ରାସନ କାର୍ଡ ଅନିୟମିତତା ପ୍ରସଙ୍ଗ: ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେପି

ଭୁବନେଶ୍ୱର: ରାସନ କାର୍ଡ ଅନିୟମିତତା ନେଇ ଶନିବାର ରାଜ୍ୟପାଳଙ୍କ ପାଖରେ ଫେରାଦ ହୋଇଛି ବିଜେପି। ଏ ପ୍ରସଙ୍ଗରେ ହସ୍ତକ୍ଷେପ କରିବା ପାଇଁ ରାଜ୍ୟପାଳଙ୍କୁ ଅନୁରୋଧ କରିଛି ଦଳ। ଦଳର ରାଜ୍ୟ ସଭାପତି ଓ ଅନ୍ୟ ବରିଷ୍ଠ ନେତା ଆଜି ରାଜ୍ୟପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନକୁ ରାଜ୍ୟ ସରକାର ଠିକ୍ ଭାବେ କାର୍ଯ୍ୟକାରୀ କରି ନାହାନ୍ତି। ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା ହୋଇଛି। ରାସନକାର୍ଡ ତାଲିକାରେ  ବିଧାୟକ ଓ ମେୟରଙ୍କ ଭଳି […]

bjp-team

bjp-team

Rakesh Mallick
  • Published: Saturday, 02 January 2016
  • Updated: 02 January 2016, 01:35 PM IST

bjp-teamଭୁବନେଶ୍ୱର: ରାସନ କାର୍ଡ ଅନିୟମିତତା ନେଇ ଶନିବାର ରାଜ୍ୟପାଳଙ୍କ ପାଖରେ ଫେରାଦ ହୋଇଛି ବିଜେପି। ଏ ପ୍ରସଙ୍ଗରେ ହସ୍ତକ୍ଷେପ କରିବା ପାଇଁ ରାଜ୍ୟପାଳଙ୍କୁ ଅନୁରୋଧ କରିଛି ଦଳ। ଦଳର ରାଜ୍ୟ ସଭାପତି ଓ ଅନ୍ୟ ବରିଷ୍ଠ ନେତା ଆଜି ରାଜ୍ୟପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନକୁ ରାଜ୍ୟ ସରକାର ଠିକ୍ ଭାବେ କାର୍ଯ୍ୟକାରୀ କରି ନାହାନ୍ତି। ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା ହୋଇଛି। ରାସନକାର୍ଡ ତାଲିକାରେ  ବିଧାୟକ ଓ ମେୟରଙ୍କ ଭଳି ଭଳି ଜନପ୍ରତିନିଧିଙ୍କ ନାଁ ଥିବା କଥା ପଦାକୁ ଆସିଥିବାରୁ ଯୋଜନାର ରାଜନୀତିକରଣ କରାଯାଇଥିବା ଦଳ ଅଭିଯୋଗ କରିଛି।

ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି, ରାସନ କାର୍ଡ ବଣ୍ଟନକୁ ନେଇ ରାଜ୍ୟରେ ଏକ ଶୋଚନୀୟ ତଥା ଅସ୍ୱାଭାବିକ ସ୍ଥିତି ସୃଷ୍ଟି ହୋଇଛି। ନିୟମର ଖିଲାପୀ କରି ନିଜ ନାଁରେ ରାସନ କାର୍ଡ କରିଥିବା ବିଜେଡିର ଜଣେ ପରେ ଜଣେ ନେତା ଓ କର୍ମୀ ଧରା ପଡୁଛନ୍ତି। ଦେଶର ଅନ୍ୟ କୌଣସି ସ୍ଥାନରେ ଏପରି ଘଟି ନାହିଁ। ବାହାଦୁରି ନେବା ପାଇଁ କିଛି ନ ବୁଝି ନ ଶୁଝି ବାରିପଦାରେ ଏହି କେନ୍ଦ୍ରୀୟ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ଏ ଯୋଜନାରେ କିଭଳି ଭାବେ ହିତାଧିକାରୀ ଚୟନ ହୋଇଛି, ସେନେଇ ମୁଖ୍ୟମନ୍ତ୍ରୀ ଗଭୀର ସମୀକ୍ଷା କରି ନାହାନ୍ତି। ସମସ୍ତ ନିୟମକୁ ଉଲ୍ଲଂଘନ କରି ଯୋଜନାଟିକୁ କାର୍ଯ୍ୟକାରୀ କରି ଦେଲେ।  ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଜିଲ୍ଲା ସ୍ତରରେ କିଏ ଦାୟିତ୍ୱରେ ରହିବ ସେ ନେଇ କିଛି ବ୍ୟବସ୍ଥା କରାଯାଇ ନାହିଁ। ରାଜ୍ୟ ସ୍ତରରେ ଫୁଡ୍ କମିଶନ ଗଠନ କରି ନାହାନ୍ତି। ଭିଜିଲାନ୍ସ କମିଟି ବି ଗଠନ କରି ନାହାନ୍ତି। ରାଜ୍ୟ ସରକାର କେନ୍ଦ୍ରୀୟ ଆଇନକୁ ଦଳୀୟ ଆଇନ ବୋଲି ଭାବି ନେଲେ। ସେମାନେ ଭୁଲି ଗଲେ ଯେ ଏହା ବିଜେଡି ଆଇନ ନୁହେଁ, କେନ୍ଦ୍ରୀୟ ଆଇନ୍। ସାରା ଦେଶରେ ଏହି ଆଇନ କାର୍ଯ୍ୟକାରୀ ହେବ। ଫଳରେ ଏବେ ଜଣେ ପରେ ଜଣେ ବିଜେଡି ନେତା ଓ କର୍ମୀ ବେଆଇନ ଭାବେ ରାସନ କାର୍ଡ ନେଇ ଧରାପଡୁଛନ୍ତି।

ବିଜୟ ଆହୁରି ମଧ୍ୟ କହିଛନ୍ତି, ଆଦିବାସୀ ଅଧ୍ୟୁଷିତ ଅଞ୍ଚଳଗୁଡ଼ିକରେ ରାଜ୍ୟପାଳଙ୍କର ଅଧିକ କ୍ଷମତା ରହିଛି। ଆମେ ସେ କଥା ରାଜ୍ୟପାଳଙ୍କ ଦୃଷ୍ଟିକୁ ଆଣିଛୁ ଏବଂ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଯେପରି ସମସ୍ତ ଯୋଗ୍ୟ ବ୍ୟକ୍ତି ରାସନ କାର୍ଡ ପାଇବେ ସେ ନେଇ ହସ୍ତକ୍ଷେପ କରିବାକୁ ଆମେ ରାଜ୍ୟପାଳଙ୍କୁ ଅନୁରୋଧ କରିଛୁ। ତା’ସହିତ ରାସନ କାର୍ଡ ବଣ୍ଟନରେ ଅନିୟମିତତା କରିଥିବା ସରକାରୀ ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ବୋଲି ଦାବି କରାଯାଇଛି। ଅଫିସରମାନେ ଖସିଯିବା ଉଚିତ୍ ନୁହେଁ। କାରଣ ସେମାନି ହିଁ ଅଯୋଗ୍ୟ ହିତାଧିକାରୀମାନଙ୍କୁ ଚୟନ କରିଛନ୍ତି।

ରାଜ୍ୟପାଳ ଏ ପ୍ରସଙ୍ଗରେ ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା କରି ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ବିଜୟ ମହାପାତ୍ର କହିଛନ୍ତି।

ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ୱରେ ବିଜୟ ମହାପାତ୍ରଙ୍କ ସମେତ ଭ୍ରୁଗୁ ବକ୍ସିପାତ୍ର, ସମୀର ମହାନ୍ତି, ସଜ୍ଜନ ଶର୍ମା ପ୍ରମୁଖ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story