ ପ୍ରତ୍ୟାହାର କରିବା ନେଇ ଏଭଳି ବିଜ୍ଞପ୍ତି ଦେବାର କୌଣସି ଅଧିକାର ରାଜ୍ୟ ସରକାରଙ୍କର ନାହିଁ।

ସେ କହିଛନ୍ତି, ସରକାର ଖାଦ୍ୟ ନିରାପତ୍ତା ଆଇନକୁ କାର୍ଯ୍ୟକାରୀ କରିବା ଦିନରୁ ହିଁ ଉଲ୍ଲଂଘନ କରି ଆସିଛନ୍ତି। ସରକାର ନିଜ ସୁବିଧା ପାଇଁ ଏହି ଆଇନଟିକୁ ୩ ଥର ପରିବର୍ତ୍ତନ କରିଛନ୍ତି। ରାଜ୍ୟ ସରକାର ଦୁଇଟି ପର୍ଯ୍ୟାୟରେ ଏହି ଆଇନକୁ କାର୍ଯ୍ୟକାରୀ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଗତବର୍ଷ ଅକ୍ଟୋବର ୨ ତାରିଖରେ ୧୪ଟି ଜିଲ୍ଲାରେ ଏହାକୁ କାର୍ଯ୍ୟକାରୀ କଲେ। ଦ୍ୱିତୀୟ ପର୍ଯ୍ୟାୟରେ ବାକି ୧୬ ଟି ଜିଲ୍ଲାରେ ଅକ୍ଟୋବର ୨୬ ତାରିଖରେ କାର୍ଯ୍ୟକାରୀ କରାଇଲେ। ଅନ୍ୟପକ୍ଷରେ ଏ ଆଇନରେ ରାସନକାର୍ଡ ତାଲିକାରୁ ନାଁ ବାତିଲ କରିବା ନେଇ ନିୟମ ସ୍ଥିର କରିବା ପାଇଁ ଶେଷ ତାରିଖ ଥିଲା  ୨୮.୯.୨୦୧୫। ତେଣୁ ମୁଖ୍ୟମନ୍ତ୍ରୀ ଅକ୍ଟୋବର ୨ ତାରିଖରେ ଏହି ଯୋଜନା କାର୍ଯ୍ୟକାରୀ କରି ପ୍ରଥମେ ନିୟମ ଉଲ୍ଲଂଘନ କରିଛନ୍ତି। ମୂଳଦୁଆ ହିଁ ଖରାପ ଥିଲା। ତେଣୁ ଏବେ ତାଙ୍କର ମନ୍ତ୍ରୀମାନଙ୍କୁ ଅପଦସ୍ତ ହେବାକୁ ପଡୁଛି। ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ୍ ପର୍ଯ୍ୟନ୍ତ ସବୁଠି ଦେଖାଯାଇଛି ଅସନ୍ତୋଷର ବାତାବରଣ। ଗରିବ ଲୋକମାନେ କାର୍ଡ ପାଇ ନାହାନ୍ତି। ବିଜେଡି ସହିତ ଜଡ଼ିତ ବଡ଼ ବଡ଼ିଆ ଲୋକ କ୍ଷମତାର ଦୁରୁପଯୋଗ କରି ରାସନ କାର୍ଡ ହାତେଇଛନ୍ତି।

ବିଜୟ କହିଛନ୍ତି, ଖାଦ୍ୟ ନିରାପତ୍ତା ଆଇନ ଅନୁଯାୟୀ ରାଜ୍ୟ ସରକାର ଭିଜିଲାନ୍ସ କମିଟି, ଫୁଡ୍ କମିଶନ୍ ଆଦି ଗଠନ କରି ନାହାନ୍ତି। ଫୁଡ୍ କମିଶନ ନାହିଁ। ହିତାଧିକାରୀ କାହା ପାଖରେ ଯାଇ ଅଭିଯୋଗ କରିବେ?

