ରାସନକାର୍ଡ ଅନିୟମିତତା: ନେତାଙ୍କ ପରେ ତାଲିକାରେ ସରକାରୀ କର୍ମଚାରୀ

ଭୁବନେଶ୍ୱର: କଟକ ସିଏମସିର ବିଦାୟୀ ମେୟରଙ୍କ ନାଁରେ ରାସନ କାର୍ଡ ପରେ ଏବେ ଜଣଙ୍କ ପରେ ଜଣେ ପଦପଦବୀରେ ଥିବା ରାଜନେତାଙ୍କ ନାଁରେ କାର୍ଡ ଥିବା ଅଭିଯୋଗ ଆସୁଛି। ଖାଲି ରାଜନେତା ନୁହେଁ, ସରକାରୀ କର୍ମଚାରୀଙ୍କ ନାଁରେ ବି ରହିଛି ରାସନକାର୍ଡ। ତାକୁ ନେଇ ବିରୋଧ ବଢୁଥିବା ବେଳେ ବିଭିନ୍ନ ସ୍ଥାନରେ କାର୍ଯ୍ୟାନୁଷ୍ଠାନ ବି ଗ୍ରହଣ କରାଯାଉଛି। ବାଲେଶ୍ୱରରେ ଅଯୋଗ୍ୟ ହିତାଧିକାରୀଙ୍କ ନାଁରେ ଥିବା ୧୪୨୦ ରାସନ କାର୍ଡକୁ ଖାରଜ କରିଛି ଜିଲ୍ଲା ପ୍ରଶାସନ। ସେହିପରି ଗଞ୍ଜାମରେ […]

rayagada

rayagada

Rakesh Mallick
  • Published: Friday, 01 January 2016
  • Updated: 01 January 2016, 02:35 PM IST

Sports

Latest News

rayagadaଭୁବନେଶ୍ୱର: କଟକ ସିଏମସିର ବିଦାୟୀ ମେୟରଙ୍କ ନାଁରେ ରାସନ କାର୍ଡ ପରେ ଏବେ ଜଣଙ୍କ ପରେ ଜଣେ ପଦପଦବୀରେ ଥିବା ରାଜନେତାଙ୍କ ନାଁରେ କାର୍ଡ ଥିବା ଅଭିଯୋଗ ଆସୁଛି। ଖାଲି ରାଜନେତା ନୁହେଁ, ସରକାରୀ କର୍ମଚାରୀଙ୍କ ନାଁରେ ବି ରହିଛି ରାସନକାର୍ଡ। ତାକୁ ନେଇ ବିରୋଧ ବଢୁଥିବା ବେଳେ ବିଭିନ୍ନ ସ୍ଥାନରେ କାର୍ଯ୍ୟାନୁଷ୍ଠାନ ବି ଗ୍ରହଣ କରାଯାଉଛି। ବାଲେଶ୍ୱରରେ ଅଯୋଗ୍ୟ ହିତାଧିକାରୀଙ୍କ ନାଁରେ ଥିବା ୧୪୨୦ ରାସନ କାର୍ଡକୁ ଖାରଜ କରିଛି ଜିଲ୍ଲା ପ୍ରଶାସନ। ସେହିପରି ଗଞ୍ଜାମରେ ୬ ଜଣ ଅଯୋଗ୍ୟ ହିତାଧିକାରୀଙ୍କ ନାଁରେ ଥାନାରେ ଏତଲା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।

