ରଥଯାତ୍ରା ପାଇଁ ପ୍ରସ୍ତୁତି ଶେଷ; ସାଢ଼େ ୩ଟାରୁ ରଥଟଣା

ପୁରୀ: ରାତି ପାହିଲେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ତିନିଠାକୁର ରତ୍ନ ସିଂହାସନ ଛାଡି ଭକ୍ତଙ୍କ ଗହଣକୁ ଚାଲିଆସିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ୧୫ ଦିନର ପ୍ରତୀକ୍ଷା ପରେ ଆଜି ଲକ୍ଷ ଲକ୍ଷ ଭକ୍ତ ତିନି ଠାକୁରଙ୍କ ନବଯୌବନ ବେଶର ଦର୍ଶନ କରିଛନ୍ତି। ସୁରକ୍ଷା ବ୍ୟବସ୍ଥାକୁ ସଦୃଢ କରାଯାଇଛି। ଆଜି ସକାଳୁ ମହାପ୍ରଭୁଙ୍କ ନୀତିକାନ୍ତି ପରେ ତିନି ବାଡ଼ରୁ ତିନିଟି ଆଜ୍ଞାମାଳ ଆଣି ପୂଜାପଣ୍ଡାମାନେ ଶୋଭାଯାତ୍ରାରେ ବଡ଼ଦାଣ୍ଡରେ ପହଞ୍ଚି ଥିଲେ। ଆଜ୍ଞାମାଳ ଅର୍ପଣ ପରେ ଭକ୍ତମାନେ […]

ratha2

ratha2

Rakesh Mallick
  • Published: Tuesday, 05 July 2016
  • Updated: 06 July 2016, 08:34 AM IST

Sports

Latest News

rathaପୁରୀ: ରାତି ପାହିଲେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ତିନିଠାକୁର ରତ୍ନ ସିଂହାସନ ଛାଡି ଭକ୍ତଙ୍କ ଗହଣକୁ ଚାଲିଆସିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ୧୫ ଦିନର ପ୍ରତୀକ୍ଷା ପରେ ଆଜି ଲକ୍ଷ ଲକ୍ଷ ଭକ୍ତ ତିନି ଠାକୁରଙ୍କ ନବଯୌବନ ବେଶର ଦର୍ଶନ କରିଛନ୍ତି। ସୁରକ୍ଷା ବ୍ୟବସ୍ଥାକୁ ସଦୃଢ କରାଯାଇଛି।
ଆଜି ସକାଳୁ ମହାପ୍ରଭୁଙ୍କ ନୀତିକାନ୍ତି ପରେ ତିନି ବାଡ଼ରୁ ତିନିଟି ଆଜ୍ଞାମାଳ ଆଣି ପୂଜାପଣ୍ଡାମାନେ ଶୋଭାଯାତ୍ରାରେ ବଡ଼ଦାଣ୍ଡରେ ପହଞ୍ଚି ଥିଲେ। ଆଜ୍ଞାମାଳ ଅର୍ପଣ ପରେ ଭକ୍ତମାନେ ତିନି ରଥକୁ ଉତ୍ସାହର ସହ ରଥଖଳାରୁ ସିଂହଦ୍ୱାରକୁ ଟାଣି ଆଣିଥିଲେ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର କହିଛନ୍ତି, “କୌଣସି ଭକ୍ତଙ୍କୁ ରଥ ଉପରକୁ ଚଢିବାକୁ ଦିଆଯିବ ନାହିଁ। ନୀତି ଶୃଙ୍ଖଳିତ କରିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ପରିଚୟ ପତ୍ର ଦେଖାଇ ନନ୍ଦିଘୋଷରେ  ତାଳଧ୍ୱଜରେ ୭୦ ଓ ଦେବଦଳନ  ଜଣ ଘଣ୍ଟୁଆ ଓ ସେବାୟତ ରଥକୁ ଚଢିପାରିବେ।”