ବିଜୟ ଆହୁରି ମଧ୍ୟ କହିଛନ୍ତି, ବେଆଇନ ଭାବେ ରାସନକାର୍ଡ ହାତେଇ ଥିବା ସମସ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍। ଏ ଆଇନର ଉଲ୍ଲଂଘନ କରିଥିବା ସରକାରୀ କର୍ମଚାରୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଉଛି। କିନ୍ତୁ ସଂପୃକ୍ତ ରାଜନେତାମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କାହିଁକି ନିର୍ଦ୍ଦେଶ ଦିଆଯାଉ ନାହିଁ? ବିଜେଡିର ବିଭିନ୍ନ ପଦପଦବୀରେ ଥିବା ଓ ବେଆଇନ ଭାବେ ରାସନ କାର୍ଡ ହାତେଇଥିବା ନେତାଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ? ସରକାର ସେମାନଙ୍କୁ କାହିଁକି ଘଣ୍ଟ ଘୋଡ଼ାଉଛନ୍ତି? କେବଳ ସରକାରୀ କର୍ମଚାରୀଙ୍କୁ ଦଣ୍ଡ ଓ ନିଜ ଲୋକଙ୍କୁ ଘଣ୍ଟ ଘୋଡ଼ାବା ଯୁକ୍ତିଯୁକ୍ତ ନୁହେଁ।

ସେ କହିଛନ୍ତି ଯେ ଏବେ ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ରାସନକାର୍ଡ ଅନିୟମିତତା ନେଇ ଅପଦସ୍ତ ହେଉଛନ୍ତି। ମୁଖ୍ୟମନ୍ତ୍ରୀ ବି ଅପଦସ୍ତ ହେଉଛନ୍ତି। ବିଭିନ୍ନ ସ୍ଥାନରେ ବିରୋଧର ଶିକାର ହେଉଛନ୍ତି। ଆଗକୁ ଏ ଅବସ୍ଥା ଭୟଙ୍କର ହେବ। ରାସନକାର୍ଡ ଅନିୟମିତତା ନେଇ ବିଜେପି ଗାଁ ଗାଁକୁ ଯିବ ଓ ଏହାର ପ୍ରତିବାଦ କରିବ। ପ୍ରତ୍ୟେକ ଗାଁରେ ଗରିବ ହିତାଧିକାରୀ ଏହାର ବିରୋଧ କରିବେ ଓ ବିଜେପି ସେମାନଙ୍କର ନେତୃତ୍ୱ ନେବ।

ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଭୃଗୁ ବକ୍ସି ପାତ୍ର ଓ ସମୀର ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ ବିଜୟଙ୍କ ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି। ଦଳୀୟ ମୁଖପାତ୍ର ଶଶୀଭୂଷଣ ବେହେରା  କହିଛନ୍ତି, ରାସନ କାର୍ଡ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ପୂରା ସ୍ପଷ୍ଟ। ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବାକୁ ପ୍ରକ୍ରିୟା ଚାଲିଛି। ବିଜେପି ଏଥିରେ ଅଯଥା ହସ୍ତକ୍ଷେପ କରି ଏହାକୁ ଆହୁରି ଗୋଳମାଳିଆ କରିବାକୁ ଚାହୁଁଛି ନା ଯୋଗ୍ୟ ହିତାଧିକାରୀମାନେ ଯେପରି ଏଥିରୁ ଉପକୃତ ହୋଇପାରିବେ ସେ ଦିଗରେ ସହଯୋଗ କରିବ ତାହା ନିଜେ ବିଚାର କରୁ।

ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, ବିଜେଡିର ନେତା, କର୍ମୀମାନଙ୍କୁ ରାସନ କାର୍ଡ ମିଳିଛି। ସରକାରୀ ଅଧିକାରୀଙ୍କୁ ହାତ ବାରସି କରାଯାଇ ଏପରି ଅନିୟମିତତା କରାଯାଇଛି। ହେଲେ ଯେଉଁମାନେ ଦିନକୁ ଦୁଇ ଓଳି ଠିକରେ ଖାବାକୁ ପାଉନାହାନ୍ତି, ସେମାନଙ୍କୁ ଏଥିରୁ ବାଦ ଦିଆଯାଇଛି।

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ଯେଉଁ ଅନିୟମିତତା ହୋଇଛି ତାହାକୁ ସଂଶୋଧନ କରାଯାଉଛି। କଠୋର ପଦକ୍ଷେପ ନିଆଯାଉ ନ ଥିବା ବିରୋଧୀଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ବିଜେଡି ପକ୍ଷରୁ କଠୋର ପଦକ୍ଷେପ ନିଆଯାଉଛି। କଟକ ମେୟରଙ୍କୁ ଏଥିପାଇଁ ତାଙ୍କ ପଦ ହରାଇବାକୁ ପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story