ରାସନ କାର୍ଡ ଅନିୟମିତତା ତାଲିକା ବଢ଼ି ଚାଲିଛି। ଏଇ ତାଲିକାରେ ଯୋଡି ହୋଇଛି ଦିଗପହଣ୍ଡି ଏନଏସି ଅଧ୍ୟକ୍ଷା ସୁନୀତା ସେଠୀଙ୍କ ନାଁ। ତେବେ ସେ ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ଭୁଲବଶତଃ ତାଙ୍କ ନାଁରେ ରାସନକାର୍ଡ ଇସ୍ୟୁ ହୋଇଥାଇପାରେ। ତେବେ ସେ କୌଣସି ରାସନକାର୍ଡ ଗ୍ରହଣ କରି ନାହାନ୍ତି। ତାଙ୍କର ରାସନକାର୍ଡ ଦରକାର ନାହିଁ ବୋଲି ସେ ଲିଖିତ ଭାବେ ପୂର୍ବରୁ ଆବେଦନ ମଧ୍ୟ କରି ସାରିଛନ୍ତି।

କେନ୍ଦୁଝର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଜଗନ୍ନାଥ ସିଂହଙ୍କ ନାଁରେ ବି ରହିଛି ରାସନ କାର୍ଡ। ଏହାକୁ ବିରୋଧ କରି ବିଜେପି ପକ୍ଷରୁ  ବିକ୍ଷୋଭ କରାଯିବା ସହିତ ତାଙ୍କର କୁଶ ପୁତ୍ତଳିକା ଦାହ କରାଯାଇଥିଲା। ଜଗନ୍ନାଥ ସିଂହ କହିଛନ୍ତି ଯେ ତାଙ୍କ ପତ୍ନୀଙ୍କ ନାମରେ ରାସନକାର୍ଡ ଆସିଛି। ଏହା ଜଣାପଡ଼ିବା ପରେ ସେ କଂପ୍ୟୁଟରରେ ଏହାର ଯାଞ୍ଚ କରିଥିଲେ। ପରେ ପତ୍ନୀଙ୍କ ନାମକୁ ରାସନକାର୍ଡ ତାଲିକାରୁ ବାଦ ଦେବା ପାଇଁ ସଂପୃକ୍ତ ଅଧିକାରୀଙ୍କ ସହିତ ଜିଲ୍ଲାପାଳଙ୍କୁ ମଧ୍ୟ ସେ ଅନୁରୋଧ କରିଛନ୍ତି।

ମୟୂରଭଞ୍ଜ ଶୁଳିଆପଦା ବ୍ଲକ ଅଧ୍ୟକ୍ଷା କାଜଲ ମାରାଣ୍ଡିଙ୍କ ନାଁରେ ବି ରାସନ କାର୍ଡ ଥିବା ଜଣାପଡ଼ିବା ପରେ ବିବାଦ ଦେଖାଯାଇଛି। ତେବେ ସେ ସଫେଇ ଦେଇଛନ୍ତି ଯେ ସେ ଏନେଇ ଆବେଦନ କଲା ବେଳେ ବ୍ଲକ୍ ଅଧ୍ୟକ୍ଷା ହୋଇ ନ ଥିଲେ। ଆବେଦନ ପ୍ରତ୍ୟାହାର ନେଇ ମଧ୍ୟ ସେତେବେଳେ କିଛି ବ୍ୟବସ୍ଥା ନ ଥିଲେ। ସେଭଳି କୌଣସି ବ୍ୟବସ୍ଥା ଥିଲେ ସେ ବ୍ଲକ ଅଧ୍ୟକ୍ଷା ହେଲା ପରେ ଆବେଦନ ପ୍ରତ୍ୟାହାର କରି ନେଇ ଥାଆନ୍ତେ।

ସେହିଭଳି ବୌଦ୍ଧ ବ୍ଲକ ଅଧ୍ୟକ୍ଷା କ୍ଷୀରପ୍ରଭା ପ୍ରଧାନ ଓ ହରଭଙ୍ଗ। ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀଙ୍କ ନାଁରେ ରାସନକାର୍ଡ ଥିବା ଜଣାପଡିଛି। ତେବେ ସେମାନଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ।

ରାସନ କାର୍ଡ ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତାକୁ ନେଇ ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ପାତ୍ରପଡା ଗ୍ରାମପଞ୍ଚାୟତରେ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ବାଲେଶ୍ୱର ଜିଲ୍ଲାର ୧୨ ବ୍ଲକରେ ଅଯୋଗ୍ୟ ହିତାଧିକାରୀ ପାଇଥିବା ୧୪୨୦ ରାସନ କାର୍ଡକୁ ଖାରଜ କରିଛି ଜିଲ୍ଲା ପ୍ରଶାସନ। କାର୍ଡ ଗ୍ରହଣ କରିଥିବା କିମ୍ୱା ଆବେଦନ କରିଥିବା ଅଯୋଗ୍ୟ ବ୍ୟକ୍ତି ୧୫ ଦିନ ଭିତରେ ରାସନ କାର୍ଡ ଫେରାଇ ଦେବା କିମ୍ୱା ଆବେଦନ ପ୍ରତ୍ୟାହାର କରିବା ପାଇଁ କୁହାଯାଇଛି। ଏନେଇ ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳ ମନ୍ମଥ କୁମାର ପାଣି କହିଛନ୍ତି ଯେ ପ୍ରାୟ ୧୪୨୦ ଅଯୋଗ୍ୟ ହିତାଧିକାରୀ ନିଜ ଆଡୁ ସେମାନଙ୍କ ରାସନକାର୍ଡକୁ ଖାରଜ କରି ଦେବା ପାଇଁ ଆବେଦନ କରି ସାରିଲେଣି। ସେମାନଙ୍କ ମଧ୍ୟରେ ୨୪ ଜଣ ଜନପ୍ରତିନିଧି ରହିଥିବା ବେଳେ ୬୧ ଜଣ ସରକାରୀ ଚାକିରିଆ ରହିଛନ୍ତି।

ସେହିପରି ମିଥ୍ୟା ତଥ୍ୟ ଦେଇ ରାସନକାର୍ଡ ହାସଲ କରିଥିବା ୪ ଜଣ ସରକାରୀ କର୍ମଚାରୀ ସହ ମୋଟ୍ ୬ ଜଣଙ୍କ ନାଁରେ ଥାନାରେ ଏଫଆଇଆର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଗଞ୍ଜ।ମ ଜିଲ୍ଲାପାଳ। ରାସନକାର୍ଡ କାମରେ ଅବହେଳା ପାଇଁ କେନ୍ଦ୍ରାପଡା ମ୍ୟୁନିସପାଲିଟିର ୩ କର୍ମଚାରୀଙ୍କୁ ସସପେଣ୍ଡ କରିଛନ୍ତି ଜିଲ୍ଲାପାଳ। ଗଞ୍ଜାମ ଜିଲ୍ଲାପାଳ ପ୍ରେମଚାନ୍ଦ ଚୌଧୁରୀ କହିଛନ୍ତି, ଏହି ୬ ଜଣଙ୍କୁ ରାସନକାର୍ଡ ଫେରସ୍ତ କରିବା ନେଇ ପୂର୍ବରୁ ଦୁଇ ତିନି ଥର ଚେତବାନୀ ଦିଆଯାଇଥିଲା। କିନ୍ତୁ ସେମାନେ ଏହାକୁ ଶୁଣି ନ ଥିଲେ। ତେଣୁ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଥମେ ସେମାନଙ୍କ ରାସନକାର୍ଡ ଜବତ କରାଯିବ। ତା’ପରେ ସେମାନଙ୍କ ନାଁରେ ଥାନାରେ ଏତଲା ଦିଆଯିବ।

ରାସନକାର୍ଡ ହିତାଧିକାରୀ ଚୟନରେ ଅନିୟମିତତା ଓ ବିଭିନ୍ନ ପଦପଦବୀରେ ଥିବା ଶାସକ ଦଳ ନେତାଙ୍କ ନାଁରେ କାର୍ଡକୁ ନେଇ ଏବେ ଅଡୁଆରେ ବିଜେଡି। ତାକୁ ସାମ୍ନା କରିବା ଏବେ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story