ରଥଯାତ୍ରା ନୀତିକାନ୍ତି

ରାତି ୧୨ଟାରୁ ସକାଳ ୫ଟା ମଧ୍ୟରେ ତିନି ଠାକୁରଙ୍କ ସେନାପଟା ଲାଗି ହେବ। ୬ଟାରେ ମଙ୍ଗଳ ଆଳତୀ ପରେ ମଇଲମ, ତଡ଼ପଲାଗି ସହ ଅନ୍ୟ ନୀତି ଶେଷ ହେବ। ପୂର୍ବାହ୍ନ ସାଢେ ୯ଟାରେ ରଥ ପ୍ରତିଷ୍ଠା ପରେ ୧୦ଟାରେ ପହଣ୍ଡି ଆରମ୍ଭ ହେବ। ଦିନ ଗୋଟାଏରେ ପହଣ୍ଡି ସରିବା ପରେ ଅପରାହ୍ନ ୨ଟାରୁ ୩ଟା ମଧ୍ୟରେ ଛେରା ପହଁରା କାର୍ଯ୍ୟ ସମାପନ ହେବ। ଅପରାହ୍ନ ସାଢେ ୩ଟାରୁ ତିନି ଠାକୁରଙ୍କ ରଥଟଣା ଆରମ୍ଭ ହେବ।
ବରିଷ୍ଠ ଦଇତାପତି ବିନାୟକ ଦାସ ମହାପାତ୍ର କହିଛନ୍ତି, “ସେନାପଟା ଲାଗି ପାଇଁ ୩ରୁ ୪ ଘଣ୍ଟା ଲାଗିବ। ରାତି ୪ଟା ସୁଦ୍ଧା ଏହାକୁ ସାରିବୁ। ଏହାପରେ ଆଳତୀ, ଅବକାସ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ରୋଷ ହୋମ, ଖିଚୁଡ଼ି ଭୋଗ ଓ ମଙ୍ଗଳାର୍ପଣ ୯ଟା ଭିତରେ ସାରିବୁ। ଆସନ୍ତାକାଲି ଧାର୍ଯ୍ୟ ସମୟରେ ପହଣ୍ଡି କରାଯିବ।”
ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ratha1ରାତି ପାହିଲେ ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣକୁ ଚାଲି ଆସିବେ ବଡ଼ ଠାକୁର। ଶାନ୍ତିଶୃଙ୍ଖଳାରେ ରଥଯାତ୍ରା ସମ୍ପନ୍ନ ଓ ଭକ୍ତଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବଡ଼ଦାଣ୍ଡଠାରୁ ବେଳାଭୂମି, ରଥଖଳାଠାରୁ ରାଜପଥ ସବୁଠି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିର ଅଞ୍ଚଳରେ ୧୪୦ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ଏହାସହ ଭକ୍ତଙ୍କ ଉପରେ ନଜର ରଖିବାକୁ ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସିସିଟିଭି କ୍ୟାମେରା ଲାଗିଛି।
ଶୃଙ୍ଖଳିତ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ଅଞ୍ଚଳକୁ ୩ଟି ଜୋନ୍‌ରେ ବିଭକ୍ତ କରାଯାଇଛି। ସିଂହଦ୍ୱାରଠାରୁ ମାଉସୀ ମାଁ ମନ୍ଦିର ପର୍ଯ୍ୟନ୍ତ ଅଞ୍ଚଳକୁ ଜୋନ-ୱାନରେ ଅନ୍ତର୍ଭୁକ୍ତ କରାଯାଇଛି। ବଡ଼ଦାଣ୍ଡରୁ ସମୁଦ୍ରକୂଳକୁ ଜୋନ-ଟୁ ଓ ବଡ଼ଦାଣ୍ଡରୁ ଅଠରନଳା ଅଞ୍ଚଳକୁ ଜୋନ-ଥ୍ରୀରେ ରଖାଯାଇଛି। ଏସବୁ ଅଞ୍ଚଳକୁ ୨୯ଟି ସେକ୍ଟରରେ ବିଭକ୍ତ କରାଯାଇଛି। ପ୍ରତି ସେକ୍ଟର ପୋଲିସ ଛାଉଣିରେ ପରିଣତ ହୋଇଛି। ସହର ମଧ୍ୟକୁ ପ୍ରବେଶ କରୁଥିବା ଭକ୍ତ ଓ ସାଧାରଣ ଲୋକଙ୍କ ଉପରେ ନଜର ରଖିବାକୁ ୨୭୦ ସିସିଟିଭି କ୍ୟାମେରା ବିଭିନ୍ନ ସ୍ଥାନରେ ଲାଗିଛି। ଏହାସହ ସୁରକ୍ଷା କର୍ମୀ ଉଚ୍ଚ ସ୍ଥାନରେ ରହି ବାଇନାକୁଲାର ଯନ୍ତ୍ର ସହାୟତାରେ ସମସ୍ତ ଗତିବିଧି ଉପରେ ନଜର ରଖିବେ।
ratha3ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନ ରଥ ପାଖରେ ୩ଟି କର୍ଡନ କରାଯାଇଛି। ରାପିଡ ଆକ୍ସନ ଫୋର୍ସ, ଓଏସ୍‌ଏପି ଓ ଏସ୍‌ଓଜି ଯବାନଙ୍କୁ ଏହାର ସୁରକ୍ଷା ଦାୟିତ୍ୱ ଦିଆଯାଇଛି। ୧୨ ଜଣ ଆଇପିଏସ୍‌ ଅଧିକାରୀ ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରୁଛନ୍ତି। ଇଣ୍ଡିଆନ ରିଜର୍ଭ ବାଟାଲିୟନ, ଓଏସ୍‌ଏପି, ରାପିଡ ଆକ୍ସନ ଫୋର୍ସ, ଏସ୍‌ଓଜି, ଓଡ୍ରାଫ ଓ ଅଗ୍ନିଶମ କର୍ମଚାରୀଙ୍କୁ ସୁରକ୍ଷା ବ୍ୟବସ୍ଥାରେ ମୁତୟନ କରାଯାଇଛି।
ପୋଲିସ ଡିଜି କେ.ବି. ସିଂ କହିଛନ୍ତି, “ମନ୍ଦିର ଚର୍ତୁପାର୍ଶ୍ୱରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ ପାଇଁ ସୁତନ୍ତ୍ର ବ୍ୟବସ୍ଥା କରାଯାଇଛି। ରେଳପଥରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସୁରକ୍ଷା ବ୍ୟବସ୍ଥାର ତଦାରଖ ପାଇଁ କଣ୍ଟ୍ରୋଲ ରୁମ୍‌ କରାଯାଇଛି। ଶ୍ରୀମନ୍ଦିର ଅଞ୍ଚଳ ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଛି।”
ବେଳାଭୂମିରେ ସତର୍କ ପ୍ରହରା
ratha4ସମୁଦ୍ର ପଟୁ କୌଣସି ପ୍ରକାର ସାମ୍ଭାବ୍ୟ ଅନୁପ୍ରବେଶ ଆଶଙ୍କାକୁ ଏଡାଇବାକୁ ସୁରକ୍ଷା ବ୍ୟବସ୍ଥାକୁ ସଦୃଢ କରାଯାଇଛି। କୋଷ୍ଟଗାର୍ଡ ଓ ମେରାଇନ୍‌ ପୋଲିସ ସମୁଦ୍ର ତଟ ଉପରେ ତୀକ୍ଷ୍ନ ନଜର ରଖିବା ସହ ପାଟ୍ରୋଲିଂ କରୁଛନ୍ତି। ୱାଚ୍‌ ଟାୱାର ଜରିଆରେ ସୁରକ୍ଷା କର୍ମୀ ସମୁଦ୍ର ଉପରେ ନଜର ରଖିଛନ୍ତି। ସମୁଦ୍ର ଗାଧୁଆ ପାଇଁ ଯାଉଥିବା ଶ୍ରଦ୍ଧାଳୁଙ୍କ ପାଇଁ ଲାଇଫଗାର୍ଡ ମୁତୟନ ରହିଛନ୍ତି। ବେଳାଭୂମିର ବିଭିନ୍ନ ସ୍ଥାନରେ ସାଧା ପୋଷାକରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି।
ପୁରୀ ଏସ୍‌ପି ସାର୍ଥକ ଷଡଙ୍ଗୀ କହିଛନ୍ତି, “ବେଳାଭୂମିର ସୁରକ୍ଷା ଉପରେ ଆମେ ନଜର ରହିଛି। କୋଷ୍ଟଗାର୍ଡ ଗଭୀର ସମୁଦ୍ରରେ ପ୍ରହରା ଦେଉଛନ୍ତି। ୨୭୦ ସିସିଟିଭି କ୍ୟାମେରା ଲଗାଯାଇ ପୁରୀ ସହର ଉପରେ ନଜର ରଖାଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos